Cyclone Arnab Stalls During Landfall Process: ଘଣ୍ଟାଏ ଭିତରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରକ୍ରିୟା
ଆଉ ଘଣ୍ଟାଏ ଭିତରେ ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ କରିବ ଭୀଷଣ ବାତ୍ୟା ଅର୍ଣ୍ଣବ।
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।
ଏପଟେ ଅର୍ଣ୍ଣବ ମାଡ଼ରେ ଥରହର ଆନ୍ଧ୍ର।
ବିଶାଖାପାଟଣାରୁ କାକିନାଡ଼ା ଯାଏଁ ବର୍ଷାପବନ।
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ବାତ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଛି।
ଅନେକ ସ୍ଥାନକୁ ଛାରଖାର କରିଦେଇଛି ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ।
ପ୍ରବଳ ପବନ ସାଙ୍ଗକୁ ମୂଷଳଧାରାରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ।
Advertisment ଅନେକ ସ୍ଥାନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ।
କେଉଁଠି ରାସ୍ତା ଉପରେ ଗଛ ଭାଙ୍ଗି ପଡ଼ିଛି, ତ ଆଉ କେଉଁଠି ରାସ୍ତା ସମ୍ପୂର୍ଣ୍ଣ ଅବରୋଧ।
ଫଳରେ ଯାତାୟାତରେ ସୃଷ୍ଟି ହୋଇଛି ବାଧା।
ବାତ୍ୟାର ପ୍ରକୋପ କେତେ ଭୟଙ୍କର, ଏହି ଦୃଶ୍ୟ ହିଁ ବୟାନ କରୁଛି।
ସେପଟେ ପ୍ରବଳ ପବନ ସାଙ୍ଗକୁ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗିନ କରିଛି।
ବର୍ଷାର ତୀବ୍ରତା ଏବଂ ପବନର ପ୍ରକୋପ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।