Eye checkup camp: ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

Oct 25, 2026 - 01:54
Eye checkup camp: ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ , ରାୟଗଡ଼ାସ୍ଥିତ ଏଲ୍.

ଭି.

ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହ ମିଳିତଭାବେ ନିଜର କୋଡିଙ୍ଗାମାଳି (କେଡିଏମ୍) କାର୍ଯ୍ୟକ୍ଷେତ୍ର ଜରିଆରେ ଲକ୍ଷ୍ମୀପୁର ବ୍ଲକରେ ଦୁଇ ଦିନିଆ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଛି।

ଲକ୍ଷ୍ମୀପୁର ସିଏଚସି ଏବଂ ଓଡ଼ିଆପେଣ୍ଠ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ଏହି ଶିବିରରେ ଆଖପାଖ ଗାଁର ପ୍ରାୟ ୨୦୦ ବାସିନ୍ଦାଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା, ଯାହା ରାୟଗଡ଼ାର ବିକାଶ ଦିଗରେ କମ୍ପାନୀର ପ୍ରୟାସରେ ଯୋଗଦାନ ଦେଇଥିଲା।

Advertisment ପରୀକ୍ଷା ସମୟରେ, ଅନେକ ହିତାଧିକାରୀଙ୍କୁ ମୋତିଆବିନ୍ଦୁ ଏବଂ ପଟେରିଜିୟମ୍ ସମ୍ବନ୍ଧୀୟ ଅବସ୍ଥା ଚିହ୍ନଟ କରାଯାଇଥିଲା, ଯାହାକୁ ଚିକିତ୍ସା ନ କଲେଦୃଷ୍ଟି ଦୁର୍ବଳତା ସୃଷ୍ଟି ହୋଇପାରେ, ଉନ୍ନତ ଡାକ୍ତରୀ ହସ୍ତକ୍ଷେପ ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା।

ମୋତିଆବିନ୍ଦୁ ଏବଂ ପଟେରିଜିୟମ୍ ରେ ଆକ୍ରାନ୍ତ ରୋଗୀମାନଙ୍କୁ ରାୟଗଡ଼ାର ଏଲ୍.

ଭି.

ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନରେ ଅସ୍ତ୍ରୋପଚାର ଚିକିତ୍ସା ଯୋଗାଇ ଦିଆଯିବ, ଯେତେବେଳେ କି ଦୃଷ୍ଟିଦୋଷ ଥିବା ହିତାଧିକାରୀମାନେ ସେମାନଙ୍କର ଦୃଷ୍ଟିଶକ୍ତି ଏବଂ ଜୀବନର ସାମଗ୍ରିକ ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଚଷ୍ମା ମିଳିବ।

Vedanta Aluminium: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷା, ନେତୃତ୍ବ ଓ ବିକାଶର ସୁଯୋଗ ଏହି ଶିବିରକୁ କୋରାପୁଟର ପୂର୍ବତନ ସାଂସଦ ଶ୍ରୀ ଝିନ୍ନ ହିକ୍କା ସିଏଚସି ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀ, ଓଡ଼ିଆପେଣ୍ଠ ଗ୍ରାମ ପଞ୍ଚାୟତ ମୁଖ୍ୟ, ଗୋଷ୍ଠୀ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ।

ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ଆଲୁମିନା ବିଜନେସ୍ ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, "ବ୍ୟକ୍ତିଗତ କଲ୍ୟାଣ ଏବଂ ଗୋଷ୍ଠୀ ପ୍ରଗତି ପାଇଁ ଉତ୍ତମ ସ୍ୱାସ୍ଥ୍ୟ ହେଉଛି ମୌଳିକତା।

ଗୁଣାତ୍ମକ ସ୍ୱାସ୍ଥ୍ୟସେବାଗୁଡ଼ିକର ଉପଲବ୍ଧତା ଆମର ସାମାଜିକ ବିକାଶ ପ୍ରୟାସର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ହୋଇ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।