Cyclone Arnab to Make Landfall Tomorrow: ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ, ଘଣ୍ଟାପ୍ରତି ୨୩ କି.ମି. ବେଗରେ ଗତି କରୁଛି

Oct 27, 2026 - 08:55
Cyclone Arnab to Make Landfall Tomorrow: ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ, ଘଣ୍ଟାପ୍ରତି ୨୩ କି.ମି. ବେଗରେ ଗତି କରୁଛି

ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ।

ଆସନ୍ତାକାଲି ମଧ୍ୟାନ୍ନରେ ଏହା ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆଇଏମଡି କହିଛି, ଗୋପାଳପୁରଠାରୁ ଏବେ ପ୍ରାୟ ୩୮୦ କିଲୋମିଟର ଦୂରରେ ଅଛି ଅର୍ଣ୍ଣବ।

ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରୁଛି।

ଲ୍ୟାଣ୍ଡଫଲ ବେଳକୁ ସର୍ବାଧିକ ୧୪୦ କିଲୋମିଟର ବେଗରେ ପବନ ବହିବ।

Advertisment ଏପଟେ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ସର୍ବାଧିକ ୪୦ରୁ ୫୦ କିଲୋମିଟର ବେଗରେ ପବନ ସାଙ୍ଗକୁ ୨୭ ଓ ୨୮ରେ ଭୀଷଣ ବର୍ଷା ଓ ବିଜୁଳି ଘଡ଼ଘଡି ନେଇ ଆଲର୍ଟ ଜାରି ହୋଇଛି।

ବାତ୍ୟା ଅର୍ଣ୍ଣବ ଯେତେ ପାଖଉଛି, ତାକୁ ନେଇ ସେତିକି ବଢୁଛି ପ୍ରସ୍ତୁତି।

ମୁକାବିଲା ପାଇଁ ଘନ ଘନ ବୈଠକ ସହ ପ୍ରସ୍ତୁତ ହୋଇଛି ରଣନୀତି।

କେନ୍ଦ୍ର କ୍ୟାବିନେଟ୍ ସଚିବ ଓଡ଼ିଶା ଓ ଆନ୍ଧ୍ର ସହ ୪ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରି ବାତ୍ୟା ମୁକାବିଲା ନେଇ ହୋଇଥିବା ପ୍ରସ୍ତୁତି ସଂପର୍କରେ ପଚାରି ବୁଝିଛନ୍ତି।

ଆବଶ୍ୟକ ହେଲେ କେନ୍ଦ୍ରୀୟ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପଟେ ପ୍ରଭାବିତ ହେବାକୁ ଥିବା କିଛି ଜିଲ୍ଲାରେ ଜିଲ୍ଲାପାଳମାନେ ଉଦ୍ଧାରକାରୀ ଟିମକୁ ଗ୍ରାଉଣ୍ଡକୁ ପଠାଇବା ସହ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୯ଟି NDRF, ୬୦ଟି SDRF ଓ ୨୨୫ଟି ଅଗ୍ନିଶମବାହିନୀ ଟିମ ମୁତୟନ ହୋଇଛନ୍ତି।

ଗଂଜାମରେ ସର୍ବାଧିକ ୨ଟି NDRF ଟିମ ସହ ୯ଟି SDRF ଟିମ ମୁତୟନ ହୋଇଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।