Cyclone Arnab Landfall Tomorrow: ମାଡ଼ି ଆସୁଛି ଭୀଷଣ ବାତ୍ୟା ଅର୍ଣ୍ଣବ, ୬ ଜିଲ୍ଲାକୁ ରେଡ୍ ଆଲର୍ଟ
ଲ୍ୟାଣ୍ଡଫଲ୍ ଆଗରୁ ଦେଖାଉଛି ନାଲି ଆଖି।
ସ୍ଥଳଭାଗ ଛୁଇଁବା ପୂର୍ବରୁ ଥରାଇଦେଉଛି ଛାତି।
ଆଖିବୁଜା କାଚୁଛି ବର୍ଷା, ସୁଁ ସୁଁ କରି ଗର୍ଜୁଛି ପବନ।
ଦୋହଲାଇ ଦେଉଛି ଜୁଆରମାଡ଼।
ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ଭୀଷଣ ବାତ୍ୟା ଅର୍ଣ୍ଣବ।
ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ଲୋକେସନ୍ ବାପଟଲା ଓ ବିଶାଖାପାଟଣାର ମଧ୍ୟସ୍ଥଳ ପୁଡ଼ୁଚେରୀର ୟାନମ୍।
ନନଷ୍ଟପ ବାତ୍ୟା କଭରେଜ୍ ପାଇଁ ଗ୍ରାଉଣ୍ଡଜିରୋରେ ପହଞ୍ଚିଛି ଓଟିଭି।
ସମୁଦ୍ର ଭିତରେ ଉଗ୍ର ହେଉଥିବା ଅର୍ଣ୍ଣବ ଏବେଠୁ କରିପକାଇଲାଣି ଅଶାନ୍ତ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଯେତିକି ସ୍ଥଳଭାଗକୁ ପାଖଉଛି ଟିକେ ଟିକେ ମନ୍ଥର ହେଉଛି।
ସମୁଦ୍ର ଭିତରେ ୧୫୦ରୁ ୧୬୦ କିଲୋମିଟର ବେଗରେ ବହୁଛି ପବନ।
Advertisment ଭୟଙ୍କର ଭାବେ ସମୁଦ୍ର ମଝିରେ ଘୁରି ବୁଲୁଛି ।
ଆହୁରି ପ୍ରାୟ ୧୫ ଘଣ୍ଟା ଧରି ବଳ ଗୋଟାଇବା ପରେ ଆସନ୍ତାକାଲି ମଧ୍ୟାହ୍ନରେ ଛୁଇଁପାରେ ସ୍ଥଳଭାଗ।
ବାପଟଲା ଓ ବିଶାଖାପାଟଣା ଭିତରେ ୟାନମ୍ ପାଖରେ ଲ୍ୟାଣ୍ଡଫଲ୍ କରିବା ଆଶଙ୍କା କରାଯାଉଛି।
ସେତେବେଳେ ଘଣ୍ଟାପ୍ରତି ପବନର ବେଗ ରହିବ ୧୨୫ରୁ ୧୩୫ କିଲୋମିଟର।
୧୫୦ କିଲୋମିଟର ବେଗରେ ଦୋହଲାଇ ଦେଇପାରେ ଝଟକା ପବନ।
ଦକ୍ଷିଣ ଓଡ଼ିଶାରେ ପବନର ସ୍ପିଡ୍ ରହିବ ୬୦ରୁ ୮୦ କିମି।
ଉତ୍ତର ଓଡ଼ିଶା ବି ବର୍ତ୍ତିବନି ବାତ୍ୟା ଆଖିରୁ।
ଅନ୍ୟପଟେ ଭୀଷଣ ବାତ୍ୟା ବଡ଼ କ୍ଷତି କରିବା ନେଇ ଚେତାଇ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
କହିଛନ୍ତି- ବଡ଼ ଗଛ ଭାଙ୍ଗିବ, ଫସଲ ଉଜୁଡ଼ିଯିବ।
