Cyclone: ଆନ୍ଧ୍ରମୁହାଁ ବାତ୍ୟା: ବାୟୁମଣ୍ଡଳୀୟ ପରିସ୍ଥିତି ପାଇଁ ଗତିପଥ ବଦଳୁଛି
ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଥିବା ଅବପାତ ଆନ୍ଧ୍ରପ୍ରଦେଶ ନିକଟରେ ସ୍ଥଳ ଭାଗ ଛୁଇଁବ।
ଅତିଭୀଷଣ ବାତ୍ୟା ଭାବେ ଏହା ଆନ୍ଧ୍ରପ୍ରଦେଶ ଉପକୂଳର ବାପଟାଲା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ।
ସେତେବେଳକୁ ପବନର ଘଣ୍ଟାପ୍ରତି ବେଗ ୧୧୫ରୁ ୧୨୫ କିମି ରହିବ; ଝଟକା ପବନର ବେଗ ୧୪୦ କିମି ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଜି ଆକଳନ କରିଛି।
Advertisment Drought: ବଦଳିଲାନି ବ୍ୟବସ୍ଥା; ନିଅଣ୍ଟିଆ ବର୍ଷା ଓ ଟାଣ ଖରାରେ ମଉଳୁଛି ଧାନଗଛ, ଚିନ୍ତାରେ ଚାଷୀ ଅତିଭୀଷଣ ବାତ୍ୟା ରୂପରେ ୨୮ ତାରିଖ ପୂର୍ବାହ୍ଣରେ ଆନ୍ଧ୍ର ଉପକୂଳ ଛୁଇଁବ।
ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟା ପ୍ରତି ୬୦ରୁ ୭୦ କିମି ଓ ସଂଲଗ୍ନ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ହେବ।
ଉପକୂଳରେ ବର୍ଷାର ପ୍ରଭାବ ରହିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ହିଁ କେବଳ ଅତ୍ୟଧିକ ବର୍ଷାର ସାମନା କରିବ।
ବିଶେଷକରି ଗଞ୍ଜାମ , ଗଜପତି , କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବ।
ଏହି ୫ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା ହୋଇପାରେ ବୋଲି ଆଇଏମ୍ଡି ଆକଳନ କରିଛି।
ବିଭାଗ ସ୍ପଷ୍ଟ କରିଛି ଯେ ଗତକାଲିର ଲଘୁଚାପ ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ରାତି ସୁଦ୍ଧା ଅବପାତରେ ପରିଣତ ହୋଇଛି।
ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ଅବପାତ ୨୫ ତାରିଖରେ ଗଭୀର ଅବପାତ ଏବଂ ୨୬ ତାରିଖ ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ।
ବାୟୁମଣ୍ଡଳୀୟ ପରିସ୍ଥିତି ପାଇଁ ଗତିପଥ ବଦଳୁଛି ବାପଟାଲା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ଅତିଭୀଷଣ ରୂପ ସହ ୧୪୦ କିମି ବେଗରେ ହେବ ପବନ ୨୮ରେ ୫ ଜିଲ୍ଲାକୁ ରେଡ୍, ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ୨୮ ତାରିଖ ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବ।
ତେବେ ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନ ପଡ଼ିଲେ ମଧ୍ୟ ବର୍ଷା ଓ ପବନ ହେବ।
୨୬ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ପାଗ ବଦଳିବ।
ଜଗତସିଂହପୁରଠାରୁ ଗଞ୍ଜାମ ଉପକୂଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇପାରେ।
୨୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୭୦ କିମି ବେଗରେ ପବନ ହେବାର ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।
ଏହି ସମୟରେ ପୁରୀ , ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ , ବୌଦ୍ଧ, ସୁବର୍ଣ୍ଣପୁର , ବରଗଡ଼, ବଲାଙ୍ଗୀର , ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ହେବା ନେଇ ପୂର୍ବାନୁମାନ ସହ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି।
୨୯ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ପବନର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
Narendra Modi: ଓଡ଼ିଶାରେ ଆଜି ଆରବିଆଇ ଡାଟା ସେଣ୍ଟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବିଶ୍ୱସ୍ତରୀୟ ପାଣିପାଗ ମଡେଲ୍ର ସଦ୍ୟତମ ପୂର୍ବାନୁମାନ ଅନୁସାରେ, ବାତ୍ୟା କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ଠିକ୍ କେଉଁ ସ୍ଥାନରେ ଓ କେତେବେଳେ ସ୍ଥଳଭାଗ ଛୁଇଁବ ତାହା ଏବେ ମଧ୍ୟ ଅନିଶ୍ଚିତ।
କେତେକ ମଡେଲ୍ର ପୂର୍ବାନୁମାନ ଅନୁସାରେ, ବାତ୍ୟା କେନ୍ଦ୍ରରେ ବାୟୁଚାପ ୯୬୧ରୁ ୯୭୧ ହେକ୍ଟୋପାସ୍କାଲ୍ ପର୍ଯ୍ୟନ୍ତ ଖସିପାରେ।
ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇପାରିବ ନାହିଁ।
୨୭ ତାରିଖ ରାତିରୁ ୨୮ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ।
ବାତ୍ୟାର ଗତିପଥ ଓ ଶକ୍ତି ନିର୍ଦ୍ଧାରଣ କରୁଥିବା ବାୟୁମଣ୍ଡଳୀୟ ପରିସ୍ଥିତି ଲଗାତାର ବଦଳୁଛି।
ବାତ୍ୟାର ପ୍ରାରମ୍ଭିକ ଅବସ୍ଥାନରେ ମାତ୍ର ୫୦ରୁ ୧୦୦ କିମି ପାର୍ଥକ୍ୟ ଏବଂ ଏହାକୁ ଚଳାଉଥିବା ପବନରେ ପରିବର୍ତ୍ତନ ହେଲେ ଏହାର ଗତିପଥ ଯଥେଷ୍ଟ ବଦଳିପାରେ।
ଅବପାତ ଏକ ସୁସଙ୍ଗଠିତ ବାତ୍ୟାରେ ପରିଣତ ପରେ ଏହାର ଶକ୍ତି, ଗତିପଥ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ଅଧିକ ସ୍ପଷ୍ଟ ହେବ।
ବାତ୍ୟା ଯଦି କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଏଁ, ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରବଳ ପବନର ସିଧାସଳଖ ପ୍ରଭାବ ପଡ଼ିବା ଆଶଙ୍କା କମିବ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।