Daily Horoscope 15th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ଦାମ୍ପତ୍ୟ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ଔଷଧ ସମ୍ବନ୍ଧୀୟ ବ୍ୟବସାୟରେ ଅନେକ ସଫଳତା ପାଇବେ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କର ବିଶ୍ୱସ୍ଥ ଭାଜନ ହେବେ ।
ଦ୍ୱିଜା- କୈାଶଳ କ୍ରମେ କାର୍ଯ୍ୟସିଦ୍ଧି ହେବ । ପତୀ ପତ୍ନୀଙ୍କ ମଧ୍ୟରେ ଭଲ ବୁଝାବଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ । ନିଜର ପରିଶ୍ରମରେ ଅନେକ ପରିବର୍ତନ ଆଣିବେ ।
କୃତିକା- ଯାନବାହନ ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ସମୟରେ ଉଚିତ୍ ବୁଦ୍ଧି ସହିତ କାର୍ୟ୍ୟ କରିବେ । ଧନ ସଞ୍ଚୟ କରିବା ପାଇଁ କିଛି ସଂଘର୍ଷ ମଧ୍ୟ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ
ବୃଷ-
କୃତିକା- କର୍ମ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ । ପାରିବାରିକ ବିଶୃଙ୍ଖଳା ଦେଖାଦେବ । ବାଧ୍ୟତାବଶତଃ ଆନୁଷ୍ଟାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ
ରୋହିଣୀ- କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପୂରସ୍କୃତ ହେବେ । ରାଜନୀତିରେ ନିଜର ଭାବମୂର୍ତି ରକ୍ଷା କରିବା ପାଇଁ ଚେଷ୍ଟା କରିବେ । ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ ।
ମୃଗଶିରା- ଛାତ୍ରଛାତ୍ରୀ ମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ମହିଳା ମାନଙ୍କର ପାରିବାରିକ ଜୀବନ ଆନନ୍ଦରେ କଟିବ । ଆଇନ୍ ଅଦାଲତ ଥିବା ଦୁଶ୍ଚିନ୍ତା ଦୂର ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- କର୍ମ କ୍ଷେତ୍ରରେ ବାଧା ଆସିଲେ ମଧ୍ୟ ସଫଳତା ହାସଲ କରିବେ । ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ । ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସି୍ଥତି ଉନ୍ନତି ଦେଖାଦେବ ।
ଆଦ୍ରା- ଚାକିରି କ୍ଷେତ୍ରରେ ଉଚ୍ଚ କର୍ତୁପକ୍ଷଙ୍କର ପ୍ରଶଂସାର ପାତ୍ର ହେବେ । ଆୟ ବୃଦ୍ଧି, ଋଣମୁକ୍ତି ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ଶତୃମାନଙ୍କୁ ମୁକାବିଲା କରି ପାରିବେ ।
ପୁନର୍ବସୁ- ସାମାଜିକ କ୍ଷେତ୍ରରେ ମାନ୍ୟତା ଅର୍ଜ୍ଜନ କରିବେ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ବୃଦ୍ଧି ପାଇବ । ଭାଇଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ଲାଭ କରିପାରନ୍ତି
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ବାନ୍ଧବୀଙ୍କ ଠାରୁ ଶୁଭ ଖବର ଶୁଣିବାକୁ ପାଇବେ । ଉଦର ରୋଗରେ ଆକ୍ରାନ୍ତ ହେବେ । ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ।
ପୁଷ୍ୟା- ରାଜନୀତିରେ ଲୋକଙ୍କ ପ୍ରିୟ ରହିବେ । କାର୍ଯ୍ୟ କ୍ଷେତ୍ରରେ ଖୁବ ଶିଘ୍ର ସଫଳତା ପାଇବେ । ଆୟରେ ଉନ୍ନତି ଘଟିବ । ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ଅଶ୍ଲେଷା- ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ସିଂହ-
ମଘା- ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ବୃଦ୍ଧି ମିଳିପାରେ । ନିଜର ଆନ୍ତରିକ ସମୟ ସେବାରେ ଲଗାନ୍ତୁ ଏହା ଆପଣଙ୍କ ପରିବାର ଲୋକଙ୍କୁ ଖୁସି ଓ ଶାନ୍ତି ଦେବ । ପ୍ରତ୍ୟେକଟି ନିଷ୍ପତି ଭାବିଚିନ୍ତି ନିଅନ୍ତୁ ।
ପୂ,ଫାଲଗୁନି- ସମାଜ ସେବା କରି ନିଜକୁ ଧନ୍ୟ ମନେ କରିପାରନ୍ତି । ଆଜି ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟରୁ ମନ ଖୁସି ରହିବ । ଆପଣ ବଳକା ସମୟରେ କୌଣସି ଭଲ ବହି ପଢ଼ିପାରନ୍ତି ।
ଉ,ଫାଲଗୁନି- ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ । କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢାଇବେ । ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ଉ,ଫଳଗୁନି- ଦେହ ଦୁର୍ବଳତା ପାଇଁ କର୍ମକ୍ଷେତ୍ରରେ ଠିକ୍ ସେ କାର୍ଯ୍ୟ କରିପାରିବେ ନାହିଁ । ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ।
ହସ୍ତା- ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ । କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି ।
ଚିତ୍ରା- ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ । ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ । କାମରେ ଆପଣଙ୍କ ଲାଭ ହେବ । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା-
