Rahul Gandhi Faces Amit Shah's Counterattack: ଜିତିଲେ ସବୁ ଠିକ୍, ହାରିଲେ ଇଭିଏମ୍ ଦୋଷ! କଂଗ୍ରେସକୁ ଶାହଙ୍କ ପାଲଟା ପ୍ରହାର
ଭୋଟ୍ ଚୋରି ଅଭିଯୋଗ...କଂଗ୍ରେସର ହଲ୍ଲାବୋଲ୍...ଆଉ ଏବେ ମୁହଁ ଖୋଲିବା ସହ କଡ଼ା ଭାଷାରେ କଂଗ୍ରେସକୁ ଧୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ସିଧା ନିଶାନାରେ ରାହୁଲ ଗାନ୍ଧି।
ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି,ନିର୍ବାଚନରେ ଭୋଟ୍ ଚୋରି ଅଭିଯୋଗ ଆଣି କଂଗ୍ରେସ ଅନୁପ୍ରବେଶକାରୀଙ୍କ ଭୋଟକୁ ବଞ୍ଚାଇବାକୁ ଚାହୁଁଛି।
ଏଥିସହ କଂଗ୍ରେସର ସହଯୋଗୀ ଦଳଗୁଡ଼ିକୁ ବି ମୁହଁତୋଡ଼ ଜବାବ ଦେଇଛନ୍ତି।
Advertisment ଶାହ କହିଛନ୍ତି, ନିର୍ବାଚନ ଜିତିଲେ ସବୁ ଠିକ୍, ହାରିଗଲେ କେତେବେଳେ ଇଭିଏମକୁ ଦୋଷ ଦିଆଯାଉଛି, ତ କେତେବେଳେ ନିର୍ବାଚନ କମିଶନଙ୍କୁ ଦାୟୀ କରୁଛନ୍ତି।
ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ବିଜେପି ଅନେକ ରାଜ୍ୟରେ ନିର୍ବାଚନ ଜିତିଛି।
ଅନ୍ୟପଟେ ଗୁଜରାଟ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ କଂଗ୍ରେସ ଦଶନ୍ଧି ଧରି କ୍ଷମତାଠାରୁ ଦୂରରେ ରହିଛି।
କଂଗ୍ରେସ ଆଉ ୩୦ ବର୍ଷ ଯାଏଁ କାହିଁକି କ୍ଷମତାକୁ ଆସିବନି, ସେ କଥାର ଗୁମର ଫଟାଇ ବିରୋଧୀଙ୍କୁ ଶକ୍ତ ଆକ୍ରମଣ କରିଛନ୍ତି ଶାହ।
ଗୃହମନ୍ତ୍ରୀ ଅମିତ ଶାହ ଆଜି ତାଙ୍କ ଜନ୍ମ ଦିନ ଅବସରରରେ ଦିଲ୍ଲୀରେ ରାହୁଲଙ୍କୁ କଡ଼ା ନିଶାନା କରିବା ପରେ ଏହା ଉପରେ ରାହୁଲ ଗାନ୍ଧିଙ୍କ କୌଣସି ଜବାବ ରଖି ନାହାନ୍ତି।
ଏବେ ବିଦେଶ ଗସ୍ତରେ ଅଛନ୍ତି ରାହୁଲ।
ଆଉ ଶାହଙ୍କ ମନ୍ତବ୍ୟର ଉତ୍ତର ରଖିଛି କଂଗ୍ରେସ।
...
Advertisment ଗୋଟିଏ ପଟେ ଭୋଟ୍ ଚୋରି ଅଭିଯୋଗ ଆଣି ସରକାରଙ୍କୁ ଘେରିବାକୁ କଂଗ୍ରେସର ଚେଷ୍ଟା, ଅନ୍ୟପଟେ ସିଧା ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଶାହଙ୍କ ପାଲଟା ପ୍ରହାର।
ଆଗକୁ ବିଜେପି-କଂଗ୍ରେସ ବାକଯୁଦ୍ଧ କେଉଁ ମୋଡ଼ ନେବ ତା ଉପରେ ନଜର ?
...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।