Cyclone Arnab Damage Assessment: କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍, ନଭେମ୍ବର ୨ରେ ଗସ୍ତ ସମ୍ଭାବନା
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବ କେନ୍ଦ୍ର।
ଏଥିପାଇଁ ଆସନ୍ତା ନଭେମ୍ବର ୨ ତାରିଖରେ ଏକ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିପାରେ।
ଏହି ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତିର ବାସ୍ତବ ସ୍ଥିତି ପରଖିବ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି।
Advertisment ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଘରଦ୍ୱାର, ରାସ୍ତାଘାଟ ଏବଂ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।
ଅନେକ ସ୍ଥାନରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ କିଛି ଅଞ୍ଚଳରେ ଘର ଭାଙ୍ଗିବା ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।
ବାତ୍ୟା ପରେ ଲୋକେ ନିଜର କ୍ଷୟକ୍ଷତିକୁ ନେଇ ଚିନ୍ତାରେ ଅଛନ୍ତି।
ଏଭଳି ସ୍ଥିତିରେ କେନ୍ଦ୍ରୀୟ ଟିମ୍ର ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ଟିମ୍ର ସଦସ୍ୟମାନେ ପ୍ରଭାବିତ ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ପରିମାଣ, ଫସଲ ନଷ୍ଟ ଓ ଭିତ୍ତିଭୂମିର କ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ।
କେଉଁ ଜିଲ୍ଲାରେ କେତେ କ୍ଷତି ହୋଇଛି ଏବଂ କେଉଁଠି କେତେ ସହାୟତା ଆବଶ୍ୟକ, ତାହାର ଆକଳନ କରାଯିବ।
Advertisment କେନ୍ଦ୍ରୀୟ ଟିମ୍ର ରିପୋର୍ଟ ଆସିବା ପରେ ବାତ୍ୟା କ୍ଷୟକ୍ଷତିର ପ୍ରକୃତ ଚିତ୍ର ଆହୁରି ସ୍ପଷ୍ଟ ହେବ।
ଏହା ସହିତ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କେନ୍ଦ୍ରୀୟ ସହାୟତା ମିଳିବା ନେଇ ମଧ୍ୟ ପରବର୍ତ୍ତୀ ପଦକ୍ଷେପର ରାସ୍ତା ଖୋଲିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।