Cyclone Arnab Weakens into Deep Depression: ଆଜି ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ୩ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଆଲର୍ଟ
ଦୁର୍ବଳ ହେଉଛି ଅର୍ଣ୍ଣବ।
ଗଭୀର ଅବପାତରେ ପରିଣତ ହେଲା ବାତ୍ୟା।
ଏବେ ଏହା ମାଲକାନଗିରିଠାରୁ ୬୦ କିଲୋମିଟର ଦୂର ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଛି।
ଘଣ୍ଟାକୁ ୧୫କିମି ବେଗରେ ଉତ୍ତରକୁ ବଢି ଛତିଶଗଡ଼ ମୁହାଁ ହୋଇଛି ଅର୍ଣ୍ଣବ।
ଆଗାମୀ କିଛି ଘଣ୍ଟାରେ ଦୁର୍ବଳ ହୋଇ ଅବପାତ ଏବଂ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପ ରେ ପରିଣତ ହେବା ସମ୍ଭାବନା ରହିଛି।
ପ୍ରଭାବରେ ଆଜି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।
Advertisment ଏଥିପାଇଁ ତିନି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ।
ଏହାଛଡ଼ା ୮ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର।
ଏହିସବୁ ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।