Caretaker Turns Killer: କିଲର୍ ପାଲଟୁଛନ୍ତି କେୟାର ଟେକର୍, ପରିଣତ ବୟସରେ କାଳ ସାଜିଛି ନିସଙ୍ଗ ଜୀବନ
କୁଞ୍ଜଲତା ନନ୍ଦ।
ବୟସ ୭୬।
ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର।
ଅଚଳାଚଳ ସମ୍ପତ୍ତି।
ହେଲେ ଘରେ ରହିବାକୁ କେହି ନାହାଁନ୍ତି।
ଆତ୍ମୀୟ ସ୍ବଜନ ବି ଅଛନ୍ତି, କିନ୍ତୁ ରହୁଥିଲେ ଏକାକୀ।
ତାଙ୍କର ୨ ପୁଅ ବି ଅଛନ୍ତି, କିନ୍ତୁ ପାଖରେ କେହି ନାହାଁନ୍ତି।
ସ୍ୱାମୀଙ୍କ ମୃତ୍ୟୁ ଓ ଝିଅ ବାହାଘର ପରେ ସମ୍ପୂର୍ଣ୍ଣ ଏକୁଟିଆ ଜୀବନ ଜୀଉଁଥିଲେ ଏହି ଘରେ।
କେବଳ ଯାହା ସାହା ଭରସା ଥିଲା କେୟାରଟେକର।
ଭଲ ମନ୍ଦ ବୁଝିବା ପାଇଁ ଦରମା ଦେଇ ରଖିଥିଲେ ଘରୋଇ ସହାୟକ।
ହେଲେ ସେହି ଘରୋଇ ସହାୟକ ରଚିଲା ରକ୍ତରଂଜିତ ଖେଳ।
ଏକୁଟିଆ ଜୀବନ ଜୀଇଁବାର ମଉକା ଦେଖି ଟଙ୍କା ସୁନା ଲୋଭରେ ନେଇଗଲା ଜୀବନ।
ହାତଗୋଡ ବାନ୍ଧି ହତ୍ୟା କରିବା ପରେ ଘରୁ ସୁନା ଅଳଙ୍କାର ଲୁଟି ନେଇ ହୋଇଯାଇଥିଲା ଫେରାର୍।
ଯାହା ନାଁ ବଳଭଦ୍ର ମହାରଣା।
କିନ୍ତୁ ଘଟଣାକୁ ୨ ଦିନ ବିତିଯାଇଥିଲେ ବି ଧରାପଡ଼ିନି।
ଛାନଭିନ୍ ଜାରି ରଖିଛି ପୋଲିସ।
Advertisment ରାଜଧାନୀରେ ଘରୋଇ ସହାୟକଙ୍କ ଏଭଳି ସାଂଘାତିକ ଅପରାଧ ନୂଆ ନୁହେଁ।
୮ ସେପ୍ଟେମ୍ବର।
ସେହି ଲକ୍ଷ୍ମୀସାଗର ଥାନା ଜଗନ୍ନାଥନଗର ଲେନ-୪ରେ ରହୁଥିବା ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ଘରୁ ହୋଇଥିଲା ୬୫ ଲକ୍ଷର ଚୋରି।
ପୋଲିସ ଅସ୍ତରଙ୍ଗରୁ କେୟାରଟେକର ବିକାଶ ବିଶ୍ୱାଳକୁ ଗିରଫ କରିଥିଲା।
ସମାନ ଢଙ୍ଗରେ ଅଗଷ୍ଟ ୩୦ରେ ଚନ୍ଦ୍ରଶେଖରପୁର ଅଞ୍ଚଳର ରଶ୍ମିପ୍ରଭା ବେଉରାଙ୍କ ଘରୁ ହୋଇଥିଲା ବଡ଼ ଧରଣର ଲୁଟ।
ଯାହାର ମାଷ୍ଟରମାଇଣ୍ଡ ଥିଲା ଘରୋଇ ସହାୟିକା।
୨୦୧୫ର ବହୁଚର୍ଚ୍ଚିତ ଡାକ୍ତର ପ୍ରଫୁଲ ମିଶ୍ର, ସୁଷମା ମିଶ୍ର ମର୍ଡର ମାମଲାରେ ୨୦୨୪, ମାର୍ଚ୍ଚ ୨୮ରେ ଆସିଥିଲା ରାୟ।
ମାଷ୍ଟରମାଇଣ୍ଡ ଥିବା ଚାକର ଚାକରାଣୀଙ୍କ ବିରୋଧରେ ଆଜୀବନ କାରାଦଣ୍ଡର ସଜ୍ଜା ଶୁଣାଇଥିଲେ ଅଦାଲତ।
ଏଭଳି ବାରମ୍ବାର ଅଘଟଣ ପରେ ସଜାଗ ରହିବାକୁ ପରାମର୍ଶ ଦେଇଛି କମିଶନରେଟ ପୋଲିସ।
ତାସହ ଯେ କୌଣସି ବ୍ୟକ୍ତି ଘରୋଇ ସହାୟକ ସହାୟକା ନିଯୁକ୍ତ ରଖୁଛନ୍ତି, ତାଙ୍କର ସମସ୍ତ ଠିକଣା ସହ ନିଜ ଇଲାକାର ଥାନାକୁ ଜଣାନ୍ତୁ।
ପୋଲିସ ଭେରିଫିକେସନ୍ ପରେ ହିଁ ଘରେ ତାଙ୍କୁ ନିଯୁକ୍ତ କରନ୍ତୁ।
ଯଦି ସଂପୃକ୍ତ କେୟାରଟେକରଙ୍କ ପୂର୍ବରୁ ଅପରାଧିକ ରେକର୍ଡ ରହିଛି, ତାହେଲେ ପୋଲିସକୁ ଅବଗତ କରନ୍ତୁ।
ପିଲାଙ୍କୁ ବଡ଼ କରିବା ପାଇଁ ବାପା ମା' ନିଜ ଜୀବନର ସବୁ ସୁଖକୁ ବଳି ଦେଇଥାନ୍ତି।
କିନ୍ତୁ ବୃଦ୍ଧାବସ୍ଥାରେ ସେମାନଙ୍କୁ କେବଳ ଟଙ୍କା ନୁହେଁ, ଦରକାର ଥାଏ ଟିକିଏ ସମୟ, ଟିକିଏ ସାହାରା ଆଉ ନିରାପଦ ଅନୁଭବ।
ହେଲେ ଜୀବନ ଜଞ୍ଜାଳ ଭିତରେ ବାପା, ମା'ଙ୍କଠୁ ନିଜ ନିଜ ସଂସାରକୁ ଧରି ସନ୍ତାନ ବାହାରେ ରହୁଥିବାବେଳେ ଚାକର ଚାକରାଣୀ ଖେଳୁଛନ୍ତି ରକ୍ତର ହୋଲି।
Advertisment କର୍ମମୟ ଧାଁ ଦୌଡ଼ ଜୀବନ ଭିତରେ କେୟାର ଟେକରଙ୍କ ଉପରେ ଆଖିବୁଜି ବିଶ୍ୱାସ କରିବା ଆଗରୁ ସମସ୍ତେ ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।