Cyclone Threat Intensifies: ବଙ୍ଗୋପସାଗରରେ ଅବପାତ ସୃଷ୍ଟି, ଆସନ୍ତାକାଲି ବାତ୍ୟା ଆଶଙ୍କା

Oct 31, 2026 - 17:30
Cyclone Threat Intensifies: ବଙ୍ଗୋପସାଗରରେ ଅବପାତ ସୃଷ୍ଟି, ଆସନ୍ତାକାଲି ବାତ୍ୟା ଆଶଙ୍କା

ବଙ୍ଗୋପସାଗରରେ ଘନେଇଲା ବାତ୍ୟା ଆଶଙ୍କା।

ସୃଷ୍ଟି ହେଲା ଅବପାତ।

ଆଜି ରାତି ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ ଏବଂ ଆସନ୍ତାକାଲି ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ଏନେଇ OTVକୁ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ ବୋଲି ସେ ଆକଳନ କରିଛନ୍ତି।

Advertisment IMD ଡିଜିଙ୍କ ସୂଚନା ଅନୁସାରେ, ବାତ୍ୟାରେ ପରିଣତ ହେବା ପରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିପାରେ।

ତେବେ ପୂର୍ବରୁ ଓଡ଼ିଶାକୁ ପ୍ରଭାବିତ କରିଥିବା ବାତ୍ୟା ଅର୍ଣ୍ଣବ ତୁଳନାରେ ଏହି ସମ୍ଭାବ୍ୟ ବାତ୍ୟାର ତୀବ୍ରତା କମ୍‌ ରହିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

୩ ଓ ୪ ତାରିଖରେ ଓଡ଼ିଶାରେ ବର୍ଷା ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ନଭେମ୍ବର ୩ ଓ ୪ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

ବାତ୍ୟାର ଗତିପଥ ଓ ତୀବ୍ରତା ଅନୁସାରେ ବର୍ଷାର ପରିମାଣ ଏବଂ ପ୍ରଭାବ ବଦଳିପାରେ।

ତେଣୁ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍‌ ଉପରେ ନଜର ରହିଛି।

Advertisment ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରିବାକୁ ପରାମର୍ଶ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।

ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ଆସନ୍ତାକାଲି ସୁଦ୍ଧା କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।

କେହି ସମୁଦ୍ରକୁ ନଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।