ସାଂଘାତିକ ଭାବେ ପ୍ରଭାବିତ ହେବ ରେଳ, ବିମାନ ଓ ସଡ଼କ ପଥରେ ଯାତାୟାତ ।
ଆନ୍ଧ୍ର ଉପକୂଳ କାକିନାଡ଼ାରେ ଆରମ୍ଭ ହୋଇଗଲାଣି ଅର୍ଣ୍ଣବ ତାଣ୍ଡବ।
ବାଡ଼ବତା ମାନୁନି ସମୁଦ୍ର।
ପଥରକୁ ଠେଲି ରାସ୍ତାରେ ପକାଇଦେଲାଣି।
ଉଚ୍ଚ ଉଚ୍ଚ ଜୁଆର ଦେଖି ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଲେଣି।
ଏବେଠୁ ଅସ୍ତବ୍ୟସ୍ତ କରିପକାଇଲାଣି ବର୍ଷାପବନ।
ପ୍ରଶାସନ ସ୍ଥାନାନ୍ତର ପ୍ରକ୍ରିୟାକୁ ଜୋରଦାର କରି ସମୁଦ୍ର କୂଳକୁ ନଯିବାକୁ ବାରଣ କରିଛି।
Advertisment ସେପଟେ ବାତ୍ୟା ଯେତିକି ପାଖଉଛି ଓଡ଼ିଶାର ଛାତି ସେତିକି ଧଡ଼ଧଡ଼ ହେଉଛି।
କାଲି ବେଶି ବିପଦ।
ଛାନିଆ ଦକ୍ଷିଣ ଓଡ଼ିଶା, ଭୟରେ ମାଲକାନଗିରି।
କାରଣ ବିଶାଖାପାଟଣା ନିକଟରେ ଲ୍ୟାଣ୍ଡଫଲ୍ ପରେ ଓଡ଼ିଶା ଆଡ଼େ ବୁଲିଯିବ ଭୀଷଣ ବାତ୍ୟା।
ସାଇକ୍ଲୋନିକ୍ ଷ୍ଟର୍ମ ହୋଇ ମାଲକାନଗିରି ଭିତରେ ପଶି ଆଗକୁ ବଢିବ।
ଇଏ ହେଉଛି ତାର ଗତିପଥ।
କାଲି ଲ୍ୟାଣ୍ଡଫଲ୍ ପରଠୁ ପ୍ରାୟ ୨୪ ଘଣ୍ଟା ଯାଏଁ ମାଲକାନଗିରି, ନବରଙ୍ଗପୁର, କୋରାପୁଟରେ ପଶି କୋପ ଦେଖାଇବ ଅର୍ଣ୍ଣବ।
ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ୮୦ କିଲୋମିଟର ବେଗରେ ପବନ ସହିତ ଭୀଷଣ ବର୍ଷା ଢାଳିବ।
ଏଣୁ କାଲି ପାଇଁ ୬ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଜାରି ହୋଇଛି ରେଡ୍ ଆଲର୍ଟ।
୧୦ ଜିଲ୍ଲାକୁ ଅରେଞ୍ଜ ଓ ବାକି ୧୪ ଜିଲ୍ଲାକୁ ୟେଲୋ ଆଲର୍ଟରେ ରଖିଛି ପାଣିପାଗ ବିଭାଗ।
୪ ରାଜ୍ୟରେ କରାଳ କୋପ ଦେଖାଇବ ଭୀଷଣ ବାତ୍ୟା ଅର୍ଣ୍ଣବ।
ଓଡ଼ିଶା ଆନ୍ଧ୍ର ସମେତ, ତେଲେଙ୍ଗାନା ଓ ଛତିଶଗଡ଼କୁ ବି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ସମୁଦ୍ରରେ ଉଠିପାରେ ୨ ମିଟର ଉଚ୍ଚର ଜୁଆର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।