Daily Horoscope 15th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Aug 15, 2026 - 09:39
Daily Horoscope 15th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-

ଅଶ୍ୱନୀ- ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସଙ୍ଗକୁ ଅର୍ଥଲାଭ ହୋଇପାରେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇଁ ଆସ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ। ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି।
ଦ୍ୱିଜା-ପିଲାଦିନର ବନ୍ଧୁଙ୍କ ସହୟତା ମିଳିପାରେ। ରାଜନୀତିରେ ସମର୍ଥନ ହ୍ରାସ ପାଇପାରେ। ଛାତ୍ରଛାତ୍ରୀମାନେ ପଢାରେ ଅବେହଳା କରି ଦୁଃଖ ପ୍ରକାଶ କରିବେ।
କୃତିକା- ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ସତର୍କରେ ପଦକ୍ଷପ ନନେଲେ ଲକ୍ଷ ସାଧନରେ ବିଳମ୍ବ ଘଟିବ। ମହିଳାମାନେ ଅନ୍ୟକୁ ସାହାଯ୍ୟ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ମା ବଗଳାମୂଖୀଙ୍କର ମନ୍ତ୍ର ପାଠ କରନ୍ତୁ।

ବୃଷ-

କୃତିକା- ଜୀବନ ସାଥିଙ୍କୁ ମନ ପସନ୍ଦ ଉପହାର ଦେବେ। ବ୍ୟବସାୟରେ ଲାଭଜନକ ହେବ। ପୂର୍ବରୁ କରିଥିବା କର୍ମ ପାଇଁ ପୁରସ୍କୃତ ହୋଇପାରନ୍ତି। ରହୁଥିବା ସ୍ଥାନ ପରିବର୍ତ୍ତନ କରିପାରନ୍ତି।
ରୋହିଣୀ- ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବ। ବିଦ୍ୟାର୍ଥୀମାନେ ବିଦ୍ୟାପ୍ରେମୀ ହୋଇପାରନ୍ତି। ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ।
ମୃଗଶିରା- ସାମାଜିକ ସଂସାର କାମରେ ସହଯୋଗ କରିବେ। ଘରୋଇ ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

ମିଥୁନ-

ମୃଗଶିରା- ପ୍ରେମ ସମ୍ବନ୍ଧ ବିବାହରେ ପରିଣତ ହୋଇପାରେ। ମନକୁ ସ୍ଥିର କରି ନୂତନ ବ୍ୟବସାୟ ଆରମ୍ଭ କରିବେ। କର୍ମ କ୍ଷେତ୍ରରେ ନିଜ ପ୍ରତିଭାବ ପ୍ରମାଣ ଦେଇ ଆଗକୁ ବଢିବେ। 
ଆଦ୍ରା- ରାଜନୀତିରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବା ସହ ଅସ୍ଥିରତା ସୃଷ୍ଟି କରିବ। ବିଦ୍ୟାର୍ଥୀମାନେ ବିଦେଶ ଯାଇପାରନ୍ତି। ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ।
ପୁନର୍ବସୁ- ଜମିଜମା ବିବାଦ ଜଟିଳ ହୋଇପାରେ। ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ। ମହିଳାମାନେ ସହଯୋଗର ହାତ ବଢାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

କର୍କଟ-

ପୁନର୍ବସୁ- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କୈାଣସି କାର୍ଯ୍ୟ ହାତକୁ ନେଲେ ଶେଷ କରିବା ପରେ ଆଶ୍ୱସ୍ଥି ହେବେ। କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ।
ପୁଷ୍ୟା- କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ରାଜନୀତିରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ। କୈାଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ।
ଅଶ୍ଲେଷା- କୈାଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ କ୍ଷତିରେ ପଡିବେ। ମହିଳାମାନେ ଅଧିକ କାର୍ଯ୍ୟକରି ପ୍ରଂଶସିତ ହେବେ। ନିଜର କାର୍ଯ୍ୟ ସାଧନ ସକାଶେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ସିଂହ-

