Cyclone Preparedness Intensifies: ବାତ୍ୟା ପାଇଁ କଟକରେ ବଡ଼ ପଦକ୍ଷେପ, ତୁରନ୍ତ ହଟାଯିବ ପୂଜା ତୋରଣ ଓ ହୋର୍ଡିଂ

Oct 24, 2026 - 18:50
Cyclone Preparedness Intensifies: ବାତ୍ୟା ପାଇଁ କଟକରେ ବଡ଼ ପଦକ୍ଷେପ, ତୁରନ୍ତ ହଟାଯିବ ପୂଜା ତୋରଣ ଓ ହୋର୍ଡିଂ

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ଓ ସିଏମସିର ପଦକ୍ଷେପ।

କଟକ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ କରାଯାଇଥିବା ତୋରଣ, ଲାଇଟ, ଗେଟ ସାଜସଜ୍ଜା ତୁରନ୍ତ ବାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଅଧିକ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସିଏମସି ଅଞ୍ଚଳରେ ମୋଟର ପମ୍ପର ବ୍ୟବସ୍ଥା ବଢାଯିବ ବୋଲି କହିଛନ୍ତି ମେୟର।

ଏହାସହ ସହର ଭିତରେ ଥିବା ବିପଦସଙ୍କୁଳ ହୋର୍ଡିଂଙ୍କୁ ମଧ୍ୟ ତୁରନ୍ତ ଖୋଲିବା ପାଇଁ କୁ଼ହାଯାଇଥିବା ମେୟର ସୁବାସ ସିଂ କହିଛନ୍ତି।

...

Advertisment ଅନ୍ୟପଟେ କେନ୍ଦ୍ରପଡା ଜିଲ୍ଲାରେ ମଧ୍ୟ ୨୭, ୨୮, ୨୯ ତାରିଖକୁ ଗୁରୁତ୍ୱର ସହ ନେଇ ଗଜଲଷ୍ମୀ ପୂଜା କମିଟିକୁ ତୋରଣ ଖୋଲିଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ସପ୍ତାହରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

୧୩୦ ବାତ୍ୟା ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ୧୧୩ ପଞ୍ଚାୟତର ୩୭୩ ସମ୍ବେଦନଶୀଳ ଅଞ୍ଚଳରୁ ସ୍ଥାନାନ୍ତର ଯୋଜନା ରହିଥିବା କେନ୍ଦ୍ରପଡା ଜିଲ୍ଲାପାଳ ରଘୁରାମ ଆର.

ଆୟର ସୂଚନା ଦେଇଛନ୍ତି।....

ବାତ୍ୟାକୁ ନେଇ ଆଲର୍ଟରେ କଟକ ଓ କେନ୍ଦ୍ରାପଡ଼ା ସମ୍ଭାବ୍ୟ ବାତ୍ୟା ପାଇଁ ଚାଲିଛି ପ୍ରସ୍ତୁତି କଟକରେ ହୋର୍ଡିଂ ଓ ତୋରଣ ହଟାଇବାକୁ ନିର୍ଦ୍ଦେଶ କେନ୍ଦ୍ରାପଡ଼ାରେ ୧୩୦ ଆଶ୍ରୟସ୍ଥଳୀ ପ୍ରସ୍ତୁତ ୩୭୩ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।