Why Did Cyclone Arnab Suddenly Stall: ସ୍ପିଡ୍‌ରେ ମାଡ଼ିଆସି ହଠାତ୍ ଅଟକିଗଲା ଅର୍ଣ୍ଣବ, ୬ ଘଣ୍ଟାର ଲ୍ୟାଣ୍ଡଫଲ୍ ପଛରେ କ’ଣ ରହସ୍ୟ?

Oct 28, 2026 - 20:46
Why Did Cyclone Arnab Suddenly Stall: ସ୍ପିଡ୍‌ରେ ମାଡ଼ିଆସି ହଠାତ୍ ଅଟକିଗଲା ଅର୍ଣ୍ଣବ, ୬ ଘଣ୍ଟାର ଲ୍ୟାଣ୍ଡଫଲ୍ ପଛରେ କ’ଣ ରହସ୍ୟ?

ରାତି ପ୍ରାୟ ଦୁଇଟାରୁ ଆରମ୍ଭ ହେଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।

୧୭ କିଲୋମିଟର ସ୍ପିଡରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସିଲା।

ଲାଗୁଥିଲା ଭୋର୍ ବେଳକୁ ସରିଯିବ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା।

ହେଲେ ଏଇଠୁ ଆଉ ଘୁଞ୍ଚିଲାନି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଣ୍ଣବ୍।

ଅଧା ଲ୍ୟାଣ୍ଡଫଲ୍ ହୋଇ ମଝିରେ ହଠାତ୍ ଅଟକିଗଲା।

ସ୍ଥଳଭାଗରେ ବାହ୍ୟ ବଳୟ ପ୍ରବେଶ ପରେ ବେଗ ସିଧା ଖସିଆସିଲା ୧୭ରୁ ୩ କିଲୋମିଟରକୁ।

ସ୍ଥିତି ଏଭଳି ହେଲା ଯେ ଏକରକମର ସ୍ଥିର ହୋଇଗଲା ଭୀଷଣ ବାତ୍ୟା।

ଇଞ୍ଚେ ବି ଆଗକୁ ବଢିଲାନି ଆଇ ପଏଣ୍ଟ।

ଭୋର ୪ଟାରୁ ପ୍ରାୟ ସାଢେ ୪ ଘଣ୍ଟା ଧରି ସେଇଠି ଅଟକି ରହିଲା।

ଶେଷରେ ଦୀର୍ଘ ୬ ଘଣ୍ଟାର ପ୍ରକ୍ରିୟା ପରେ ସକାଳ ସାଢେ ୮ଟାରେ ପୂରଣ କଲା ଲ୍ୟାଣ୍ଡଫଲ୍ ପ୍ରୋସେସ୍।

ପ୍ରଶ୍ନ ଉଠୁଛି- କାହିଁକି ଏତେ ଧିମା ହୋଇଗଲା ଅର୍ଣ୍ଣବ?

ସମୁଦ୍ର ମଝିରେ କେଉଁ ଶକ୍ତି ଅଟକାଇଦେଲା ଭୀଷଣ ବାତ୍ୟାକୁ ?

୨ରୁ ୩ ଘଣ୍ଟା ବଦଳରେ ଲ୍ୟାଣ୍ଡଫଲ୍ ପାଇଁ କାହିଁକି ଲାଗିଗଲା ୬ ଘଣ୍ଟା ?

ପାଣିପାଗ ବିଶେଷଜ୍ଞଙ୍କ ମତରେ ଅର୍ଣ୍ଣବର ବାଟ ଓଗାଳିଥିଲା ତିନି ପ୍ରମୁଖ କାରଣ- Advertisment କାରଣ ନଂ-୧ ଆନ୍ଧ୍ର-ଓଡ଼ିଶାର ଭୌଗଳିକ ସ୍ଥିତି ୟାନମ୍ ଉପକୂଳରେ ପହଞ୍ଚିବା ପରେ ସେଠାରୁ ବଙ୍କେଇଥିଲା ବାତ୍ୟା।

ସ୍ଥଳଭାଗ ଛୁଇଁ ଉତ୍ତର-ପଶ୍ଚିମ ଦିଗକୁ କର୍ଭ କରିଥିଲା।

ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ଯିବା ପୂର୍ବରୁ ଏତେ ବଡ଼ ମୋଡ଼ ନେବା ବେଳକୁ ଧୀର ପଡ଼ିଯାଇଥିଲା।