ମଘା- ଶରୀରରେ ଆଘାତ ପାଇ ପାରନ୍ତି। ଆପଣଙ୍କର ବନ୍ଧୁ ସଂଖ୍ୟା ବଢିପାରେ। ଗୃହ କାର୍ଯ୍ୟରେ ଆଗ୍ରହ ବଢିବ। ବ୍ୟବସାୟରେ ଅଭିବୃଦ୍ଧି ଘଟିପାରେ।
ପୂ,ଫାଲଗୁନି- ଲକ୍ଷ୍ୟ ହାସଲ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ଆପଣଙ୍କୁ ଅତିରିକ୍ତ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିପାରେ। ଛାତ୍ରମାନେ ଅଧିକ ପରିଶ୍ରମ କରିବେ। 
ଉ,ଫାଲଗୁନି- ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବିଚାର କରିବେ। ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ। ରାଜନୀତିରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

କନ୍ୟା-

ଉ,ଫଳଗୁନି- ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଇ ବନ୍ଧୁମାନେ ସାହାଯ୍ୟ ପାଇଁ ଆନୁଷ୍ଠାନିକ କାମ ହାସଲ କରିବେ। ଔଷଧ ସମ୍ବନ୍ଧୀୟ ବ୍ୟବସାୟରେ ଅନେକ ସଫଳତା ପାଇବେ।
ହସ୍ତା- ଅଫିସ୍ ରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତ କାର୍ଯ୍ୟ ହେବେ। ବୁଦ୍ଧି ବିବେକ ପ୍ରୟୋଗ କରି ସବୁ କାମକୁ ହାସଲ କରିବେ।
ଚିତ୍ରା- ବିବାଦରେ ମଧ୍ୟସ୍ଥି କରିବାରେ ନିବୃତ ରୁହନ୍ତୁ। କୈାଣସି ଧର୍ମାନୁଷ୍ଠାନରେ ମୁଖିଆ ଭାବରେ ଦାୟିତ୍ୱ ତୁଲାଇ ପାରନ୍ତି। ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ମିଠା ଖାଇ ଘରୁ ବାହରନ୍ତୁ

ତୁଳା-

ଚିତ୍ରା- ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ। ଦାମ୍ପତିଙ୍କ ଜୀବନ ପ୍ରେମପୂର୍ବକ ବିତିବ। ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ।
ସ୍ୱାତୀ- ପରିବାରରେ ଚିନ୍ତା ବଢିପାରେ। ଚାକିରି କ୍ଷେତ୍ରରେ ପ୍ରାଧାନ୍ୟ ହ୍ରାସ ପାଇବ। ମୋହରେ ପଡି ଅପଦସ୍ତ ହେବେ। ଆତ୍ମୀୟଙ୍କ ଦ୍ୱାରା ସମସ୍ୟାର ସମଧାନ ହୋଇଯିବ।
ବିଶାଖା- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ମହିଳାମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ। ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫୋଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା-

ବିଶାଖା- ପ୍ରେମ ଏବଂ ଆକର୍ଷଣ ବଢ଼ିବା ସହିତ ଏକାଠି ବୁଲିବାକୁ ଯିବେ। ଆର୍ଥିକ ସମସ୍ୟା ନିଶ୍ଚିନ୍ତ ରୂପେ ସମାଧାନ ହୋଇଯିବ।  କୈାଣସି ବଡ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ।  
ଅନୁରାଧା- କଠୋର ପରିଶ୍ରମ କଲେ ପଢାରେ ଆଗକୁ ବଢିପାରିବେ। ସମାଜ ସେବାରେ ସୁନାମ ଅର୍ଜନ କରିବେ। ଅଯଥା ଭ୍ରମଣ କରିବାକୁ ପଡିପାରେ।
ଜ୍ୟେଷ୍ଠା- ମାଲିମକଦ୍ଦମାର ଶୁଣାଣୀ ଡେରି ହୋଇପାରେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ। ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ।

