Cyclone Arnab Ravages Andhra Pradesh: ଆନ୍ଧ୍ରରେ ଅର୍ଣ୍ଣବର ତାଣ୍ଡବ, ୧୫୦ କିମି ପବନରେ ଉଜୁଡ଼ିଲା ଜନଜୀବନ
ବାତ୍ୟା ଆସିଲା ଆଉ ବିଗାଡ଼ିଲା।
ଗଛ ଭାଙ୍ଗିଲା, ରାସ୍ତା ଧୋଇଲା ଘର ଦ୍ବାର ଉଡ଼ାଇ ନେଲା।
କୁହାଯାଉଥିଲା ବୁଧବାର ଅପରାହ୍ଣରେ ଆସିବ କିନ୍ତୁ ୧୨ ଘଣ୍ଟା ପୂର୍ବରୁ ଆସି ପହଞ୍ଚିଛି ବାବୁଧବାର ସକାଳୁ ସକାଳୁ କାକିନାଡ଼ା ସମୁଦ୍ର କୂଳରେ ମାଟି ଫଟାଇ ପଥରକୁ ଫୋପାଡ଼ି ଉଡ଼ାଇ ନେଇଛି ବାତ୍ୟା ଅର୍ଣ୍ଣବ।
ସମୁଦ୍ର କୂଳରେ ଥିବା ଓଜନିଆ ପଥର ଚାଦର ବି ଢେଉ ମାଡ଼ରେ ଫାଟି ଆଁ କରିଛି।
ଗତକାଲି ରାତିରୁ ଲ୍ୟାଣ୍ଡଫଲ୍ ଆରମ୍ଭ କରିଥିଲା ବାତ୍ୟା।
Advertisment କାକିନାଡ଼ା ପାଖରେ ସିନା ସ୍ଥଳଭାଗ ଛୁଇଁଲା ଅର୍ଣ୍ଣବ କିନ୍ତୁ ଧ୍ବଂସର ଲୀଳା ବିଶାଖାପାଟଣା ଯାଏଁ ବ୍ୟାପିଥିଲା।
ଲଗାଣ ବର୍ଷାରୁ ପାଣିରେ ଉବୁଟୁବୁ ମାରୁଛି ଆନ୍ଧ୍ରର ଏକାଧିକ ସହର।
ରାସ୍ତାରେ ସୁଅ କାଟୁଛି ପାଣି, ସତେ ଯେମିତି ବାତ୍ୟା ନଯାଉଣୁ ବନ୍ୟା ସ୍ଥିତି ଉପୁଜିଲାଣି।
ମଚ୍ଛଲିପଟ୍ଟନମରେ କେଉଁଠି ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି, କେଉଁଠି ଚାଷ ଜମିରେ ପାଣି ଭରି ଯାଇଛି।
ବିଜୟୱାଡ଼ା ଯାଏଁ କ୍ଷୟକ୍ଷତି ଘଟାଇଛି ଅର୍ଣ୍ଣବ।
ବର୍ଷ ବର୍ଷ ଧରି ଛିଡ଼ା ହୋଇଥିବା ଗଛ ରାସ୍ତାରେ ପଡ଼ିଛି।
ସବୁଠୁ ଅଧିକ କ୍ଷତି ୟାନମ୍ ଓ କାକିନାଡ଼ା ସହିଛି।
ଦୁଇ ଦିନ ଧରି ପ୍ରବଳ ବର୍ଷାରୁ ଆଣ୍ଠୁଏ ଉଚ୍ଚର ପାଣି ସୁଅ କାଟୁଛି ୟାନମ୍ ସହର ଭିତରେ।
ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ଥ, ରାସ୍ତାଘାଟ ସବୁ ବନ୍ଦ।
ରେସ୍କ୍ୟୁ କାମରେ ଲାଗିଛି NDRF ସହ ଜରୁରୀକାଳୀନ ଟିମ୍।
ଗତକାଲି ରାତିରୁ ଏବେ ଯାଏଁ ବର୍ଷା ବନ୍ଦ ହେବା ନାଁ ଧରୁନି ଫଳରେ ସ୍ଥିତି ଅଧିକ ବିଗିଡ଼ିଛି।
Advertisment ଅର୍ଣ୍ଣବ ଉଡ଼ାଇଛି କମ୍ ବୁଡ଼ାଉଛି ଅଧିକ।
ପବନର ବେଗ ସିନା କମି ଯାଇଥିଲା କିନ୍ତୁ ୬ ଘଣ୍ଟାର ଲଗାଣ ଲ୍ୟାଣ୍ଡଫଲ୍ ଯୋଗୁଁ ନିଜ ସହ ନେଇ ଆସିଥିବା ବର୍ଷା ଏବେ ଯାଏଁ କମିନି।
ଏସବୁ ଭିତରେ ବିଶାଖାପାଟଣା ଉପକୂଳରୁ ଓଡ଼ିଶା ଯାଏଁ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।