Cyclone Arnab Preparedness: ବାତ୍ୟା ‘ଅର୍ଣ୍ଣବ: ମାଲକାନଗିରିରେ ସରଜମିନ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ କରାଯାଉଥିବା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆଜି (ମଙ୍ଗଳବାର) ମାଲକାନଗିରିରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପହଞ୍ଚିଛନ୍ତି।
ସେ ଏକାଧିକ ବାତ୍ୟା ଆଶ୍ରୟସ୍ଥଳ ଓ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିଥିବା ଓଡ୍ରାଫ୍ ଟିମ୍କୁ ଭେଟି ସ୍ଥିତି ପରଖିଛନ୍ତି।
Advertisment Arnab Preparedness in Malkangiri ମାଲକାନଗିରିରେ ବାତ୍ୟା ଅର୍ଣ୍ଣବର ମୁକାବିଲା: ମୋଟୁ,କାଲିମେଳା ଓ ପଡିଆ ଅଂଚଳରେ ପ୍ରଶାସନର ସ୍ବତନ୍ତ୍ର ନଜର ଆଜିର ଗସ୍ତରେ, ମନ୍ତ୍ରୀ ମାଥିଲି ବ୍ଲକର ଢୁଙ୍ଗିଆପୁଟ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସେଠାରେ ରହିଥିବା ଜରୁରୀକାଳୀନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
ଏହି ସମୀକ୍ଷା ସମୟରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଡ.
ୟେଦୁଲା ବିଜୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।
Cyclone Arnab: ମାଲକାନଗିରିରେ ୨୬ରୁ ୨୮ ପ୍ରବଳ ବର୍ଷା ଆଶଙ୍କା, ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ ପ୍ରଶାସନ ଠାରୁ ମିଳିଥିବା ସୂଚନାନୁସାରେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାର ବିପଦପୂର୍ଣ୍ଣ ଅଞ୍ଚଳ ଓ ବଣଘାଟି ଅଞ୍ଚଳ ଉପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି।
ପାଙ୍ଗାମ ପୋଲ ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଛି।
ଏଥିସହ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବିଭାଗର ଟିମ୍ଗୁଡ଼ିକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।
ସମସ୍ତ ବିଭାଗର କର୍ମଚାରୀଙ୍କୁ ସଜାଗ ରହିବା ସହ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।
Rain in Malkangiri: ମାଲକାନଗିରିରେ ୧୫ ଶହ ଲୋକଙ୍କୁ ସ୍ଥାନାନ୍ତର; ଚାଷଜମି ଜଳମଗ୍ନ ଗତକାଲି (ସୋମବାର) ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଡ.
ୟେଦୁଲା ବିଜୟ ମଧ୍ୟ ଜିଲ୍ଲା ଗସ୍ତରେ ଆସି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ସ୍ଥିତିର ସମୀକ୍ଷା କରିଥିଲେ।
ଆଜି ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତିର ତଦାରଖ ଜାରି ରହିଛି।
ମାଥିଲି ବିଡିଓ ତସ୍ଲୀମଙ୍କ ସମେତ ସ୍ଥାନୀୟ ଅଧିକାରୀମାନେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ବର୍ତ୍ତମାନ ସୁଦ୍ଧା ୯୫ ଜଣ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇ ମା' ଗୃହରେ ଆଶ୍ରୟ ଦିଆଯାଇଛି।
୩୭ ଜଣ ଗର୍ଭବତୀ ମହିଳାଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।
୧୦୦୧ ଜଣ ତଳିଆ ଅଂଚଳରେ ଏବଂ କଚ୍ଚା ଘରେ ବାସ କରୁଥିବା ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଇ ସସମ୍ତ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।