Cyber Fraud: ସାଇବର୍ ଅପରାଧୀଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ, ଦୁଇ ଜଣ ଠକେଇର ଶିକାର
"ଜଗତସିଂହପୁର: ସାଇବର ଅପରାଧୀଙ୍କ ଟାର୍ଗେଟରେ ଜଗତସିଂହପୁର ଜିଲ୍ଲାର ଏକାଧିକ କଲେଜ।
ଆଡମିସନ୍, ରି-ଆଡମିସନ୍ ନାଁରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଫୋନ୍ କଲ୍ କରି କ୍ୟୁଆର କୋଡ୍ ପଠାଇ ଟଙ୍କା ଲୁଟୁଛନ୍ତି।
ଏବେ ସୁଦ୍ଧା ଏସଭିଏମ୍ ସ୍ବୟଂଶାସିତ କଲେଜର ଦୁଇଟି ଘଟଣା ସାମ୍ନାକୁ ଆସିଥିବା ବେଳେ ଅନ୍ୟ କଲେଜ ଛାତ୍ରଛାତ୍ରୀ ଠକାମିର ଶିକାର ହୋଇଥିବା ଅନୁମାନ କରାଯାଉଛି।Advertisment କ୍ୟୁ-ଆର କୋଡ୍ ପଠାଇ ଟଙ୍କା ଲୁଟ୍ ମିଳିଥିବା ସୂଚନା ଅନୁସାରେ, ଏବେ ଏସଭିଏମ୍ ସ୍ବୟଂଶାସିତ କଲେଜରେ ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ତୃତୀୟ ବର୍ଷ ରି-ଆଡମିସନ୍ ଚାଲୁଛି।
ରି-ଆଡମିସନ ଦାୟିତ୍ବରେ ଥିବା ଅଧ୍ୟାପକଙ୍କ ନାଁରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ନିକଟକୁ ଫୋନ୍ କଲ୍ ଆସୁଛି।
ଘଣ୍ଟାଏ ଭିତରେ ଆଡମିସନ ଫି ପୈଠ ନ କଲେ ନାଁ କାଟି ଦିଆଯିବ ବୋଲି ଧମକ ଦେଉଛି ଠକ।
ଏହା ପରେ କ୍ୟୁ-ଆର କୋଡ୍ ପଠାଇ ଟଙ୍କା ଲୁଟି ନେଉଛନ୍ତି।
ଏସଭିଏମ୍ ସ୍ବୟଂଶାସିତ କଲେଜର ଦୁଇ ଜଣ ଅଭିଭାବକ ଠାକମିର ଶିକାର ହୋଇଛନ୍ତି।
ଜଣେ ଅଭିଭାବକ ଦୁଇଥର ୫୬୦୦ ଟଙ୍କା ଲେଖାଏଁ ୧୧ ହାଜର ୨୦୦ ଟଙ୍କା ଓ ଅନ୍ୟ ଜଣେ ୫୬୦୦ ଟଙ୍କା ଠକକୁ ପ୍ରଦାନ କରିଛନ୍ତି।
ଠକାମିର ଶିକାର ହୋଇଥିବା ଅଭିଭାବକ ହେଲେ ରବିନ୍ଦ୍ର ଜେନା ଓ ବିଭୂଦତ୍ତ ମିଶ୍ର।
ସେହିପରି ଆଉ କେତେକ ଅଭିଭାବକ ଫୋନ୍ କଲ୍ ପାଇଲା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ଠକର କାରନାମା ସମ୍ପର୍କରେ ସତ୍ୟାସତ୍ୟ ଜାଣି ପାରିଛନ୍ତି।
ଆହୁରି ପଢନ୍ତୁ: Let the youth : "ରାଷ୍ଟ୍ର ପ୍ରଥମ" ନୀତିରେ ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ ସେହିପରି କାଦୁଅପଡ଼ାସ୍ଥିତ ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ, ତିର୍ତ୍ତୋଲ କନିମୂଳସ୍ଥିତ ବାୟା ଅବଧୂତ କଲେଜ ଓ ରେଢ଼ୁଆ କଲେଜକୁ ମଧ୍ୟ ଯୁକ୍ତ ୨ ଆଡମିସନ ନାଁରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନିକଟକୁ ଫୋନ୍ କଲ୍ ଆସିଥିବା ଜଣାପଡ଼ିଛି।
ସେଠାରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକ ଠକାମିର ଶିକାର ହୋଇଥିବା ଅନୁମାନ କରାଯାଉଛି।
ଏସଭିଏମ୍ ସ୍ବୟଂଶାସିତ କଲେଜ ଅଧ୍ୟକ୍ଷା ସୁଜାତା ଓତା କହିଛନ୍ତି, କଲେଜ ପକ୍ଷରୁ ଏଭଳି କୌଣସି ଫୋନ୍ କଲ ଆଡମିସନ୍ ନାଁରେ ଯାଏ ନାହିଁ।
କିମ୍ବା ରି-ଆଡମିସନ ଦୁଇ, ତିନୋଟି ତାରିଖ ଦିଆଯାଏ।
ଏହାର ପରେ ଫାଇନ୍ ରହିଥାଏ।
କିନ୍ତୁ ଛାତ୍ରଛାତ୍ରୀ ଅଭିଭାବକମାନେ ଏପରି ଫୋନ୍ କଲ୍ ପାଇ ଭୟଭୀତ ନ ହେବା ସହ ସତର୍କ ରହିବା ପାଇଁ ନୋଟିସ୍ ଜାରି କରାଯାଇଛି।
ଏ ନେଇ ଏସପି ଅଙ୍କିତ ବର୍ମା ଓ ସାଇବର ଥାନା ଆଇଆଇସିଙ୍କ ସହ ଆଲୋଚନା କରାଯାଇଛି।
ଏସପି ଆବଶ୍ୟକ ତୁରନ୍ତ ପଦକ୍ଷେପ ନେବା ଲାଗି ପ୍ରତିଶ୍ରୁତି ଦେଇଥିବା ଶ୍ରୀମତୀ ଓତା ସୂଚନା ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରାୟ ଦୁଇବର୍ଷ ତଳେ କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ମଧ୍ୟ ସେତେବେଳେ ସାଇବର ଠକ ଫୋନ୍ କଲ୍ କରୁଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।