SSR: ଏସ୍ଏସ୍ଆର୍ ଉପରେ ପ୍ରଶ୍ନ ଉଠାଇଲେ ଅଖିଳେଶ
"ନୂଆଦିଲ୍ଲୀ: ସ୍ପେସାଲ ସମରୀ ରିଭିଜନ ବା ସ୍ବତନ୍ତ୍ର ସାରାଂଶ ସଂଶୋଧନ (ଏସ୍ଏସ୍ଆର୍) ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ନିର୍ବାଚନ କମିସନର ଓ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି।
ଅଖିଳେଶ ଅଭିଯୋଗ କରିଛନ୍ତି ଯେ, ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନକଲି ଭୋଟର ଯୋଡ଼ିବା ଓ ବିରୋଧୀଙ୍କ ସମର୍ଥକଙ୍କ ପ୍ରକୃତ ଭୋଟକୁ ବାଦ୍ ଦେଇ ଭୋଟର ତାଲିକାରେ ହେରଫେର୍ କରିବାର ଷଡ଼ଯନ୍ତ୍ର କରୁଛି।
ଅଖିଳେଶ ଦଳୀୟ କର୍ମୀମାନଙ୍କୁ ସେମାନଙ୍କ ନିଜ ନିଜ ପୁଲିଂ ବୁଥରେ ସତର୍କ ରହିବାକୁ କହିଛନ୍ତି।Advertisment ଆହୁରି ପଢନ୍ତୁ : Accident: ଶ୍ରମିକଙ୍କ ଉପରେ ଚଢ଼ିଗଲା ଅନିୟନ୍ତ୍ରିତ କାର, ୯ ଜଣଙ୍କ ମୃତ୍ୟୁ ନିର୍ବାଚନ କମିସନ ଉତ୍ତର ପ୍ରଦେଶ ସମେତ ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏସ୍ଏସ୍ଆର୍ କରିବାକୁ ଘୋଷଣା କରିବା ପରେ ଅଖିଳେଶ ଏହି ଅଭିଯୋଗ କରିଛନ୍ତି।
ସେ କହିଥିଲେ ଯେ, ସମାଜବାଦୀ ପାର୍ଟି ସ୍ପେଶାଲ୍ ସଘନ ସଂଶୋଧନ (ଏସ୍ଆଇଆର୍) କିମ୍ବା ଏସ୍ଏସ୍ଆର୍ର ବିରୋଧ କରୁନାହିଁ, କିନ୍ତୁ ବିଜେପିକୁ ଲାଭ ପହଞ୍ଚାଇବା ପାଇଁ ଭୋଟର ତାଲିକାରେ ହେରଫେର୍ କରିବାର ଯେକୌଣସି କାର୍ଯ୍ୟକୁ ବିରୋଧ କରିବ।
କିଛି ମାସ ତଳେ ଏତେ ଅର୍ଥ ଖର୍ଚ୍ଚ କରି ଏସ୍ଆଇଆର୍ କରାଯିବା ପରେ ପୁଣି ଏସ୍ଏସ୍ଆର୍ର କ"ଣ ଆବଶ୍ୟକତା ପଡ଼ିଲା ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି।
ଆହୁରି ପଢନ୍ତୁ : Ramdas Athawale: ନିଜ ଦଳରେ ଦୀପ୍କେଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଲେ ଅଠାବଲେ ରବିବାର ଲକ୍ଷ୍ନୌସ୍ଥିତ ସମାଜବାଦୀ ପାର୍ଟି ମୁଖ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ବିଜେପି ସମ୍ବିଧାନକୁ ଅମାନ୍ୟ କରି ଭୋଟର ତାଲିକାରେ ହେର୍ଫେର୍ କରି ନିର୍ବାଚନ ଜିତିବାକୁ ଚାହୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।