Cyclone Arnab Name Meaning: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚର୍ଚ୍ଚା! ନାଁ ପଛରେ ରହିଛି କେଉଁ ଦେଶର ହାତ?
ବାତ୍ୟାର ନାଁ 'ଅର୍ଣ୍ଣବ' କାହିଁକି ?
କିଏ ଦେଲା ଏହି ନାଁ ?
ବାତ୍ୟାର ନାମକରଣ ପଛରେ ରହିଛି କେଉଁ ନିୟମ ?
ବାତ୍ୟା ଆସିଲେ ଲୋକଙ୍କ ମନରେ ଛନକା ପଶେ ।
କେଉଁଠି ହେବ ଲ୍ୟାଣ୍ଡଫଲ୍ ?
କେତେ ରହିବ ପବନର ବେଗ ?
କେତେ ବର୍ଷା ହେବ ?
ଏସବୁ ଭିତରେ ବାତ୍ୟାର ନାଁକୁ ନେଇ ବି ରହିଥାଏ ଉତ୍ସୁକତା ।
ଆଉ ଏବେ ଚର୍ଚ୍ଚାରେ 'ଅର୍ଣ୍ଣବ' ।
ତେବେ ଏହି ନାଁ କୌଣସି ଆକସ୍ମିକ ନାମକରଣ ନୁହେଁ ।
ଏହା ପଛରେ ରହିଛି ଏକ ଆନ୍ତର୍ଜାତିକ ବ୍ୟବସ୍ଥା ।
Advertisment ବାତ୍ୟା 'ଅର୍ଣ୍ଣବ' ନାଁଟି ବାଂଲାଦେଶ ପକ୍ଷରୁ ପ୍ରସ୍ତାବିତ ।
'ଅର୍ଣ୍ଣବ' ଶବ୍ଦର ଅର୍ଥ ସମୁଦ୍ର ବା ମହାସାଗର ।
ତେବେ ବାତ୍ୟାର ନାମକରଣ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହାକୁ ସହଜରେ ଚିହ୍ନିବା ଏବଂ ଲୋକଙ୍କ ପାଖରେ ସତର୍କ ସୂଚନା ପହଞ୍ଚାଇବା ।
ଯାହାଦ୍ୱାରା ପାଣିପାଗ ବିଭାଗ, ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯୋଗାଯୋଗ ଅଧିକ ସହଜ ହୋଇଥାଏ ।
କେବଳ ଗୋଟିଏ ଦେଶ ନୁହେଁ ।
ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ପାଇଁ ରହିଛି ଆଞ୍ଚଳିକ ବ୍ୟବସ୍ଥା ।
ଭାରତ ସମେତ ୧୩ଟି ଦେଶ ଏହି ପ୍ରକ୍ରିୟାରେ ସାମିଲ ଅଛନ୍ତି ।
ଏହି ଦେଶଗୁଡ଼ିକ ପ୍ରସ୍ତାବ ଦେଉଥିବା ନାଁକୁ ନେଇ ତିଆରି ହୁଏ ତାଲିକା ।
ପରେ ନିର୍ଦ୍ଦିଷ୍ଟ ନିୟମ ଓ କ୍ରମ ଅନୁସାରେ ବାତ୍ୟାର ନାମକରଣ କରାଯାଏ ।
ତେବେ ବାତ୍ୟାର ନାଁ ଜାଣିବା ଯେତିକି ଜରୁରୀ, ତା'ଠାରୁ ଅଧିକ ଜରୁରୀ ହେଉଛି ଏହାର ପ୍ରକୃତ ସ୍ଥିତିକୁ ବୁଝିବା ।
Advertisment ବାତ୍ୟାର ଗତିପଥ, ପବନର ବେଗ, ବର୍ଷାର ପରିମାଣ ଓ ସମ୍ଭାବ୍ୟ ପ୍ରଭାବ ଉପରେ ନଜର ରଖିବା ଆବଶ୍ୟକ ।
ତେଣୁ କେବଳ ନାଁକୁ ନେଇ ଆତଙ୍କିତ ନହୋଇ ପାଣିପାଗ ବିଭାଗର ଅଫିସିଆଲ୍ ସୂଚନା ଉପରେ ଭରସା କରିବା ଜରୁରୀ ।
ବାତ୍ୟାର ନାଁ 'ଅର୍ଣ୍ଣବ' ।
କିନ୍ତୁ ଏହାର ପ୍ରଭାବ କେତେ ରହିବ, ତାହା ନିର୍ଭର କରିବ ପାଣିପାଗର ପ୍ରକୃତ ସ୍ଥିତି ଉପରେ ।
ତେଣୁ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ପାଣିପାଗ ବିଭାଗର ନିର୍ଦ୍ଦେଶ ମାନନ୍ତୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।