From Nehru to Modi: ଲାଲକିଲ୍ଲାରୁ ମୋଦିଙ୍କ କ୍ରମାଗତ ୧୩ତମ ସ୍ୱାଧୀନତା ଦିବସ ଅଭିଭାଷଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଲାଲକିଲ୍ଲାରୁ କ୍ରମାଗତ ୧୩ତମ ଥର ପାଇଁ ସ୍ୱାଧୀନତା ଦିବସ ଅଭିଭାଷଣ ଦେଇଛନ୍ତି। ଏହି ସଫଳତା ହାସଲ କରି ସେ ଜବାହରଲାଲ ନେହରୁଙ୍କ ପରେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିବା ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରଠାରୁ ପ୍ରତ୍ୟେକ ସ୍ୱାଧୀନତା ଦିବସରେ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଆସୁଛନ୍ତି। ଦେଶର ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ସ୍ୱାଧୀନତା ଦିବସରେ କ୍ରମାଗତ ସର୍ବାଧିକ ଅଭିଭାଷଣର ରେକର୍ଡ ଧାରଣ କରିଛନ୍ତି। ସେ ୧୯୪୭ରୁ ୧୯୬୩ ପର୍ଯ୍ୟନ୍ତ କ୍ରମାଗତ ୧୭ଟି ଅଭିଭାଷଣ ଦେଇଥିଲେ। ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇଛନ୍ତି, ଯିଏ ୧୯୬୬ରୁ ୧୯୭୬ ମଧ୍ୟରେ କ୍ରମାଗତ ୧୧ଟି ସ୍ୱାଧୀନତା ଦିବସ ଅଭିଭାଷଣ ଦେଇଥିଲେ। ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ମୋଦି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ସମାରୋହ ସମୟରେ ୨୧ ତୋପ ସଲାମୀ ଦିଆଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।