Cyclone ‘Arnab’: ବାତ୍ୟା ‘ଅର୍ଣ୍ଣବ’: ଦେଢ଼ ଲକ୍ଷ ଲୋକ ସ୍ଥାନାନ୍ତର ଯୋଜନା

Oct 25, 2026 - 03:13
Cyclone ‘Arnab’: ବାତ୍ୟା ‘ଅର୍ଣ୍ଣବ’:  ଦେଢ଼ ଲକ୍ଷ ଲୋକ ସ୍ଥାନାନ୍ତର ଯୋଜନା

ଛତ୍ରପୁର: ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଗୁଆ ପ୍ରସ୍ତୁତି କରିଛି।

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।

ଛୁଟିରେ ଥିବା ଅଧିକାରୀ ରବିବାର ସକାଳ ସୁଦ୍ଧା ମୁଖ୍ୟାଳୟରେ ପହଞ୍ଚି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ୟା, ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁପ୍ରକାର ସତର୍କତାମୂଳକ ପଦକ୍ଷେପ ନେଉଥିବା ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍‌ ସୂଚନା ଦେଇଛନ୍ତି।

Advertisment Accident: ରେଳବାଇର ଗେଟ୍‌କୁ ଧକ୍କା ଦେଲା ଟାଟାଏସି ଆଜି ସକାଳେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ବସିଥିଲା।

ଏଥିରେ ସମସ୍ତ ବରିଷ୍ଠ ଅଧିକାରୀ, ବିଡିଓ ଓ ତହସିଲଦାରଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

୨୬ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇ ୨୯ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେଣୁ ବିନା ଅନୁମତିରେ ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନ ଛାଡ଼ିବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭାବ୍ୟ ଜଳବନ୍ଦି ସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲାରେ ଡ୍ୟାମ୍‌ଗୁଡ଼ିକର ଜଳସ୍ତର ଓ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ନିରନ୍ତର ନଜର ରଖାଯିବ।

ଗତମାସରେ ଅବପାତଜନିତ ବର୍ଷାରେ ବ୍ରହ୍ମପୁର ସହର ସମେତ ଅନେକ ଅଞ୍ଚଳ ଜଳବନ୍ଦି ହୋଇଥିଲା।

ସେହି ସ୍ଥାନଗୁଡ଼ିକୁ ଚିହ୍ନଟ କରି ଡ୍ରେନ୍ ଓ ଜଳ ନିଷ୍କାସନପଥ ସଫା କରିବାକୁ କୁହାଯାଇଛି।

Weekly Horoscope 2026 October 25 to 31: ଜାଣନ୍ତୁ ଏ ସପ୍ତାହର ରାଶିଫଳ ...

ଅନ୍ୟପକ୍ଷରେ ୧୧୦ଟି ସ୍ଥାୟୀ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ସହ ୧,୦୦୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି।

ଏଠାରେ ଏକକାଳୀନ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ରଖାଯାଇପାରିବ।

ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପାନୀୟଜଳ ସହ ଚିକିତ୍ସା ସେବା, ବିଦ୍ୟୁତ୍ ଯୋଗାଣ ଓ ଯୋଗାଯୋଗ ବ୍ୟବସ୍ଥା ସଚଳ ରଖିବାକୁ ଗୁରୁତ୍ବ ଦିଆଯାଇଛି।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୯ଟି ଓଡ୍ରାଫ୍ ଟିମ୍ ଓ ୨ଟି ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି।

ଏଥିସହ ଆଜିଠାରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକାରୀ କରାଯାଇଛି।

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଓ କଳାବଜାର ରୋକିବାକୁ ଦୋକାନୀମାନେ ଦର ତାଲିକା ଲଗାଇବେ।

ସେହିପରି ବିଭ୍ରାନ୍ତିକର ଏଆଇ ଫଟୋ ତଥା ମିଛ ଖବର ଧରାପଡ଼ିଲେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ବୈଠକରେ ଗଞ୍ଜାମ ଏସ୍‌ପି ହରୀଶ ବିସି, ବ୍ରହ୍ମପୁର ଏସ୍‌ପି ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କୁମାର କେର୍କେଟା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।