Delhi: ଦିଲ୍ଲୀରେ ହାଇଭୋଲ୍ଟେଜ୍ ଡ୍ରାମା, ସମ୍ବିଧାନ ଧରି ରାସ୍ତାରେ ଶୋଇଲେ ପ୍ରିୟଙ୍କା

Oct 07, 2026 - 21:33
Delhi: ଦିଲ୍ଲୀରେ ହାଇଭୋଲ୍ଟେଜ୍ ଡ୍ରାମା, ସମ୍ବିଧାନ ଧରି ରାସ୍ତାରେ ଶୋଇଲେ ପ୍ରିୟଙ୍କା

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିବା ଇଣ୍ଡି ମେଣ୍ଟର ଦିଲ୍ଲୀ ପ୍ରତିବାଦ କାର୍ଯ୍ୟକ୍ରମ ଆଜି ପୁଣି ଜୋରଦାର ହୋଇଛି।

ଆଜି ବିରୋଧୀ ଦଳ ନେତାମାନେ ପୁଣି ଆନ୍ଦୋଳନ ପାଇଁ ଯନ୍ତରମନ୍ତରକୁ ଯାଉଥିବା ବେଳେ ସେମାନଙ୍କୁ ବସ୍‌କୁ ପୁଲିସ ଅଶୋକା ରୋଡ୍‌ ନିକଟରେ ଅଟକାଇଥିଲା।

ପୁଲିସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାମାନଙ୍କୁ ଅଟକ ରଖିବା ସହ ଗିରଫ ପ୍ରକ୍ରିୟା ଆରମ୍ଭ କରିବାରୁ ଯନ୍ତର ମନ୍ତର ନିକଟରେ ହାଇଭୋଲ୍ଟେଜ୍ ରାଜନୈତିକ ନାଟକ ଦେଖିବାକୁ ମିଳିଥିଲା।

ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାତରେ ସମ୍ବିଧାନ ଧରି ସେହି ସଡ଼କ ଉପରେ ହିଁ ଶୋଇ ରହି ଅନନ୍ୟ ଶୈଳୀରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ "ବନ୍ଦେ ମାତରମ୍‌" ସ୍ଲୋଗାନ ଦେଇଥିଲେ।Advertisment ପୁଲିସ ଉପରେ ଗମ୍ଭୀର ଅଭିଯୋଗ ଆଣି ସେ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶରେ ମହିଳା ପୁଲିସ କର୍ମଚାରୀମାନେ ମୋତେ ଆହତ କରିଦେବା ସହ ତଳେ ଫିଙ୍ଗି ଦେଇଛନ୍ତି।

ପୁଲିସ ବର୍ବର ଓ ବେପରୁଆ ଆଭିମୁଖ୍ୟ ଗ୍ରହଣ କରିଛି।

ପ୍ରିୟଙ୍କାଙ୍କୁ ସଡ଼କରେ ଶୋଇଥିବା ଦେଖି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କ ସମେତ ବିରୋଧୀ ଦଳର ଅନେକ ନେତା ମଧ୍ୟ ତାଙ୍କ ସହ ରାସ୍ତାରେ ଶୋଇ ରହି ପ୍ରତିବାଦ କରିଥିଲେ ଏବଂ ଏହା ପରେ ପୁଲିସ ସମସ୍ତଙ୍କୁ ଉଠାଇ ନେଇଥିଲା।

ଆହୁରି ପଢନ୍ତୁ: Nitin Nabin: ବାରାଣସୀରେ ରାହୁଲଙ୍କୁ ନିଶାଣ କଲେ ନିତିନ ନବୀନ, ମୋଦୀଙ୍କ ଶାସନକୁ ପ୍ରଶଂସା କଲେ ଯୋଗୀ-ହିମନ୍ତ ଅପରପକ୍ଷରେ, ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପୁଲିସ କର୍ମଚାରୀମାନେ ଜବରଦସ୍ତ ନେଇ ଏକ ବସ୍‌ ଭିତରେ ବସାଇଥିଲେ।

ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କାଙ୍କ ସମେତ ଟିଏମ୍‌ସି ସାଂସଦ ଡେରେକ୍ ଓ"ବ୍ରାଏନ ଓ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଛି।

