Cyclone Arnab Intensifies into Very Severe Storm: ଅତି ଭୀଷଣ ବାତ୍ୟାରେ ପରିଣତ ହେଲା 'ଅର୍ଣ୍ଣବ', ଦୃଶ୍ୟମାନ ହେଲା ଆଖି

Oct 27, 2026 - 08:34
Cyclone Arnab Intensifies into Very Severe Storm: ଅତି ଭୀଷଣ ବାତ୍ୟାରେ ପରିଣତ ହେଲା 'ଅର୍ଣ୍ଣବ', ଦୃଶ୍ୟମାନ ହେଲା ଆଖି

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ'।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟା 'ଅର୍ଣ୍ଣବ' କିଛି ସମୟ ଆଗରୁ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି।

ଏ ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି।

Advertisment ଗୋପାଳପୁରରୁ ୩୮୦ ଓ ବିଶାଖାପାଟଣାରୁ ୩୦୦ କିମି ଦୂରରେ ଥିବା 'ଅର୍ଣ୍ଣବ' ଏବେ ଘଣ୍ଟା ପ୍ରତି ୨୫ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି।

ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ୧୨୫ ରୁ ୧୩୫ କିମି ଓ ଝଟକା ପବନ ୧୫୦ କିମି ଯାଏଁ ରହୁଛି।

ଏପଟେ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ପାଇଁ ବାତ୍ୟା ସତର୍କତା ଜାରି ହୋଇଛି।

ଆସନ୍ତା ୨୮ ତାରିଖରେ ସ୍ଥଳଭାଗ ଛୁଇଁପାରେ 'ଅର୍ଣ୍ଣବ'।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।