Cyclone Arnab Wreaks Havoc in Kakinada: ଆନ୍ଧ୍ରରେ ଭୀଷଣ ବାତ୍ୟାର ତାଣ୍ଡବ; ଅନେକ ସ୍ଥାନ ଛାରଖାର, ଜନଜୀବନ ଅସ୍ତବ୍ୟସ୍ତ
ଆନ୍ଧ୍ରପ୍ରଦେଶରେ ଭୀଷଣ ବାତ୍ୟାର ତାଣ୍ଡବ।
ଅର୍ଣ୍ଣବ ମାଡ଼ରେ ଥରହର ଆନ୍ଧ୍ର।
ବିଶାଖାପାଟଣାରୁ କାକିନାଡ଼ା ଯାଏଁ ବର୍ଷାପବନ।
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ବାତ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଛି।
ଅନେକ ସ୍ଥାନକୁ ଛାରଖାର କରିଦେଇଛି ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ।
ପ୍ରବଳ ପବନ ସାଙ୍ଗକୁ ମୂଷଳଧାରାରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ।
ଅନେକ ସ୍ଥାନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ।
Advertisment କେଉଁଠି ରାସ୍ତା ଉପରେ ଗଛ ଭାଙ୍ଗି ପଡ଼ିଛି, ତ ଆଉ କେଉଁଠି ରାସ୍ତା ସମ୍ପୂର୍ଣ୍ଣ ଅବରୋଧ।
ଫଳରେ ଯାତାୟାତରେ ସୃଷ୍ଟି ହୋଇଛି ବାଧା।
ବାତ୍ୟାର ପ୍ରକୋପ କେତେ ଭୟଙ୍କର, ଏହି ଦୃଶ୍ୟ ହିଁ ବୟାନ କରୁଛି।
ସେପଟେ ପ୍ରବଳ ପବନ ସାଙ୍ଗକୁ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗିନ କରିଛି।
ବର୍ଷାର ତୀବ୍ରତା ଏବଂ ପବନର ପ୍ରକୋପ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।