ଏଭଳି ଦମନମୂଳକ ନୀତି ଦ୍ୱାରା ବିରୋଧୀଙ୍କ ମନୋବଳ ଭାଙ୍ଗିବ ନାହିଁ ଏବଂ ନ୍ୟାୟ ଓ ସ୍ୱଚ୍ଛତା ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଟିଏମ୍‌ସି କହିଛି।

ଗତକାଲି ମଧ୍ୟ ନିର୍ବାଚନ କମିସନ କାର୍ଯ୍ୟାଳୟକୁ ପଦଯାତ୍ରା ସମୟରେ ଅଟକାଯିବା ପରେ ରାହୁଲ ଓ ପ୍ରିୟଙ୍କା ବିନା ଅନୁମତିରେ ଦୀର୍ଘ ୬ ଘଣ୍ଟା ଧରି ଧାରଣାରେ ବସିଥିଲେ ।

ସୂଚନାଯୋଗ୍ୟ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିମନ୍ତ୍ରଣ କ୍ରମେ ପ୍ରଥମେ ଜନପଥସ୍ଥିତ ସାଗର ରତ୍ନା ରେଷ୍ଟୁରାଣ୍ଟରେ ଏକାଠି ହୋଇ ମଧ୍ୟାହ୍ନ ଭୋଜନ ସହ ରଣନୀତି ପ୍ରସ୍ତୁତ କରିବା ପରେ ସାଂସଦମାନେ ଏକ ବସ୍‌ ଯୋଗେ ଯନ୍ତରମନ୍ତର ଅଭିମୁଖେ ବାହାରିଥିଲେ।

ଆର୍‌ଜେଡି ସାଂସଦ ମନୋଜ ଝା ଏହାକୁ ନୂତନ ଆନ୍ଦୋଳନର ଶୁଭାରମ୍ଭ ବୋଲି କହିଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇ ନିର୍ବାଚନ କମିସନ କାର୍ଯ୍ୟାଳୟକୁ ଯାଉଥିବା ସମସ୍ତ ମୁଖ୍ୟ ରାସ୍ତାକୁ ସିଲ୍‌ କରାଯାଇଥିଲା ।

ଆହୁରି ପଢନ୍ତୁ: Mathematician: ୨୦୨୬ ରାମାନୁଜନ ପୁରସ୍କାର ପାଇଲେ ଭାରତୀୟ ଗଣିତଜ୍ଞ ମହେଶ କାକଡେ: ବୀଜଗାଣିତିକ ସଂଖ୍ୟାତତ୍ତ୍ବରେ ଅବଦାନ ପାଇଁ ସମ୍ମାନ ମଙ୍ଗଳବାର ଆକାଶବାଣୀ ଭବନ ଘଟଣାକୁ ନେଇ ଦିଲ୍ଲୀ ପୁଲିସ ବୁଧବାର ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏକ ନୂତନ ଏଫ୍‌ଆଇଆର୍‌ ରୁଜୁ କରିଛି।

ଏହି ଆଇନଗତ କାର୍ଯ୍ୟାନୁଷ୍ଠାନକୁ ହାଲୁକା ଭାବେ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇ କହିଛନ୍ତି, ମୋ ବିରୋଧରେ ପୂର୍ବରୁ ୪୫ଟି ଏଫ୍‌ଆଇଆର୍‌ ରହିଛି ଏବଂ ମୋର ଲକ୍ଷ୍ୟ ହେଉଛି ୧୦୦ଟି ଏଫ୍‌ଆଇଆର୍‌ କରିବା।

କଂଗ୍ରେସ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଏହି ପୁଲିସ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିବା ସହ ଜଣେ ବିରୋଧୀ ଦଳ ନେତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯିବା ଘଟଣାକୁ ଅଗଣତାନ୍ତ୍ରିକ ବୋଲି ଆଖ୍ୟା ଦେଇଛନ୍ତି।

ବର୍ତ୍ତମାନ ସମଗ୍ର ଦିଲ୍ଲୀରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ରାଜନୈତିକ ଲଢ଼େଇ ଆଗକୁ ଆହୁରି ଜଟିଳ ରୂପ ନେବା ସ୍ଥିତିକୁ ଆସିଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।