ଦୁର୍ବଳ ହୋଇପଡ଼ିଥିବାରୁ ଯେଉଁ ସ୍ପିଡ୍ ରହିଥିଲା ତାହା ବି ହ୍ରାସ ପାଇଥିଲା।

ଫଳରେ ସେଇଠି ଦୀର୍ଘ ସମୟ ଯାଏଁ ସଂଘର୍ଷ କରିବାକୁ ପଡ଼ିଥିଲା।

ତେବେ କେବଳ ମୋଡ଼ ପାଇଁ ନୁହେଁ।

ଏକାଧିକ କାରକ ଅଟକାଇ ଦେଇଥିଲା ଅର୍ଣ୍ଣବକୁ।

କାରଣ ନଂ-୨ ବାତ୍ୟାର ବୃହତ୍ ବାହ୍ୟ ବଳୟ ଅର୍ଣ୍ଣବର ବାହ୍ୟ ବଳୟ ଥିଲା ବିଶାଳ।

ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରୁଥିଲେ ବି ଦକ୍ଷିଣ ଓଡ଼ିଶାକୁ କଭର୍ କରୁଥିଲା।

ବାତ୍ୟାର କେନ୍ଦ୍ରଭାଗ ଓ ଚାରିପାଖରେ ଥିବା ମେଘମାଳା ପରିସର ବେଶ୍ ବଡ଼ ଥିବାରୁ ସମ୍ପୂର୍ଣ୍ଣ ଅଂଶ ସମୁଦ୍ରରୁ ସ୍ଥଳଭାଗକୁ ପ୍ରବେଶ କରିବା ପାଇଁ ଅଧିକ ସମୟ ନେଇଥିଲା।

Advertisment କାରଣ ନଂ-୩ ଧିମା କରିଦେଲା ଲଘୁଚାପ ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ଗତକାଲି ତାମିଲନାଡ଼ୁ ଉପକୂଳ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରେ ସକ୍ରିୟ ରହିଥିଲା ଏକ ଲଘୁଚାପ କ୍ଷେତ୍ର।

ଦୁର୍ବଳ ରହିଥିବା ଲଘୁଚାପଟି ହଠାତ୍ ସମୁଦ୍ରରୁ ଜଳୀୟବାଷ୍ପ ଗୋଟାଇ ଶକ୍ତିଶାଳୀ ହୋଇପଡ଼ିଥିଲା।

ଯାହାକି ଅର୍ଣ୍ଣବକୁ ଶକ୍ତିଶୀନ କରିବାରେ ବଡ଼ କାରକ ସାଜିଥିଲା।

ଫଳରେ ସ୍ଥଳଭାଗ ଛୁଇଁବା ଆଗରୁ କୋଲିସନ କାରଣରୁ ଦୁର୍ବଳ ହୋଇପଡ଼ିଥିବା ଭୀଷଣ ବାତ୍ୟାକୁ ଲ୍ୟାଣ୍ଡଫଲ୍ କରିବାକୁ ଅଧିକ ସମୟ ଲାଗିଥିଲା।

ଚଳିତବର୍ଷ ଉତ୍ତର ଭାରତ ମହାସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା 'ଅର୍ଣ୍ଣବ'।

ଅକ୍ଟୋବର ୨୩ରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ପରଠୁ ଅର୍ଣ୍ଣବକୁ ନେଇ ଲାଗିରହିଥିଲା ସସପେନ୍ସ।

ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବରୁ ଆକଳନ କରାଯାଇଥିଲେ ମଧ୍ୟ ଗତକାଲି ସନ୍ଧ୍ୟାରେ ହଠାତ୍ ସ୍ଥିତି ବଦଳି ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍।

ବାରମ୍ବାର ବେଗ ବଦଳାଉଥିବାରୁ ଲ୍ୟାଣ୍ଡଫଲ ପଏଣ୍ଟ ଓ ଟାଇମିଂକୁ ନେଇ ଦେଖାଦେଇଥିଲା ଦ୍ବନ୍ଦ୍ବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।