Daily Horoscope 14th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Oct 14, 2026 - 08:32
Daily Horoscope 14th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ ତେଣୁ ସତର୍କ ରୁହନ୍ତୁ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଦୂରଭ୍ରମଣର ସୁଯୋଗ ଜୁଟିଯିବାର ସମ୍ଭାବନା ରହିଛି।
ଦ୍ୱିଜା-ପିଲାମାନେ ପାଠ ପଢାରେ ମଗ୍ନ ରହିବେ । ସରକାରୀ ସାହାଯ୍ୟ ପ୍ରାପ୍ତି ହେବ । ଜୋର୍ କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ।   
କୃତିକା- ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ମହିଳାମାନେ ବିଦେଶ ଯାତ୍ରା କରି ପାରିବେ । ସତର୍କ ହୋଇ ଟଙ୍କା ଖର୍ଚ୍ଚ ନକରିଲେ ଅସୁବିଧାରେ ପଡିପାରନ୍ତି । ସିନେତାରକାମାନେ ଭଲ ନାମ କମାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – କୈାଣସି ଅସାହ୍ୟ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ

ବୃଷ-    
କୃତିକା- କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ । ନୂଆ କାର୍ଯ୍ୟ ପାଇଁ ପ୍ଲାଲିଙ୍ଗ କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ ।        
ରୋହିଣୀ- ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ।    
ମୃଗଶିରା- ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ।    
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ 

ମିଥୁନ-
ମୃଗଶିରା- ବ୍ୟବସାୟରେ ଲାଭବାନ୍ ହେବେ । ପାରିବାରିକ ସମସ୍ୟାରେ  ଜଡିତ ରହିବେ । ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । 
ଆଦ୍ରା- ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ। ଆଧ୍ୟାତ୍ମିକ ମାମଲାରେ ବ୍ୟସ୍ତ ରହିବେ । କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରି ସନ୍ତୋଷ ଲାଭ କରିବେ । 
ପୁନର୍ବସୁ- ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ସାହାଯ୍ୟ କରିବେ। ଋଣଗ୍ରସ୍ତ ହୋଇ ନୂତନ ଗୃହ ନିର୍ମାଣ କରି ପାରନ୍ତି । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-
ପୁନର୍ବସୁ- ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇ ପାରେ । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ । ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ ।
ପୁଷ୍ୟା- ଛାତ୍ର ଛାତ୍ରୀ ମାନେ ପଢାରେ ଭଲ ସଫଳତା ଆଣିବେ । ଋଣ କିମ୍ବା ଉଧାର ନେବା ଠାରୁ ଦୂରେଇ ରହିବା ଉଚିତ୍ । ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ । କର୍ମ କ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ। 
ଅଶ୍ଳେଷା- ଉପରିସ୍ଥ କର୍ମଚାରୀମାନଙ୍କ  ସହିତ କିଛି ବାଦ ବିବାଦ ଉପୁଜି ପାରେ । କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ। 
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- କିଛି ମିଠା ଖାଇ ଘରୁ ବାହାରନ୍ତୁ

ସିଂହ-
ମଘା- ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ। ପାରିବାରିକ କ୍ଷେତ୍ରରେ ମିଶ୍ରିତ ଫଳ ଅନୁଭବ କରିବେ । କର୍ମ କ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବେ।
ପୂ,ଫାଲଗୁନି- ରାଜନୈତିକ କ୍ଷେତ୍ରରେ ଶତୃ ବୃଦ୍ଧି ପାଇବ । ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍ ଠିକ୍ ହୋଇଯିବ।
ଉ,ଫାଲଗୁନି-ନୂତନ ଗୃହାରମ୍ଭ କରିପାରନ୍ତି । ଆୟ ଧିରେ ଧିରେ ବୃଦ୍ଧି ହେବ । ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ଘରର ବଡ ଲୋକ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ

କନ୍ୟା-
ଉ- ଫାଲ୍‌ଗୁନୀ- ଦେହପିଡାକୁ ଉପେକ୍ଷା ନ କରି କର୍ମରେ ଲାଗି ରହିବେ । ଅର୍ଥ ଆୟକରିବା ସହିତ ମାନସମ୍ମାନ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଘଟଣା ଗୁଡିକ ଅସ୍ୱାଭାବିକ ଭାବେ ଚିନ୍ତା କରିବେ। ଅପୂରଣୀୟ ଅଭିଳାଶ ନେଇ ଦୁଃଖ ଅନୁଭବ କରିବେ ।
ହସ୍ତା- କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଭାବୁଥିବା କଥାକୁ ବନ୍ଧୁଙ୍କ ଆଗରେ କହି ପାରିବେ ନାହିଁ। 
ଚିତ୍ରା- ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ମହିଳାମାନେ ଅନ୍ୟକୁ ସାହାଯ୍ୟ କରିବେ । ନିଜ ପରିସରରେ ଜଣେ ବନ୍ଧୁ ସାହାର‌୍ୟ୍ୟର ପ୍ରତିଶୃତି ଦେବେ । ଗଠନ ମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 

