DA: ମହଙ୍ଗା ଭତ୍ତା ବୃଦ୍ଧିକୁ କର୍ମଚାରୀଙ୍କ ଅପେକ୍ଷା
"ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀମାନେ ଜୁଲାଇ ୨୦୨୬ର ମହଙ୍ଗା ଭତ୍ତା (ଡିଏ) ଓ ମହଙ୍ଗା ରିଲିଫ୍ (ଡିଆର୍) ବୃଦ୍ଧି ଘୋଷଣାକୁ ଅପେକ୍ଷା କରିଛନ୍ତି।
ଅକ୍ଟୋବର ୧୪ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ କୌଣସି ଘୋଷଣା ହୋଇନଥିବାରୁ କର୍ମଚାରୀଙ୍କ ଉଦ୍ବେଗ ବଢ଼ିଯାଇଛି।
Advertisment ସାଧାରଣତଃ ବର୍ଷକୁ ଦୁଇଥର ଜାନୁଆରି ଓ ଜୁଲାଇରୁ ସଂଶୋଧିତ ମହଙ୍ଗା ଭତ୍ତା କାର୍ଯ୍ୟକାରୀ ହୋଇଥାଏ।
ଜାନୁଆରି ୨୦୨୬ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ମୂଳ ଦରମାର ୫୮ ପ୍ରତିଶତରୁ ବଢ଼ି ୬୦ ପ୍ରତିଶତ ହୋଇଛି।
ଏହି ବୃଦ୍ଧି ଏପ୍ରିଲ୍ରେ ଘୋଷଣା ହୋଇଥିଲା।
ଜୁଲାଇ ୨୦୨୬ ପାଇଁ ନୂଆ ହାର ସରକାରୀ ଭାବେ ଘୋଷଣା ହୋଇ ନଥିଲେ ମଧ୍ୟ ଏହା ୬୩ କିମ୍ବା ୬୪ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଉଛି।
ସୂଚନା ଅନୁଯାୟୀ, ୨୦୨୧ ମସିହା ଅକ୍ଟୋବର ୨୧ରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଥିଲା।
ସେହିଭଳି ୨୦୨୨ ସେପ୍ଟେମ୍ବର ୨୮ରେ ୪ ପ୍ରତିଶତ, ୨୦୨୩ ଅକ୍ଟୋବରରେ ୪ ପ୍ରତିଶତ, ୨୦୨୪ ଅକ୍ଟୋବର ୧୬ରେ ୩ ପ୍ରତିଶତ ଏବଂ ୨୦୨୫ ଅକ୍ଟୋବର ୧ରେ ୩ ପ୍ରତିଶତ ମହଙ୍ଗାଭତ୍ତା ବୃଦ୍ଧି ଘୋଷଣା କରାଯାଇଥିଲା।
୫ ବର୍ଷର ଘୋଷଣା ତାରିଖକୁ ଦେଖିଲେ ମହଙ୍ଗା ଭତ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଘୋଷଣା ହୋଇଥିଲା।
ତେଣୁ ସରକାର ନିକଟ ଭବିଷ୍ୟତରେ ଏ ନେଇ ଘୋଷଣା କରିପାରନ୍ତି।
DA: ଜୁଲାଇରେ ମହଙ୍ଗା ଭତ୍ତା ୩% ବଢ଼ିପାରେ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।