Indian squad for Afghanistan T20: ଆଫଗାନିସ୍ତାନ ଟ୍ବେଣ୍ଟି-୨୦ ଲାଗି ଭାରତୀୟ ଦଳ: ଫେରିଲେ ସଂଜୁ, ବରୁଣ

Sep 02, 2026 - 06:00
Indian squad for Afghanistan T20: ଆଫଗାନିସ୍ତାନ ଟ୍ବେଣ୍ଟି-୨୦ ଲାଗି ଭାରତୀୟ ଦଳ: ଫେରିଲେ ସଂଜୁ, ବରୁଣ

"ନୂଆଦିଲ୍ଲୀ: ଚଳିତ ମାସ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀସ୍ଥିତ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳ ମଙ୍ଗଳବାର ଘୋଷିତ ହୋଇଛି।

ଜିମ୍ବାୱେ ବିପକ୍ଷ ଶୃଙ୍ଖଳା ଖେଳି ନଥିବା ସଂଜୁ ସାମ୍‌ସନ୍‌ ଦଳକୁ ଫେରିଥିଲା ବେଳେ ଯଶପ୍ରୀତ ବୁମ୍‌ରା, ହର୍ଷିତ ରାଣା, ୱାସିଂଟନ୍‌ ସୁନ୍ଦର ଓ ନୀତୀଶ କୁମାର ରେଡ୍ଡୀଙ୍କୁ ଫିଟ୍‌ନେସ୍‌ ପ୍ରମାଣ ସର୍ତ୍ତରେ ଦଳରେ ସାମିଲ ହୋଇଛନ୍ତି।

ପାଦ ଜନିତ ଆହତ ସମସ୍ୟାରୁ ମୁକୁଳିଥିବା ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଫେରିଛନ୍ତି।

ଏସୀୟ କ୍ରୀଡ଼ା ପୂର୍ବରୁ ଭାରତ ପାଇଁ ଏହି ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ ରହିଛି।Advertisment Jal Shakti Ministry: ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଫିଟ୍‌ନେସ୍‌ ସର୍ତ୍ତରେ ବୁମ୍‌ରା, ସୁନ୍ଦର, ରାଣା, ରେଡ୍ଡୀ ସାମିଲ ଦଳ ଜିମ୍ବାୱେରେ ଟ୍ବେଣ୍ଟି-୨୦ ଜିତିଥିଲା ବେଳେ ଏହା ପୂର୍ବରୁ ଆୟର୍ଲାଣ୍ଡ (୦-୨) ଓ ଇଂଲଣ୍ଡ (୦-୪) ଗସ୍ତରେ ମୂଳପୋଛ ହୋଇଥିଲା।

ସେହିଭଳି ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ୧-୨ରେ ହାରିବାର ଲଜ୍ଜାଜନକ ଫଳ ପାଇଥିଲା।

ଏବେ ଘରୋଇ ପରିବେଶରେ ଆଫଗାନସ୍ତାନ ବିପକ୍ଷରେ ସେହି ଦୁଃଖ ଦୂର କରିବାର ସମୟ ଆସିଯାଇଛି।

ଅନ୍ୟପକ୍ଷରେ ଆଫଗାନିସ୍ତାନ ବିଶ୍ବକପ୍‌ ପରଠୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିନି।

ବିଶ୍ବକପ୍‌ରେ ଏହି ଦଳ ୪ ସୁପର-୮ ମ୍ୟାଚ୍‌ରୁ ୨ଟିରେ ଜିତି ଆଗକୁ ବଢ଼ିପାରି ନଥିଲା।

Indian Railways: ପୂର୍ବତଟ ରେଳପଥର ଏଜିଏମ୍‌ ଭାବେ ଯୋଗଦେଲେ ବିଜୟ କୁମାର ମିଶ୍ର ଭାରତୀୟ ଦଳ: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଂଜୁ ସାମ୍‌ସନ୍‌ (ୱିକେଟ୍‌କିପର), ଈଶାନ କିଶନ (ୱିକେଟ୍‌କିପର), ତିଳକ ବର୍ମା (ଉପଅଧିନାୟକ), ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ*, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର*, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍‌ରା*, ଅର୍ଶଦୀପ ସିଂହ, ହର୍ଷିତ ରାଣା*।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।