Cyclone-Hit Families Face A Dark Diwali Without Homes: ଘର ଭାଙ୍ଗିଛି, ସଂସାର ଉଜୁଡ଼ିଛି; ଗଞ୍ଜାମରେ କେମିତି ପାଳିବେ ଦୀପାବଳି?
ରହିବାକୁ ମୁଣ୍ଡ ଉପରେ ଛାତ ନାହିଁ।
କି ଦିଓଳି ଦିମୁଠା ଖାଇବାର ସୁବିଧା।
ଅସ୍ଥାୟୀ ଆଶ୍ରୟ ସ୍ଥଳିରୁ ଏଯାଏଁ ଠିକଣା ହଟିନି, କି ଅର୍ଣ୍ଣବ ମାଡ଼ରୁ ଅଣ୍ଟା ସଳଖିବାର ଜୁ ବି ଜୁଟିନି।
ତାରି ଭିତରେ ଆସିଗଲାଣି ଖୁସୀ ଆଉ ଉତ୍ସବର ମାହୋଲ ଦୀପାବଳି।
ଅର୍ଣ୍ଣବ ପ୍ରଭାବିତ ଗଞ୍ଜାଜ ଜିଲ୍ଲାର କ୍ଷତିଗ୍ରସ୍ତଙ୍କୁ ଏ ବାତ୍ୟା ଏମିତି ଦୁଃଖ ଦେଇଛି ଯେ, ତାକୁ ଭୁଲିବା କଷ୍ଟ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ବାଉଁଶଲୁଣ୍ଡି ଗାଁରେ ଦୀପାବଳି ଆସିବାର କେଇ ଦିନ ଆଗରୁ ଉତ୍ସବମୁଖର ହୋଇ ଉଠିବା କଥା ଗାଁ ପରିସର।
କିନ୍ତୁ ଏଥର ସେମିତି ଦୃଶ୍ୟ ଦେଖିବାକୁ ମିଳିନି।
ଯୁଆଡ଼େ ଦେଖିବ ଖାଲି ଭଙ୍ଗାତୁଟା ଆଉ ଉଜୁଡ଼ା ଚିତ୍ର।
ଘର ଭିତରର ଅବସ୍ଥା ସୁଧୁରିନି, ଦାଣ୍ଡ ଦୁଆରରୁ କ୍ଷତ ବି ଲିଭିନି।
ବାଣ ଫୁଟାଇବାର ଖୁସିକୁ ସାଉଁଟିବା ବଦଳରେ ଭିଜା ବହିକୁ ସଜାଡ଼ିବା କାମରେ ଲାଗିଛି ଶୈଶବ।
ଏଭଳି ସ୍ଥିତିରେ ଖାଲି ପରମ୍ପରାକୁ ବଞ୍ଚାଇ ରଖିବାକୁ ଏଥର ବିନା ପୀଠାପଣା ଆଉ ବିନା ଖୁସିବାସୀରେ କେବଳ ଦୀପଟିଏ କିମ୍ବା କାଉଁରିଆ କାଠିଟିଏ ଜାଳି ଦୀପାବଳି ମନାଇବାକୁ ନିଷ୍ପତ୍ତି ନେଇଛନ୍ତି କ୍ଷତିଗ୍ରସ୍ତ ପରିବାର।
Advertisment ଏପଟେ ଗଂଜାମ ଆସ୍କା ଅଞ୍ଚଳରେ ଅକଥନୀୟ ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ହଜାର ହଜାର ବନ୍ୟା ଓ ବାତ୍ୟା କ୍ଷତିଗ୍ରସ୍ତ।
ଦିନକ ପରେ ଦୀପାବଳୀ, କିନ୍ତୁ ଉତ୍ସବ ପାଳିବାକୁ ମନରେ ସରାଗ ନାହିଁ।
ଆଖି ଆଗରେ ଭାଙ୍ଗିରୁଜି ଯାଇଥିବା ଘର, ଆଉ ଉଜୁଡ଼ା ସଂସାରର ଅଭାବନୀୟ ଚିତ୍ର।
ଆଉ ଏଭଳି ସ୍ଥିତିରେ, ସେମାନଙ୍କ ପାଇଁ ଦୀପାବଳିର ମାନେ ବ କଣ।
ତେଣୁ ଏଥରର ଦୀପାବଳୀ ଖୁସୀ ନୁହେଁ, ବରଂ ଦୁଃଖ ଆଣିଦେଇଥିବା କହିଛନ୍ତି ପ୍ରଭାବିତ।...ସେପଟେ ଦିଗପହଣ୍ଡି ଅଞ୍ଚଳରେ ଅନୁରୂପ ସ୍ଥିତି।
ଆଖି ସାମ୍ନାରେ ଛିନଛତ୍ର ପରିବେଶ ଆଉ ଛିଡ଼ା ହୋଇଛି ଦୁଃଖର ପାହାଡ଼।
ଦୁଃଖ ଆଉ କଷ୍ଟର ଅମା ଅନ୍ଧାର ଭିତରେ ଆଲୋକର ପର୍ବ କଥା ଭାବିବାକୁ ସାହାସ ବି ଜୁଟାଇ ପାରୁ ନାହାନ୍ତି ଦୁର୍ଗତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।