ଚିତ୍ରା- ବିଶେଷ କରି ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ହେବ । ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ । ପତୀ ପତ୍ନୀଙ୍କ ମଧ୍ୟରେ ଭଲ ବୁଝାବଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ ।
ସ୍ୱାତୀ- ରାଜନୈତିକ କ୍ଷେତ୍ରରେ ବିବାଦିୟ ପରିସ୍ଥିତି ଦେଖାଦେଇ ପାରେ । ଆର୍ଥିକ ଦୃଷ୍ଟିରୁ, ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ ।
ବିଶାଖା- ପରିବାରରେ ସମ୍ପତି ଜନିତ ବିବାଦ ସୃଷ୍ଟି ହୋଇପାରେ । ନୂତନ ବନ୍ଧୁ କରିବାରେ ସମର୍ଥ ହେବେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ଅଫିସ୍ କାମରେ କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ ।
ଅନୁରାଧା- ଆଜି ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ଜ୍ୟେଷ୍ଠା- ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ପ୍ରଶଂସିତ ହୋଇପାରନ୍ତି । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ମାନେ ଶିକ୍ଷାରେ ସଫଳତା ଲାଭ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ
ଧନୁ-
ମୂଳା- ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ । ପ୍ରେମ ଏବଂ ପରିବାରର ବିକାଶରେ ଆଗ୍ରହ ହରାଇବାର ସମ୍ଭାବନା ରହିିଛି । ବ୍ୟବସାୟରେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବା ପରେ ସଫଳତା ପାଇବେ ।
ପୂ,ଷାଢା- ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ସାମ୍ବାଦିକମାନେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ । କର୍ମ କ୍ଷେତ୍ରରେ ଅହଂକାରକୁ ତ୍ୟାଗ କରନ୍ତୁ ।
ଉ,ଷାଢା- ସରକାରୀ ସାହାର୍ଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପାଇବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ଶ୍ରମିକ ଓ କର୍ମଚାରୀ ମାନେ କଠିନ ପରିଶ୍ରମ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ
ମକର-
ଉ,ଷାଢା- ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ । ଅଫିସରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ ।
ଶ୍ରବଣା- ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କିନ୍ତୁ ନିରାଶ ହେବେନି । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି । ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ସହିତ କାମ ହାସଲ କରିବାରେ କିଛି ଅସୁବିଧା ହେବ ନାହିଁ।
ଧନିଷ୍ଠା- ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ । ଅର୍ଥ ସଂକଟ ଦୂରୀଭୂତ ପାଇଁ ବିଶେଷ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଧନିଷ୍ଠା- କର୍ମରେ ପରିବର୍ତନ ହେବା ସହିତ ଉନ୍ନତିର ଯୋଗ ରହିଛି । ଶାରୀରିକ ସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଉନ୍ନତି କରିବେ ।
ଶତଭିଷା- ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ଛାତ୍ର ଛାତ୍ରୀ ମାନେ ନିଜ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ ।
ପୂ,ଭାଦ୍ରପଦ- ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ବେଳେବେଳେ ଧନ ପ୍ରାପ୍ତି ଆଦି ଶୁଭଫଳ ମଧ୍ୟ ପାଇବେ । କୈାଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ପୂ,ଭାଦ୍ରପଦ- ସ୍ବାସ୍ଥ୍ୟ ଭଲ ରହିବ ଓ ଅର୍ଥ, ସମ୍ମାନ ପାଇବେ । ଅନ୍ୟମାନେ ଫାଇଦା ହାସଲ ପାଇଁ ସମ୍ମୁଖରେ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି । କର୍ମକ୍ଷେତ୍ରରେ କେତେକ ବିବାଦୀୟ ଚିନ୍ତାଧାରା ମନକୁ ବ୍ୟସ୍ତବିବ୍ରତ କରିପାରେ।
ଉ,ଭାଦ୍ରପଦ- ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ । କର୍ମକ୍ଷେତ୍ରରେ ବନ୍ଧୁତା ଓ ବ୍ୟବସାୟରେ ଉନ୍ନତି କରିବେ । ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତାରୁ ପ୍ରଶଂସିତ ହେବେ।
ରେବତୀ- ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ସାମୟିକ ଖୁସୀ ରହିବେ । ନୂତନ ଯୋଜନାରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।