Odisha Launches Zero Casualty Mission: ଗ୍ରାଉଣ୍ଡ ଜିରୋରେ ମନ୍ତ୍ରୀ, ବାତ୍ୟା ମୁକାବିଲା ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି
ପବନ ମାଡ଼ କରି ବର୍ଷୁଛି।
କୂଳକୁ ଆସି ମଥା ପିଟୁଛି ଲହଡ଼ି।
ଚାରିଆଡ଼େ ମାଡ଼ି ଆସୁଥିବା ଘନ କଳା ବାଦଲ ସହ ଶୂନଶାନ୍ ଚତୁର୍ଦ୍ଦିଗ।
ୟେ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିଲିକାର ଦୃଶ୍ୟ।
କୌଣସି ମୁହୁର୍ତ୍ତରେ କିଛି ବି ଘଟିପାରେ, ତେଣୁ ଖାଲି କରିଦିଆଯାଇଛି ପର୍ଯ୍ୟଟକଙ୍କୁ।
ବାରଣ କରାଯାଇଛି ଡଙ୍ଗା ଚାଳନାକୁ। (ମିଡ୍ ପିଟୁସି: ଶକ୍ତିପ୍ରସାଦ)...ସେପଟେ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ଜାରି କରାଯାଇଛି ୨ ନମ୍ବର ସତର୍କ ସୂଚନା।...ଆଉ ଏ ଚିତ୍ର ବାତ୍ୟାର ରାଡାରରେ ଥିବା ମାଲକାନଗିରି ଚିତ୍ରକୋଣ୍ଡା ଜଳଭଣ୍ଡାରର।
ବନ୍ଦ ରହିଛି ମୋଟର ଲଞ୍ଚ ସେବା।
ନା ଯାତ୍ରୀଙ୍କ ଭିଡ଼ ନା କୌଣସି ମୋଟର୍ ଲଞ୍ଚର ଚଳାଚଳ।
ଧନଜୀବନର ସୁରକ୍ଷା ପାଇଁ ବନ୍ଦ କରିଦିଆଯାଇଛି ବୁଡ଼ି ଅଞ୍ଚଳର ଏହି ଲାଇଫଲାଇନକୁ।
Advertisment ବାତ୍ୟା ଅର୍ଣ୍ଣବ ଯେଭଳି ରୂପ ଧାରଣ କରିଛି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ କୌଣସି ମୁହୂର୍ତ୍ତରେ କିଛି ବି ଘଟିପାରେ।
ତେଣୁ ଜାଗତିଆର୍ ପ୍ରଶାସନ।
ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ବାତ୍ୟାର ଦୃଢ଼ ମୁକାବିଲା ପାଇଁ ସମସ୍ତ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି।
ବିଭିନ୍ନ ଜିଲ୍ଲାରେ ୨୪୪ଟି ଅଗ୍ନିଶମ ସେବା ଟିମ୍, ୬୦ଟି ODRAF ଏବଂ ୯ଟି NDRF ଟିମ୍ ମୁତୟନ କରାଯାଇଛି।
ଆଉ ସମସ୍ତ ରେସ୍କ୍ୟୁ ଟିମ୍ ଗ୍ରାଉଣ୍ଡ ଜିରୋରେ ନିଜ ନିଜର ସରଞ୍ଜାମ ଧରି ତୟାର ରହିଛନ୍ତି।
ବାତ୍ୟା ମୁକାବିଲା ପାଇଁ ସବୁଠୁ ବଡ଼ ଚାଲେଞ୍ଜ ହୋଇପାରେ ପାହାଡ଼ିଆ ଇଲାକା।
ମାଲକାନଗିରି, କୋରାପୁଟ ଓ ଗଜପତିରେ ଭୂସ୍ଖଳନର ଯଥେଷ୍ଟ ଆଶଙ୍କା ରହିଛି।
ତେଣୁ ଯୁଦ୍ଧକାଳୀନ ଭାବେ ଏହି ଇଲାକାର ବୃଦ୍ଧବୃଦ୍ଧା, ଶିଶୁ ଏବଂ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା' ଗୃହରେ ଥଇଥାନ କରାଯାଇଛି।
ସରକାରୀ ତଥ୍ୟ କହୁଛି, ଆଜି ଅପରାହ୍ନ ସୁଦ୍ଧା ୮ ଜିଲ୍ଲାରେ ପ୍ରାୟ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ ସହ ସ୍ଥାନାନ୍ତର ପ୍ରକ୍ରିୟା ବି ଜାରି ରହିଛି।
ଆବଶ୍ୟକ ପଡିଲେ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ।
Advertisment ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମୋଟ୍ ୮ ମନ୍ତ୍ରୀ ବି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି।
ରେସ୍କୁଠୁ ଆରମ୍ଭ କରି ରିଲିଫ୍ ବ୍ୟବସ୍ଥା ସହ ବାତ୍ୟା ମୁକାବିଲାର ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ରାୟଗଡ଼ାରେ ପ୍ରଭାତୀ ପରିଡ଼ା, କୋରାପୁଟ ଜିଲ୍ଲାରେ କେ.ଭି.
ସିଂହଦେଓ, ନବରଙ୍ଗପୁରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କଳାହାଣ୍ଡିରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଞ୍ଜାମରେ ଖଣି ମନ୍ତ୍ରୀ ବିଭୁତି ଜେନା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସହ ସମୀକ୍ଷା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।