Cyclone Murasu: ଘନୀଭୂତ ହେଲା ବାତ୍ୟା ‘ମୁରାସୁ’, ନଭେମ୍ବର ୩ରେ ଅତିକ୍ରମ କରିବ ଆନ୍ଧ୍ର ଉପକୂଳ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ମୁରାସୁ' ସୋମବାର ପ୍ରତ୍ୟୁଷରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେଇଛି।
ବାତ୍ୟା 'ମୁରାସୁ' ନଭେମ୍ବର ୩ ତାରିଖ ବେଳକୁ ବାପଟଲା ନିକଟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଏହି ସମୟରେ ପବନର ବେଗ ଘଣ୍ଟାକୁ ୧୦୦ରୁ ୧୧୦ କିମି ରହିବ ଓ ଝଟ୍କା ପବନର ବେଗ ଘଣ୍ଟାକୁ ୧୨୦ କିମି ରହିବ।
Advertisment ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ତାମିଲନାଡୁର ଚେନ୍ନାଇ ଓ ତିରୁଭଲ୍ଲୁର ଜିଲ୍ଲା ପ୍ରଶାସନ ସୋମବାର ସମସ୍ତ ସ୍କୁଲ ଓ କଲେଜ ପାଇଁ ଛୁଟି ଘୋଷଣା କରିଛନ୍ତି।
ଏହି ସମୟରେ, ପ୍ରତିକୂଳ ପାଗ ପରିସ୍ଥିତିର ସତର୍କତା ସହିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତେଲେଙ୍ଗାନାର ଛଅଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ପାଞ୍ଚଟି ଜିଲ୍ଲା ପାଇଁ ହଳଦିଆ ଆଲର୍ଟ ଜାରି କରିଛି।
ବାତ୍ୟାର ଭୀଷଣ ରୂପର ଆଇଏମ୍ଡି ବୁଲେଟିନ୍ ଅନୁଯାୟୀ ବାତ୍ୟା ଚେନ୍ନାଇଠାରୁ ପ୍ରାୟ ୪୨୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, ନେଲୋରରୁ ୪୯୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟନମ୍ ଠାରୁ ୫୦୦ କିଲୋମିଟର ଦକ୍ଷିଣ-ପୂର୍ବ, ଓଙ୍ଗୋଲ୍ ରୁ ୫୩୦ କିଲୋମିଟର ଦକ୍ଷିଣ-ପୂର୍ବ ଏବଂ ବିଶାଖାପାଟନମ୍ ରୁ ୫୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି।
ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ସୋମବାର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି।
ଏହାପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଭୀଷଣ ବାତ୍ୟା ରୂପରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ।
ଆନ୍ଧ୍ର ଗଲା ୩ ଏନଡିଆର୍ଏଫ୍ ଟିମ୍ ନଭେମ୍ବର ୨ ତାରିଖ ରାତି ପ୍ରାୟ ୧୧ଟା ୩୦ ରୁ ନଭେମ୍ବର ୩ ତାରିଖ ସକାଳ ୪ଟା ପର୍ଯ୍ୟନ୍ତ ବାତ୍ୟା ଉପକୂଳ ଅତିକ୍ରମ କରିବା ସମୟରେ ନେଲୋର ଓ ନରସପୁର ମଧ୍ୟରେ ପବନର ବେଗ ଘଣ୍ଟାକୁ ୧୦୦ରୁ ୧୧୦ କିମି ରହିବ ଓ ଝଟ୍କା ପବନର ବେଗ ଘଣ୍ଟାକୁ ୧୨୦ କିମି ରହିବ ବୋଲି ଆଇଏମ୍ଡି କହିଛି।
ଆନ୍ଧ୍ର ମୁଖମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରବିବାର ସରକାରୀ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟା 'ମୁରାସୁ' ପ୍ରଭାବରେ ନଭେମ୍ବର ୨ ତାରିଖରେ ଆନ୍ଧ୍ର ପ୍ରଦେଶର ଦକ୍ଷିଣ ଓ କେନ୍ଦ୍ରୀୟ ଉପକୂଳ ଜିଲ୍ଲାରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। 🔴Cyclone Murasu: ସ୍ଥଳଭାଗ ମୁହାଁ ବାତ୍ୟା 'ମୁରାସୁ'; ୪ ରାଜ୍ୟକୁ ସତର୍କ ଘଣ୍ଟି..., ମୁରାସୁ ବାତ୍ୟା ପ୍ରଭାବରେ ସକାଳୁ କାଶୀନଗରଠାରେ ଝିପିଝିପି ବର୍ଷା ଆରମ୍ଭ ଓଡ଼ିଶାରେ ମଧ୍ୟ ଭୀଷଣ ବର୍ଷା ସମ୍ଭାବନା ରହିଛି।
ବର୍ଷା ଯୋଗୁ ରେଳ ଓ ବିମାନ ସେବା ପ୍ରଭାବିତ ହୋଇପାରେ।
ସୋମବାର ସକାଳେ ବିଶାଖାପାଟଣାରେ ପ୍ରତିକୂଳ ପାଗ ପରିସ୍ଥିତି ମଧ୍ୟରେ ଇଣ୍ଡିଗୋ ଏକ ଯାତ୍ରା ପରାମର୍ଶ ଜାରି କରିଛି।
ତାମିଲନାଡ଼ୁରୁ ୩ ଟି ଏନ୍ଡିଆର୍ଏଫ୍ ଟିମ୍କୁ ଆନ୍ଧ୍ର ପ୍ରଦେଶ ପଠାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।