ତୁଳା-
ଚିତ୍ରା- ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ନୂତନ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ସେଥିରେ ସଫଳତା ପାଇବେ । ନିଜର କର୍ମ ଦ୍ୱାରା ସମାଜରେ ମାନ ସମ୍ମାନ ମଧ୍ୟ ଅର୍ଜିତ କରିପାରିବେ
ସ୍ୱାତୀ-ଅଫିସ୍‌ରେ ପଦୋନ୍ନତିର ସୁଯୋଗ ପାଇବେ । କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ । କୌଣସି ଜରୁରୀ କାମରେ ବାହାରକୁ ଯାତ୍ରା କରିପାରନ୍ତି।
ବିଶାଖା- ସମାଜ ସେବା କରିବାରେ ମନଭାବ ପୋଷଣ କରିବେ ।  ଗୃହ ନିର୍ମାଣ ବା ଯାନବାହ. ଭୂମି କ୍ରୟ କରି ପାରିବେ । ମହିଳା ମାନେ ସୁସ୍ୱାଦ ଭୋଜନ କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ବିଛା-
ବିଶାଖା- ସ୍ୱାସ୍ଥ୍ୟ  କ୍ଷେତ୍ରରେ ଉନ୍ନତି ଦେଖାଦେବ । ଅଧିକ ଭାଗ୍ୟଦାରୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । କର୍ମ କ୍ଷେତ୍ରରେ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ। 
ଅନୁରାଧା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି ।
ଜ୍ୟୋଷ୍ଠା- ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । କ୍ରିଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ । ନିଜର ଚତୁରତା ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । 
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଧନୁ-
ମୂଳା- ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । ବ୍ୟବସାୟରେ ଭାଗିଦାର ମାନଙ୍କ ସହିତ ଜରୁରୀ ଆଲୋଚନା କରିବେ । ସମ୍ପର୍କୀୟଙ୍କ ସହାୟତାରେ ଆପଣଙ୍କ କାର୍ଯ୍ୟ ପୂରା ହେବ ।
ପୂ,ଷାଢା- ରାଜନୈତିକ କ୍ଷେତ୍ରରେ ଶତୃ ଓ ବିରୋଧିମାନେ ଅପଦସ୍ଥ ହେବେ । ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଶାରୀରିକ ପରିଶ୍ରମଜନିତ ପୀଡ଼ା ଅନୁଭବ କରିବେ।
ଉ,ଷାଢା- ସମ୍ପତ୍ତିକୁ ନେଇ ପାରିବାରିକ ସମସ୍ୟା ସମାଧାନ ହୋଇଯିବ । ନୂତନ ଯାନବାହନ କ୍ରୟ କରିବାର ସୁଯୋଗ ପାଇବେ । ମହିଳାମାନେ ଖୁସିରେ ସମୟ ଅତିବାହିତ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ଉ, ଷାଢା- ପତିପତ୍ନୀଙ୍କ ମଧ୍ୟରେ ଭଲ ସପଂର୍କ ସୃଷ୍ଟି ହେବ । ଆୟବ୍ୟୟ ସମାନ ପରିମାଣରେ ରହିବ । ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ । ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ 
ଶ୍ରବଣା- ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ । ଚାକିରି ବୃତ୍ତିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ । କୈାଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ । ସମ୍ପତ୍ତି ବୃଦ୍ଧି ହୋଇପାରେ । 
ଧନିଷ୍ଠା- ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବ । କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କିଛି ନୂଆ ଯୋଜନା କରିବେ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

କୁମ୍ଭ-
ଧନିଷ୍ଠା- ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଅପୂରଣୀୟ କାମନାକୁ କର୍ମକ୍ଷମ କରାଇବାରେ ସହାୟ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ। ମାନସିକ ପ୍ରଫୁଲ୍ଲତା ଓ ବିଳାସବ୍ୟସନରେ ଜୀବନ ନିର୍ବାହ କରିବେ ।
ଶତଭିଷା- ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି । କିଛି ସାହାଯ୍ୟ ମାଧ୍ୟମରେ ଅନ୍ୟ ମାନଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବେ।
ପୂ,ଭାଦ୍ରପଦ- ନିଜ କ୍ୟାରିୟରରେ ଟିକେ ସତର୍କ ରହିବାକୁ ପଡ଼ିବ । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଜମଜିମା, ମାଲିମକଦ୍ଦମା, ଯୋଗାଯୋଗ, ସାମ୍ବାଦିକତାରେ ପ୍ରତିଷ୍ଠାର୍ଜନ କରିବେ। 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
ପୂ, ଭାଦ୍ରପଦ- ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ଅଧିକାଂଶ ସମୟ ମନ ଭାରାକ୍ରାନ୍ତ ରହିବା କାରଣରୁ ଯାହା ନ କହିବା କଥା ତାହା କହି ସମସ୍ୟାକୁ ଡାକି ଆଣିବେ।
ଉ, ଭାଦ୍ରପଦ- ବ୍ୟବସାୟରେ ଭାଗ୍ୟର ସହଯୋଗ ପାଇବେ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ରାଜନୀତିରେ ଦୁଃସାହାସିକ ପଦକ୍ଷେପ ନେବେ । ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।
ରେବତୀ- ମହିଳା ଅଧିକ ସମୟ ପିଲାଙ୍କ ସହିତ ବିତାଇବେ । ଅନ୍ୟର ଭଲ କରିବାକୁ ଯାଇ ଅପମାନିତ । ଅନ୍ୟମାନଙ୍କର କଥା ଓ କାର୍ଯ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।