Cyclone May Hit on October 28 Morning: ୨୮ ସକାଳେ ଉପକୂଳ ଛୁଇଁବ ବାତ୍ୟା, ୯୦ ସ୍ପିଡରେ ବହିବ ପବନ: ସ୍ପଷ୍ଟ କଲେ ଆଇଏମଡି ଡିଜି

Oct 23, 2026 - 13:17
Cyclone May Hit on October 28 Morning: ୨୮ ସକାଳେ ଉପକୂଳ ଛୁଇଁବ ବାତ୍ୟା, ୯୦ ସ୍ପିଡରେ ବହିବ ପବନ: ସ୍ପଷ୍ଟ କଲେ ଆଇଏମଡି ଡିଜି

୨୬ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା।

ସ୍ପଷ୍ଟ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

କାଲି ଅବପାତ, ୨୫ରେ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି।

୨୬ରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ।

୨୮ ସକାଳେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି।

Advertisment ଅଧିକ ଘନୀଭୂତ ହୋଇ ଉପକୂଳ ଆଡକୁ ଗତି କରିବ।

ପବନର ବେଗ ମଧ୍ୟ ବଢିବାର ସମ୍ଭାବନା ରହିଛି।

ଏବେ ପୂର୍ବକେନ୍ଦ୍ରୀୟ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପବନର ବେଗ ୩୫ରୁ ୪୫ କିମି ପ୍ରତି ଘଣ୍ଟା ରହିଛି।

ଏବେ ସମୁଦ୍ର ଅଶାନ୍ତ ରହିଛି।

ଧିରେ ଧିରେ ପବନ ବଢି ଆସନ୍ତାକାଲି ବେଳକୁ ୪୫ରୁ ୫୫କିମି ବେଗରେ ଗତି କରିବ।

୨୫ ତାରିଖ ବେଳକୁ ୫୫ରୁ ୬୫ ଅତିବେଶିରେ ୭୫ କିମି ପର୍ଯ୍ୟନ୍ତ ସମ୍ଭାବନା ରହିଛି।

୨୬ ତାରିଖ ବେଳକୁ ଅତିବେଶିରେ ୯୦ କିମି ଘଣ୍ଟାପ୍ରତି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ପରେ ଉପକୂଳ ଆଡକୁ ଗତି କରିବା ପବନର ବେଗ ବଢିବ।

ସବୁଠୁ ଅଧିକ ପବନ କେତେ ରହିବ ସେ ନେଇ ପୂର୍ବାନୁମାନ କରାଯାଇନଥିବା କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର।

ଅବପାତରେ ପରିଣତ ପରେ ସର୍ବାଧିକ ପବନର ବେଗ ଆକଳନ କରାଯିବ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।