Dabur: ରାକ୍ଷୀ ପୂର୍ଣ୍ଣିମାରେ ଡାବର୍‌ର ଅଭିଯାନ

Aug 26, 2026 - 01:28
Dabur: ରାକ୍ଷୀ ପୂର୍ଣ୍ଣିମାରେ ଡାବର୍‌ର ଅଭିଯାନ

"ଭୁବନେଶ୍ବର: ରାକ୍ଷୀ ପୂର୍ଣ୍ଣିମା ପରିପ୍ରେକ୍ଷୀରେ ଉତ୍ତମ ମୁଖ ସ୍ବାସ୍ଥ୍ୟ ଉପରେ ଡାବର୍‌ ପକ୍ଷରୁ ଆଲୋକପାତ କରାଯାଇଛି।

ବିଶିଷ୍ଟ ଦନ୍ତ ବିଶେଷଜ୍ଞ ଡାକ୍ତର ସୋନିଆ ଦତ୍ତ କହିଛନ୍ତି ଯେ ଦନ୍ତ ଓ ମୁଖ ସ୍ବାସ୍ଥ୍ୟ ବଜାୟ ରଖିବା ପରମ୍ପରା ପରିବାରରୁ ଆରମ୍ଭ ହେଉଥିବା ବେଳେ ତାହା ପିଢ଼ି ପର ପିଢ଼ି ଆଗକୁ ବଢ଼ିବା ଦରକାର।

ଛୋଟ ପିଲାମାନେ ପରିବାର ସଦସ୍ୟଙ୍କୁ ଦେଖି ଶିଖିଥାନ୍ତି।

ପିଲାଙ୍କ ଉତ୍ତମ ମୁଖ ସ୍ବାସ୍ଥ୍ୟ ବଜାୟ ରଖିବାରେ ପିତାମାତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ଡାରବ୍‌ ରେଡ୍‌ ଟୁଥ୍‌ପେଷ୍ଟଭଳି ଆୟୁର୍ବେଦିକ ଟୁ୍ଥ୍‌ପେଷ୍ଟ ମୁଖ ସ୍ବାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି।Advertisment ଆହୁରି ପଢନ୍ତୁ :Hotel Owner Arrested ମହିଳାଙ୍କୁ ଆକ୍ରମଣ କରି ହୋଟେଲ୍‌ ମାଲିକ ଗିରଫ  ସେଥିରେ ଥିବା ଉପାଦାନ ଦାନ୍ତଠାରୁ ଆରମ୍ଭ କରି ମାଢ଼ି ଓ ପାଟିର ସୁଗନ୍ଧକୁ ବଜାୟ ରଖିବାରେ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି।

ଏହା ଉପରେ ଭାରତୀୟ ଦନ୍ତ ସଂଘର ସିଲ୍‌ ଅଫ୍‌ ଆକ୍‌ସେପ୍ଟାନ୍ସ ମଧ୍ୟ ରହିଛି।

ଏହି ରାକ୍ଷୀ ପୂର୍ଣ୍ଣିମାରେ ପିଲାମାନଙ୍କୁ ଉତ୍ତମ ମୁଖ ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଉତ୍ସାହିତ କରିବାକୁ ସେ ଅଭିଭାବକମାନଙ୍କୁ ଆହ୍ବାନ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।