High-Speed Train Collision Kills 68: ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଭୟଙ୍କର ଧକ୍କା; ୬୮ ମୃତ, ୧୭୯ରୁ ଅଧିକ ଆହତ

Oct 29, 2026 - 09:06
High-Speed Train Collision Kills 68: ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଭୟଙ୍କର ଧକ୍କା; ୬୮ ମୃତ, ୧୭୯ରୁ ଅଧିକ ଆହତ

ସ୍ପେନରେ ଭୟଙ୍କର ରେଳ ଦୁର୍ଘଟଣା।

ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ୬୮ ଜଣଙ୍କ ମୃତ୍ୟୁ ହୋଇଛି।

୧୭୯ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସ୍ପେନର କେନ୍ଦ୍ରୀୟ ଟୋଲେଡୋ ପ୍ରଦେଶର ଉର୍ଦା ନିକଟରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ଅନୁସାରେ, ଗୋଟିଏ ହାଇସ୍ପିଡ୍ ଟ୍ରେନ୍ ଅଟକି ରହିଥିବା ବେଳେ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍ ଏହାକୁ ଧକ୍କା ଦେଇଥିଲା।

ଫଳରେ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି।

Advertisment ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି।

ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଆଞ୍ଚଳିକ ପ୍ରଶାସନର ଅଧିକାରୀ।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ଅନ୍ୟପଟେ, ଏହି ଦୁର୍ଘଟଣା ପରେ ମାଡ୍ରିଡରୁ ସିଉଦାଦ୍ ରିଅଲ୍ ଓ ଆଣ୍ଡାଲୁସିଆକୁ ସଂଯୋଗ କରୁଥିବା ରେଳ ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି।

ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍।

ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ଘଟଣାର ତଦନ୍ତ ଚାଲିଛି।

ଦୁର୍ଘଟଣା ପଛରେ ବୈଷୟିକ ତ୍ରୁଟି ନା ମାନବୀୟ ଭୁଲ ପାଇଁ ଏ ଦୁର୍ଘଟଣା ଘଟିଛି, ତାର ତଦନ୍ତ କରୁଛନ୍ତି ସ୍ପେନ୍ କର୍ତ୍ତୃପକ୍ଷ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।