Cyclone Arnab Intensifies Over Bay of Bengal: ସୃଷ୍ଟି ହେଲା ବାତ୍ୟା 'ଅର୍ଣ୍ଣବ', ଆଜି ରାତିରେ ଭୀଷଣ ବାତ୍ୟାର ରୂପ ନେବ

Oct 26, 2026 - 09:52
Cyclone Arnab Intensifies Over Bay of Bengal: ସୃଷ୍ଟି ହେଲା ବାତ୍ୟା 'ଅର୍ଣ୍ଣବ', ଆଜି ରାତିରେ ଭୀଷଣ ବାତ୍ୟାର ରୂପ ନେବ

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଅର୍ଣ୍ଣବ'।

ଆଜି ସକାଳେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି।

ଏହା ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟା ଏବଂ ଆସନ୍ତାକାଲି ଅତି ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା।

ଉପକୂଳ ଆଡ଼କୁ ଘଣ୍ଟା ପ୍ରତି ୧୫ କିମି ବେଗରେ ମାଡ଼ି ଆସୁଛି।

Advertisment ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା 'ଅର୍ଣ୍ଣବ' ବିଜୟପୁରମ୍ ଠାରୁ ୫୯୦ କିମି ଉତ୍ତର-ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି।

ବିଶାଖାପାଟଣାଠାରୁ ୬୫୦ କିମି ପୂର୍ବ-ଦକ୍ଷିଣପୂର୍ବ, କାକିନଡ଼ାଠାରୁ ୭୩୦ କିମି ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟଣମ୍ ଠାରୁ ୮୩୦ କିମି ପୂର୍ବ ଓ ବାପତଲାଠାରୁ ୯୧୦ କିମି ପୂର୍ବରେ ରହିଛି।

୨୮ ତାରିଖ ସକାଳ ବେଳକୁ ଆନ୍ଧ୍ରର ବାପଟଲା ଓ ବିଶାଖାପାଟଣା ମଝିରେ ଲ୍ୟାଣ୍ଡଫଲ୍ କରିପାରେ।

ସେତେବେଳେ ପବନର ବେଗ ପାଖାପାଖି ୧୪୦ କିଲୋମିଟର ରହିବା ସମ୍ଭାବନା ରହିଛି।

ବାତ୍ୟାର ହିଟ୍ ଟାର୍ଗେଟରୁ ଓଡ଼ିଶା ବର୍ତ୍ତିଥିଲେ ବି ମାଡ଼ ସହିବ।

ବେଶୀ ପ୍ରଭାବିତ ହୋଇପାରେ ଆନ୍ଧ୍ର ସୀମାକୁ ଲାଗି ଥିବା ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା।

କାଲିଠୁ ରାଜ୍ୟରେ ଆରମ୍ଭ ହୋଇଯିବ ବର୍ଷା ପବନ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।