Dahi Shimlamirch: ଘରେ ମାତ୍ର ୧୫ ମିନିଟ୍ରେ ବନାନ୍ତୁ ଢାବା ଷ୍ଟାଇଲ୍ ତରକାରୀ: ଖାଇଲେ କହିବେ ‘ବାଃ!’
"ଭୁବନେଶ୍ୱର: ପ୍ରତିଦିନ ସମାନ ପ୍ରକାରର ତରକାରୀ ଖାଇ ବିରକ୍ତ ହୋଇଥିଲେ ଘରେ ଝଟପଟ ପ୍ରସ୍ତୁତ କରିପାରିବେ ଢାବା ଷ୍ଟାଇଲ୍ର ଦହି ଶିମଲା ଲଙ୍କା।
ମାତ୍ର ୧୫ ମିନିଟ୍ରେ ତିଆରି ହେଉଥିବା ଏହି ତରକାରୀରେ ଶିମଲା ଲଙ୍କା ଓ ପିଆଜ ସହ ଦହି ଏବଂ ଦରଦରା କରାଯାଇଥିବା ଭଜା ଚିନାବାଦାମର ବ୍ୟବହାର ହୁଏ।
ଏହାର କ୍ରିମି ଓ ହାଲୁକା କ୍ରଞ୍ଚି ସ୍ୱାଦ ଖାଇବାର ମଜାକୁ ଦ୍ୱିଗୁଣିତ କରିଥାଏ।Advertisment ସମୟ ଲାଗିବ କମ୍, ତରକାରୀ ହେବ ଟେଷ୍ଟି ଏହି ତରକାରୀ ପାଇଁ ପ୍ରଥମେ ଶିମଲା ଲଙ୍କା ଓ ପିଆଜକୁ ପତଳା ଲମ୍ବା ଖଣ୍ଡରେ କାଟି ନିଅନ୍ତୁ।
ଭଜା ଚିନାବାଦାମକୁ ହାଲୁକା ଦରଦରା କରି ଗୁଣ୍ଡ କରନ୍ତୁ।
ଏହାପରେ ଏକ ପାତ୍ରରେ ଶିମଲା ଲଙ୍କା, ପିଆଜ ଓ ଚିନାବାଦାମ ସହ କାଶ୍ମୀରୀ ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ, ଧନିଆ ଗୁଣ୍ଡ, ଲୁଣ ଏବଂ ଅଳ୍ପ ଅମଚୁର କିମ୍ବା କସୁରୀ ମେଥି ମିଶାଇ ଭଲ ଭାବେ ମ୍ୟାରିନେଟ୍ କରନ୍ତୁ।
ଏବେ କଡ଼େଇରେ ଅଳ୍ପ ତେଲ ଗରମ କରି ଜିରା, କଟା ରସୁଣ ଓ ଲମ୍ବା କଟା କଞ୍ଚା ଲଙ୍କା ପକାନ୍ତୁ।
ରସୁଣ ହାଲୁକା ସୁନେଲି ହୋଇଗଲେ ମ୍ୟାରିନେଟ୍ କରି ରଖିଥିବା ଶିମଲା ଲଙ୍କା ଓ ପିଆଜର ମିଶ୍ରଣକୁ କଡ଼େଇରେ ପକାନ୍ତୁ।
ମଧ୍ୟମ ଆଞ୍ଚରେ ପ୍ରାୟ ୩ରୁ ୪ ମିନିଟ୍ ଭାଜନ୍ତୁ।
ଶିମଲା ଲଙ୍କାକୁ ଅଧିକ ନରମ ନକରି ହାଲୁକା କ୍ରଞ୍ଚି ରଖିବା ଏହି ରେସିପିର ବିଶେଷତା।
ତରକାରୀ ଭଲ ଭାବେ ଭାଜି ହୋଇଗଲେ ଗ୍ୟାସ୍ର ଆଞ୍ଚ ବନ୍ଦ କରନ୍ତୁ କିମ୍ବା ଏକଦମ୍ କମାଇ ଦିଅନ୍ତୁ।
ଏବେ ଭଲ ଭାବେ ଫେଣ୍ଟା ହୋଇଥିବା ତାଜା ଦହି ପକାନ୍ତୁ।
ଦହି ପକାଇବା ପରେ ଲଗାତାର ଘାଣ୍ଟନ୍ତୁ, ଯାହାଫଳରେ ଦହି ଫାଟିବ ନାହିଁ ଏବଂ ତରକାରୀରେ ଏକ କ୍ରିମି ଗ୍ରେଭି ପ୍ରସ୍ତୁତ ହେବ।
ଶେଷରେ ତରକାରୀ ଉପରେ କଟା ଧନିଆ ପତ୍ର ପକାଇ ପରଷନ୍ତୁ।
ଦହିର କ୍ରିମି ସ୍ୱାଦ ସହ ଶିମଲା ଲଙ୍କାର ହାଲୁକା କ୍ରଞ୍ଚ ଏବଂ ଚିନାବାଦାମର ସ୍ୱାଦ ଏହାକୁ ନିଆରା କରିଥାଏ।
ଗରମ ରୁଟି କିମ୍ବା ପରଟା ସହ ଏହି ଦହି ଶିମଲା ଲଙ୍କାକୁ ପରଷିଲେ ଝଟପଟ ଲଞ୍ଚ କିମ୍ବା ଡିନର ପାଇଁ ଏହା ଏକ ସ୍ୱାଦିଷ୍ଟ ବିକଳ୍ପ ହୋଇପାରେ। perfume: ପରଫ୍ୟୁମ୍ରେ କେଉଁ କେମିକାଲ୍ ଥାଏ?
ଜାଣନ୍ତୁ ଏଥିରେ ଏଥାନୋଲ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।