Gajapati Flood Alert: ଗଜପତିରେ ବର୍ଷାର ତାଣ୍ଡବ! ବିପଦ ସଙ୍କେତ ଟପିଲା ବଂଶଧାରା, ବନ୍ୟା ଘେରରେ ଗାଁ
ଗଜପତି ଜିଲ୍ଲାରେ ବାତ୍ୟାଜନିତ ଲଗାଣ ବର୍ଷାରେ ବିଗୁଡ଼ୁଛି ସ୍ଥିତି।
ଜଳସ୍ତର ବଢିବା ସହ ଭୂସ୍ଖଳନ ଯୋଗୁଁ ଚିନ୍ତାରେ ଲୋକେ।
ପ୍ରବଳ ବର୍ଷା ଯୋଗୁଁ କଇଁପୂର-ଗଙ୍ଗାବା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ହୋଇଛି।
ପାହାଡ଼ ଧସିଯାଇ ରାସ୍ତା ଅବରୋଧ ହୋଇଥିବା ଯୋଗୁଁ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
Advertisment ପ୍ରାୟ 50 ମିଟର ପର୍ଯ୍ୟନ୍ତ ମାଟି ଏବଂ ପଥର ପଡ଼ି ରହିଛି।
ଏବେ ବି ଲଗାଣ ବର୍ଷା ଜାରି ରହିଛି।
ତେଣୁ ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା ରହିଛି।
ଅନ୍ୟପଟେ, କାଶୀନଗରରେ ବଂଶଧାରା ନଦୀ ବିପଦ ସଙ୍କେତ ଟପିଛି।
ବର୍ତ୍ତମାନ ଜଳସ୍ତର ୫୫.୬୦ ମିଟର, ବିପଦ ସଙ୍କେତ ୫୪.୬୦ ମିଟର ରହିଛି।
ମହେନ୍ଦ୍ରତନୟା ନଦୀର ବନ୍ୟାଜଳରେ ବାଘଶାଳା ଗାଁ ଜଳମଗ୍ନ।
ପାରଳାଖେମୁଣ୍ଡି ସହର ପ୍ରତି ମଧ୍ୟ ବଢ଼ୁଛି ବନ୍ୟା ଆଶଙ୍କା।
ସେପଟେ, ଆନ୍ଧ୍ରର ଗୋଟା ବ୍ୟାରେଜର ୨୨ଟି ଗେଟ୍ ଖୋଲାଯାଇ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪୮ ହଜାର ୬୭୬ କ୍ୟୁସେକ୍ ଜଳ।
ଲଗାଣ ବର୍ଷା ଜାରି ରହିଥିବାରୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା କରାଯାଉଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।