Cyclone: ସୁନାର ଫସଲ ଧୋଇ ନେଲା ବାତ୍ୟା ‘ଅର୍ଣ୍ଣବ

Oct 29, 2026 - 01:34
Cyclone: ସୁନାର ଫସଲ ଧୋଇ ନେଲା ବାତ୍ୟା ‘ଅର୍ଣ୍ଣବ

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ମଙ୍ଗଳବାର ଠାରୁ ଲଗାଣ ବର୍ଷା ଜାରି ରହିଛି।

ସକାଳ ୮:୩୦ ସୁଦ୍ଧା ୬୮.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପରିମାଣ ଆହୁରି ବଢିଛି।

ପ୍ରବଳ ବର୍ଷା ଯୋଗୁଁ ଘୁ.

ଉଦୟଗିରି ବଜାର ରାସ୍ତାରେ ପାଣି ଜମି ରହିଛି।

ଦୋକାନ ବଜାର ଫାଙ୍କା ପଡିଛି।

ଦୋକାନୀ ଗ୍ରାହକ ଅପେକ୍ଷାରେ ବସି ରହିଛନ୍ତି।

ଅଟୋ, କାର୍ ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଛି।

ସ୍କୁଲ୍, କଲେଜ୍ ଛୁଟି ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟରେ ଉପସ୍ଥାନ କମ୍ ରହିଛି।

Advertisment ପାଣିପାଗ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

ଘାଟି ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ଲୋକଙ୍କୁ ଅଯଥାରେ ବାହାରକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ସମ୍ଭାବନା ରହିଛି।

ନଦୀ, ନାଳ, ବିଲ ସମ୍ପୂର୍ଣ୍ଣ ଜଳମଗ୍ନ।

ପ୍ରବଳ ପବନ ସହ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଥିବା ବେଳେ ରାସ୍ତାରେ ଗାଡ଼ି ଯାତାୟତ ପ୍ରାୟ ବନ୍ଦ ରହିଛି।ପ୍ରତିକୂଳ ପାଗକୁ ଦେଖି ଗାଡ଼ି ମଟର ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

Heavy Rainfall: ବାତ୍ୟା ଅର୍ଣ୍ଣବ ପ୍ରଭାବ: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୮୨.୪ ମିମି ରେକର୍ଡ ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳର ଚାଷୀ ଚିନ୍ତାରେ ପଡିଛନ୍ତି।

ମୁଣ୍ଡର ଝାଳ ତୁଣ୍ଡରେ ମାରି ନିଜ ଜମିରେ ଲାଗିଥିବା ସୁନାର ଫସଲ ଏବେ ବର୍ଷା ଜଳ ଧୋଇ ନେଉଛି।

ବିଶେଷ କରି ସ୍ଥାନୀୟ ଅଞ୍ଚଳରେ ବର୍ତମାନ ବିନ୍ସ,ଫୁଲକୋବି, ବନ୍ଧାକୋବି, ଫଳ କୋବି, ଟମାଟୋ, ମୂଳା,ଶାଗ ଆଦାୟ ସମୟ ନିଜ ନଜ ଜମିରେ ହସୁଥିଲା ପରିବା ହେଲେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବିକ୍ଷିପ୍ତ ବର୍ଷା ସବୁ ପରିବା ଫସଲ ନଷ୍ଟ କରିଦେଇଛି।ଏହିଭଳି ବର୍ଷା ଲାଗି ରହିଲେ ସବୁ ପରିବା ନଷ୍ଟ ହୋଇଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।