11 KV Power Line: ସାମାନ୍ୟ ଅସାବଧାନତା ନେଲା ଜୀବନ! ଗୁଟଖା ଛେପ ପକାଉ ପକାଉ ୧୧ ହଜାର ଭୋଲ୍ଟ କରେଣ୍ଟରେ ମୃତ୍ୟୁ

Oct 27, 2026 - 08:55
11 KV Power Line: ସାମାନ୍ୟ ଅସାବଧାନତା ନେଲା ଜୀବନ! ଗୁଟଖା ଛେପ ପକାଉ ପକାଉ ୧୧ ହଜାର ଭୋଲ୍ଟ କରେଣ୍ଟରେ ମୃତ୍ୟୁ

କାଳ ହେଲା ଗୁଟଖା ଛେପ ।

ଛେପ ପକାଉ ପକାଉ ଚାଲିଗଲା ଜୀବନ ।

ଲାଗିଗଲା ୧୧ ହଜାର ଭୋଲ୍ଟ ଇଲେକ୍ଟ୍ରିକ୍ ସକ୍ ।

ସାମାନ୍ୟ ଅସାବଧାନତା ଜୀବନଟିଏ ନେଇଗଲା !

ଗୁଟଖା ଖାଇ ବାଲକୋନିରୁ ଛେପ ପକାଉଥିବା ବେଳେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ଗଞ୍ଜବାସୋଦା ଅଞ୍ଚଳରୁ ଆସିଛି ଏଭଳି ଏକ ହୃଦୟବିଦାରକ ଖବର ।

ମୃତକ ହେଉଛନ୍ତି ୬୫ ବର୍ଷୀୟ ପ୍ରଭୁଲାଲ ଗୁପ୍ତା ।

ସେ ଜଣେ ରାଜମିସ୍ତ୍ରୀ ଥିଲେ ।

ତାଙ୍କ ଘର ଛତରପୁର ଅଞ୍ଚଳରେ ହୋଇଥିବା ବେଳେ ଦୀର୍ଘ ପ୍ରାୟ ୧୦ ବର୍ଷ ଧରି ସେ ଗଞ୍ଜବାସୋଦାସ୍ଥିତ ଗାୟତ୍ରୀ ନଗରରେ ଏକ ଭଡ଼ା ଘରେ ରହୁଥିଲେ ।

Advertisment ରିପୋର୍ଟ ଅନୁସାରେ, ପ୍ରଭୁଲାଲ ଘରର ତୃତୀୟ ମହଲା ବାଲକୋନିରେ ଠିଆ ହୋଇ ଗୁଟଖା ଖାଉଥିଲେ ।

ସେହି ସମୟରେ ସେ ବାଲକୋନିରୁ ଛେପ ପକାଇଥିଲେ ।

କିନ୍ତୁ ସେହି ପିକ ଘର ନିକଟରେ ଯାଇଥିବା ୧୧ କେଭି ହାଇଟେନସନ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି ।

ଏହାପରେ ସେ ବିଦ୍ୟୁତ୍ ଆଘାତରେ ଗୁରୁତର ଭାବେ ଦଗ୍ଧ ହୋଇଥିଲେ ।

ଘଟଣା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା ।

କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଘର ନିକଟରେ ଯାଇଥିବା ବିଦ୍ୟୁତ୍ ତାରକୁ ହଟାଇବା ପାଇଁ ପୂର୍ବରୁ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ବିଦ୍ୟୁତ୍ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଯଦି ଠିକ୍ ସମୟରେ ଏହି ସମସ୍ୟାର ସମାଧାନ କରାଯାଇଥାନ୍ତା, ତେବେ ଏଭଳି ଅଘଟଣକୁ ରୋକାଯାଇପାରିଥାନ୍ତା କି ବୋଲି କୁହାଯାଉଛି ।

ଘର, ବାଲକୋନି ଓ ରାସ୍ତା ନିକଟରେ ଯାଇଥିବା ବିଦ୍ୟୁତ୍ ତାରର ସୁରକ୍ଷିତ ଦୂରତା ରକ୍ଷା କରିବା ସହ ନିୟମିତ ଯାଞ୍ଚ ଓ ଆବଶ୍ୟକ ରକ୍ଷଣାବେକ୍ଷଣ ଅତ୍ୟନ୍ତ ଜରୁରୀ ।

ସାମାନ୍ୟ ଅସାବଧାନତା ଯେ କେତେ ବଡ଼ ବିପଦ ଡାକି ଆଣିପାରେ, ଏହି ଘଟଣା ତାହାର ଏକ ଦୁଃଖଦ ଉଦାହରଣ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।