ଧନୁ-

ମୂଳା- ରୋଗୀମାନଙ୍କ ରୋଗ ପ୍ରାୟତଃ କମି ଯାଇପାରେ। ପରିସ୍ଥିତି ବଦଳି ଯିବା ଫଳରେ ଅଯଥା ହଇରାଣ ହୋଇପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ମନ ଯୋଗଦେବେ।
ପୂ,ଷାଢା- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ଉନ୍ନତି ଦେଖାଦେବ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ। ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ।
ଉ,ଷାଢା- ଆକସ୍ମିକ ବିପଦ ଦେଖାଦେଇ ପାରେ । ସତର୍କତା ଅବଲମ୍ବନ ନକଲେ ପୈତୃକ ସମ୍ପତି ହସ୍ତାନ୍ତର ହୋଇପାରେ । ସଂଚାର କ୍ଷେତ୍ରରେ ବ୍ୟକ୍ତିଙ୍କୁ ଲାଭ ମିଳିବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ

ମକର-

ଉ,ଷାଢା- ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ଶାରୀରିକ ଅସୁସ୍ଥତା ଦୂର ହେବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ। ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ
ଶ୍ରବଣା- ସମାଜ ସେବାରେ ଉଲ୍ଲେଖନୀୟ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପୂରସ୍କୃତ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ବିଦେଶ ଗ୍ରସ୍ତ କରିପାରନ୍ତି
ଧନିଷ୍ଠା- ଗଣ ମାଧ୍ୟମ ପ୍ରତିନିଧି ପାଇଁ ଦିନଟା ବ୍ୟସ୍ତତାରେ କଟିବ । ନକାରାତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ ।  ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ।  
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ-

ଧନିଷ୍ଠା-ଆଶଙ୍କାରେ ଦିନ କାଟିବେ। ଆତ୍ମୀୟଙ୍କ ଦୁର୍ବବ୍ୟବହାର ଭୋଗିବେ। ନିତ୍ୟ କର୍ମରେ ବ୍ୟତିକ୍ରମ ଘଟିପାରେ। ପରିବେଶ ଆନନ୍ଦ ଦାୟକ ରହିବ। ଧନ ହେତୁ ଶାନ୍ତି ଅନୁଭବ କରିବେ
ଶତଭିଷା- ପ୍ରେମିକା,ପ୍ରେମିକ ମାନଙ୍କର ପୁର୍ବ ସ୍ମୃତି ଜାଗ୍ରତ ହୋଇପାରେ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଶିକ୍ଷାର୍ଥୀମାନେ ପଢାରେ ଅନ୍ୟସମସ୍କ ରହିବେ।
ପୂ,ଭାଦ୍ରପଦ- ମହିଳାମାନେ ଭ୍ରମଣର ସୁଯୋଗ ପାଇବେ। ଅନେକ ଦିନରୁ କାର୍ଯ୍ୟ ପୂରଣ କରିବେ। ଜମିଜମା ଜନିତ କ୍ରୟ,ବିକ୍ରୟରୁ ଲାଭ କମାଇ ପାରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ମୀନ-

ପୂ,ଭାଦ୍ରପଦ- ଧୀରେ ଧୀରେ ଆପଣଙ୍କର ସମ୍ପର୍କ ପ୍ରେମରେ ପରିପୂର୍ଣ୍ଣ ହେବ। ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ। ନିଜ ଲୋକଙ୍କ ଉପରେ ଭରସା ମଧ୍ୟ କରି ପାରିବେ ନାହିଁ।
ଉ,ଭାଦ୍ରପଦ- ପରିବାର ସଦସ୍ୟଙ୍କ ସହିତ ଏକ  ତୀର୍ଥ  ସ୍ଥାନକୁ ବୁଲିବା ପାଇଁ ଯିବେ। ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ। ଚାକିରିରେ ତୀକ୍ଷ୍ମ ବୃଦ୍ଧିମତାର ପରିଚୟ ଦେବେ। ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ।
ରେବତୀ- ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ। ନୂତନ ଆୟପନ୍ଥା ପାଇଁ ଚିନ୍ତିତ ରହିବେ। ବିବାଦୀୟ ଘଟଣାକୁ ନେଇ ମନ ଅସ୍ଥିର ରହିବ। ବାଧ୍ୟ ବାଧକତାରେ କେତେକ କାମ କରିବାକୁ ବାଧ୍ୟ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।