Lawrence Bishnoi Gang: ଜେଲ୍‌ରେ ଲରେନ୍ସ ବିଷ୍ଣୋଇ, ବାହାରେ କେମିତି ଚାଲୁଛି ଗ୍ୟାଙ୍ଗର ଅପରାଧ ସାମ୍ରାଜ୍ୟ?

Oct 23, 2026 - 12:56
Lawrence Bishnoi Gang: ଜେଲ୍‌ରେ ଲରେନ୍ସ ବିଷ୍ଣୋଇ, ବାହାରେ କେମିତି ଚାଲୁଛି ଗ୍ୟାଙ୍ଗର ଅପରାଧ ସାମ୍ରାଜ୍ୟ?

ଜେଲରେ ସର୍ଦ୍ଦାର ହେଲେ ବାହାରେ ଫୁଟୁଛି ଗୁଳି।

କେମିତି କାମ କରୁଛି ବିଷ୍ଣୋଇ ଗ୍ୟାଙ୍ଗ?

୭୦୦ ସଦସ୍ୟ, ବିଦେଶ ଯାଏଁ ନେଟୱର୍କ୍।

ଜେଲ୍‌ର ଚାରିକାନ୍ଥ ଭିତରେ ଗ୍ୟାଙ୍ଗଷ୍ଟର, ହେଲେ ବାହାରେ ସକ୍ରିୟ ଅପରାଧର ନେଟୱର୍କ!

ନାଁ ଲରେନ୍ସ ବିଷ୍ଣୋଇ।

ଦେଶରୁ ବିଦେଶ ଯାଏଁ ବ୍ୟାପିଛି ତା'ର ଅପରାଧ ସାମ୍ରାଜ୍ୟ।

ଏନ୍‌ଆଇଏର ତଥ୍ୟ ଆଧାରରେ ଏହି ଗ୍ୟାଙ୍ଗରେ ପ୍ରାୟ ୭୦୦ ସଦସ୍ୟ ଓ ସୁଟର୍‌ ଥିବା ଆକଳନ କରାଯାଇଛି।

ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ ସମେତ ଦେଶର ଅନେକ ଅଞ୍ଚଳରେ ଏହି ନେଟୱର୍କ ସକ୍ରିୟ ଥିବା ତଦନ୍ତକାରୀ ସଂସ୍ଥାଙ୍କ ଅଭିଯୋଗ।

କାନାଡା ଓ ଆମେରିକା ଭଳି ଦେଶରେ ମଧ୍ୟ କିଛି ସହଯୋଗୀଙ୍କ ସହ ଏହାର ସମ୍ପର୍କ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Advertisment ଏହି ଗ୍ୟାଙ୍ଗର କାର୍ଯ୍ୟଶୈଳୀ ଆହୁରି ଚିନ୍ତାଜନକ।

ରିପୋର୍ଟ ଅନୁସାରେ, ସ୍ଥାନୀୟ ଅପରାଧୀଙ୍କ ମାଧ୍ୟମରେ ସୁଟର୍‌ ନିଯୁକ୍ତ କରାଯାଏ।

ଅଳ୍ପ ବୟସର ଯୁବକଙ୍କୁ ଟଙ୍କାର ଲୋଭ ଦେଖାଇ ଅପରାଧ ଦୁନିଆକୁ ଟାଣିବାର ଅଭିଯୋଗ ମଧ୍ୟ ରହିଛି।

ସୂଚନା ଆଦାନପ୍ରଦାନ ପାଇଁ ସିଗ୍ନାଲ୍‌ ଓ ଟେଲିଗ୍ରାମ୍‌ ଭଳି ଆପ୍‌ ବ୍ୟବହାର ହେଉଥିବା ରିପୋର୍ଟ କହୁଛି।

ସିଦ୍ଧୁ ମୁସେୱାଲା ହତ୍ୟା ମାମଲାଠାରୁ ଆରମ୍ଭ କରି ଅନେକ ହାଇପ୍ରୋଫାଇଲ୍‌ ଅପରାଧରେ ଏହି ଗ୍ୟାଙ୍ଗର ନାଁ ଆସିଛି।

ତେବେ ପ୍ରତ୍ୟେକ ମାମଲାରେ ଅଭିଯୋଗ ଓ ଦୋଷ ପ୍ରମାଣ ଭିନ୍ନ ବିଷୟ।

ଜେଲ୍‌ରେ ବନ୍ଦ ଜଣେ ଗ୍ୟାଙ୍ଗଷ୍ଟରଙ୍କ ନାଁରେ ଏତେ ବଡ଼ ନେଟୱର୍କ କିଭଳି ଚଲାଉଛି ତାହା ଏବେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି।

କିଛିଦିନ ତଳେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ହୋଇଥିବା ଆକ୍ରମଣ ବିଷ୍ଣୋଇ ଗ୍ୟାଙ୍ଗ କରିଥିବାର ସନ୍ଦେହ କରାଯାଉଛି।

ତେଣୁ ଏଇ ଗ୍ୟାଙ୍ଗର ଅପରେଟିଂ ମଡେଲ ଏବେ ତଦନ୍ତକାରୀ ସଂସ୍ଥାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।