Cyclone Fears Rise: ଓଡ଼ିଶା ଉପକୂଳକୁ ମାଡ଼ି ଆସିବ କି ବାତ୍ୟା ଅର୍ଣ୍ଣବ, ବଢ଼ିଲା ଆଶଙ୍କା

Oct 22, 2026 - 20:26
Cyclone Fears Rise: ଓଡ଼ିଶା ଉପକୂଳକୁ ମାଡ଼ି ଆସିବ କି ବାତ୍ୟା ଅର୍ଣ୍ଣବ, ବଢ଼ିଲା ଆଶଙ୍କା

ବାତ୍ୟା ଆଶଙ୍କା ବଢାଇଲାଣି ବିଶେଷଜ୍ଞଙ୍କ ଆକଳନ।

ପୁଣି ଅକ୍ଟୋବରରେ ଓଡ଼ିଶା ଦେଖିପାରେ ସାଇକ୍ଲୋନ୍।

ଦିନ ଯେତିକି ଗଡୁଛି, ଛନକା ବଢୁଛି।

ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି।

ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପରେ ପରିଣତ ହୋଇପାରେ।

ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଅଧିକ।

କାରଣ, ପାଗ ଅନୁକୂଳ ରହିଛି।

୨୬ରେ ଅବପାତ ଏବଂ ୨୭ ରାତି କିମ୍ବା ୨୮ରେ ବାତ୍ୟା ହୋଇପାରେ।

ପାଣିପାଗ ବିଶେଷଜ୍ଞଙ୍କ ମତରେ ଯଦି ବାତ୍ୟା ହୁଏ, ତେବେ ଏହା ଓଡ଼ିଶାର ଜଗତସିଂହପୁରରୁ ଗଞ୍ଜାମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ।

Advertisment କିଛି ବିଦେଶୀ ପାଣିପାଗ ମଡେଲ ସାଇକ୍ଲୋନ୍ ନିଶ୍ଚିତ ବୋଲି ଦର୍ଶାଉଛନ୍ତି।

ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛନ୍ତି।

ୟୁରୋପିଆନ୍ ମଡେଲ କହିଛି, ସମ୍ଭାବ୍ୟ ବାତ୍ୟା ୨୭ ତାରିଖ ବେଳକୁ ଉପକୂଳ ନିକଟବର୍ତ୍ତୀ ହୋଇପାରେ।

ଯାହାକି ୨୮ରେ ସ୍ଥଳଭାଗ ଛୁଇଁପାରେ।

ସେହିପରି ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ- GFS, ICON ଓ ACCESS ମଧ୍ୟ ବାତ୍ୟା ସୃଷ୍ଟି ହେବ ବୋଲି କହୁଛନ୍ତି।

ତେବେ ଏହା କେବେ, କେଉଁଠି ଲ୍ୟାଣ୍ଡଫଲ୍ କରିବ ?

ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଓ ଗତିପଥ ଅସ୍ପଷ୍ଟ ରହିଛି।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ନେଇ ଏଯାଏ କୌଣସି ଆକଳନ କରିନି ଭାରତୀୟ ପାଣିପାଗ ବିଭାଗ।

IMDର ଆକଳନ ଲଘୁଚାପ ହେବ ଓ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇପାରେ।

...

ଲଘୁଚାପ ପ୍ରଭାବରେ ୨୬ ତାରିଖରୁ ରାଜ୍ୟରେ ବଦଳିବ ପାଗ।

ଉପକୂଳବର୍ତ୍ତୀ ଜିଲ୍ଲା ସହ ମୟୂରଭଞ୍ଜ ଓ କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

୨୬ରେ ୧୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

୨୭ରେ ବଢ଼ିବ ବର୍ଷା ପରିମାଣ।

ଏଥିପାଇଁ ୮ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ।

ସେହିପରି ୨୮ରେ ପ୍ରବଳ ବର୍ଷା ନେଇ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ବାତ୍ୟା ହେଉ କି ନହେଉ, ୨୬ରୁ ୩ ଦିନ ବର୍ଷାରେ କିନ୍ତୁ ଭିଜିବ ଅଧାରୁ ଅଧିକ ଓଡ଼ିଶା।

...

Advertisment ଅକ୍ଟୋବରରେ ବାତ୍ୟା ନାଁ ଶୁଣିଲେ ଓଡ଼ିଶାବାସୀଙ୍କ ଛାତିରେ ଛନକା ପଶେ।

୨୯ ଅକ୍ଟୋବର ୧୯୯୯।

ଏରସମା ଓ ପାରାଦ୍ୱୀପ ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା 'ସୁପର ସାଇକ୍ଲୋନ୍'।

ପବନର ବେଗ ଘଣ୍ଟାପ୍ରତି ଥିଲା ୨୬୦ କିମିରୁ ଅଧିକ।

୧୨ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପ୍ରାଣ ହରାଇଥିଲେ ପ୍ରାୟ ୧୦ହଜାର।

୧୨ ଅକ୍ଟୋବର ୨୦୧୩।

ଗଞ୍ଜାମ ଜିଲ୍ଲା ଗୋପାଳପୁର ଉପକୂଳରେ ତାଣ୍ଡବ ରଚିଥିଲା ସାଇକ୍ଲୋନ୍ ଫାଇଲିନ୍।

ପ୍ରାୟ ୨୦୦ କିମି ବେଗରେ ପବନ ହୋଇଥିବା ବେଳେ ପ୍ରାଣ ହରାଇଥିଲେ ୪୬ ଜଣ।

୧୧ ଅକ୍ଟୋବର ୨୦୧୮।

ଓଡ଼ିଶା ସୀମାନ୍ତ ଆନ୍ଧ୍ରର ପଲାସାରେ ଲ୍ୟାଣ୍ଡଫଲ୍ କରିଥିଲା 'ତିତଲି'।

ପବନର ବେଗ ଘଣ୍ଟାପ୍ରତି ଥିଲା ୧୫୦ କିମି।

ପ୍ରାଣ ହରାଇଥିଲେ ୭୦ରୁ ଅଧିକ।

୨୪ ଅକ୍ଟୋବର ୨୦୨୪।

ଭିତରକନିକା ଜାତୀୟ ଉଦ୍ୟାନ ନିକଟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ଦାନା।

୧୨୦ କିଲୋମିଟର ବେଗରେ ବହିଥିଲା ପବନ।

ଉପକୂଳର ୮ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଏଥିରେ କୌଣସି ଜୀବନହାନୀ ହୋଇନଥିଲା।

ଏବର୍ଷ ସାଇକ୍ଲୋନ୍ ହେଲେ ନାଁ ରହିବ ଅର୍ଣ୍ଣବ।

...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।