Daily Horoscope 18th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ । ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି ।
ଦ୍ୱିଜା- ସାମାଜିକ କ୍ଷେତ୍ରରେ କୈାଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ସମ୍ମାନିତ ହୋଇପାରନ୍ତି। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ପରୋକ୍ଷ ସମାଲୋଚନା କରିପାରନ୍ତି।
କୃତିକା- ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦ୍ୱିଗୁଣ ହେବ । କର୍ମକ୍ଷେତ୍ରରେ ପ୍ରଂଶସା ଓ ପ୍ରତିଷ୍ଠା ପ୍ରତି ଈର୍ଷାନ୍ୱିତ ହେବେ । ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଉପୁଜିପାରେ। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖିଲେ ମଧ୍ୟ ପ୍ରତିବନ୍ଧକ ପିଛା ଛାଡିବ ନାହିଁ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ରୋହିଣୀ- ସାଧାରଣ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ମନ୍ଦ ହେବନି । ପଡ଼ୋଶୀ, ଆତ୍ମୀୟସ୍ବଜନଙ୍କ ଦ୍ୱାରା ସାହାଯ୍ୟ, ସହଯୋଗଲାଭର ସୂଚନା ରହିଛି। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି।
ମୃଗଶିରା- ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ଦୂର ହେବ । ଆତ୍ମୀୟଙ୍କ ଅନାଦରଭାବ, ଅସ୍ଥିରତାଯୁକ୍ତ ନିଷ୍ପତ୍ତି, ମନକୁ ହଲଚଲ କରିପାରେ। ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂର ମିଶେଇ ମସ୍ତକରେ ଧାରଣ କରନ୍ତୁ
ମିଥୁନ-
ମୃଗଶିରା- ବିବାହ ଆଶାୟୀ ଯୁବକ, ଯୁବତୀ ମାନଙ୍କ ପାଇଁ ନିଜ ପସନ୍ଦର ଜୀବନସାଥୀ ମିଳିପାରେ । ରହୁଥିବା ସ୍ଥାନ ପରିବର୍ତନ କରିପାରନ୍ତି । ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ ।
ଆଦ୍ରା- ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ । ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବ ।
ପୁନର୍ବସୁ- ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ରାଜନୀତିରେ ଲକ୍ଷ୍ୟପ୍ରାପ୍ତିର ଆଶା ନିରର୍ଥକ ହେବ ନାହିଁ । ମାଲିମୋକଦ୍ଦମା କ୍ଷେତ୍ରରେ ଉତ୍ତମ ଫଳ ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ଆକସ୍ମିକଭାବରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସାହାଯ୍ୟ କାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ଛାତ୍ରଛାତ୍ରୀମାନେ ଅଧ୍ୟୟନ ପ୍ରତି ଉତ୍ସାର୍ଗୀକୃତ ହୋଇ ଏକାଗ୍ରତ ସହିତ ସବୁକିଛି କରିବେ ।
ପୁଷ୍ୟା- ପ୍ରଶାସନିକ ସ୍ତରରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ସ୍ତରରେ ଅର୍ଥାଭାବ ଯୋଗୁ ବିଚଳିତ ହୋଇପାରନ୍ତି। ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି ।
ଅଶ୍ଲେଷା- ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ଅନୁଭୂତି ଆଣିଦେବ। ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ, ପ୍ରଶାସନ ସକାଶେ ଅନୁକୂଳତା ଅନୁଭବ କରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମିଠା ଦହି ଖାଇ ଘରୁ ବାହାରନ୍ତୁ
ସିଂହ-
ମଘା- ଅତୀତ ଘଟଣା ସମୂହକୁ ମନେପକାଇ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଆନୁଷ୍ଠାନିକ କାମରେ ଦକ୍ଷତା ବୃଦ୍ଧି କାରଣରୁ ସାମାଜିକ ପ୍ରତିଷ୍ଠା ବଢ଼ିବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ।
ପୂ,ଫାଲଗୁନି- ଭୁଲ୍ ନିଷ୍ପତ୍ତି ଗ୍ରହଣ କରି କିମ୍ବା ପରକଥାରେ ପଡ଼ି ଭୁଲ୍ ମାର୍ଗର ଅନୁସରଣ କରିବେ । ଅର୍ଥ ସମ୍ପର୍କିତ ଆଲୋଚନାରେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି।
ଉ,ଫାଲଗୁନି- କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ଜମିଜମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ । ମହିଳା ମାନଙ୍କ ପାଇଁ ଦିନଟି ମହତ୍ୱପୁର୍ଣ୍ଣ ରହିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ଉ,ଫଳଗୁନି- ବନ୍ଧୁଙ୍କ ସହ ଆକସ୍ମିକ ଭ୍ରମଣ ସୁଯୋଗ ଲାଭ କରିବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବା ହେତୁ ସାମାନ୍ୟ ଖୁସିର ଝଲକ ପରିଲକ୍ଷିତ ହେବ। ଅଫିସ୍ କାମ ପୂରା କରିବାରେ ସଂପୂର୍ଣ୍ଣ ସଫଳ ହେବେ ।
ହସ୍ତା- ରାଜନୈତିକ ସ୍ତରରେ ହଠାତ୍ ବିରାଧୀ ପକ୍ଷ ସକ୍ରିୟ ହୋଇପାରନ୍ତି। ପଡ଼ୋଶୀଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆବଶ୍ୟକତାନୁଯାୟୀ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି
ଚିତ୍ରା- ପବ୍ଲିକକେଶନ, ପ୍ଲଟିଂ କାରବାର, ଚୁକ୍ତିପତ୍ର କ୍ଷେତ୍ରରେ ସଫଳତା ମିଳିବ। କୌଣସି ଅସୁବିଧା ନ ଥିଲେ ମଧ୍ୟ ଅତୀତ ଘଟଣାକୁ ନେଇ ମନ ଦୁଃଖରେ ରହିବେ। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ମତାନ୍ତର, ମନରେ ଭାବାନ୍ତର ସୃଷ୍ଟି କରିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ
ତୁଳା-
ଚିତ୍ରା- ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ କରିବେ । ପରିବାରରେ ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍ ସାମନା କରିବା କଷ୍ଟକର ହୋଇପାରେ । ବ୍ୟବସାୟ, ପରିବହନ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ ।
ସ୍ୱାତୀ- ଶିକ୍ଷାର୍ଥୀ ମାନଙ୍କୁ ଆଶାନୁରୂପ ଫଳ ପାଇବା ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ ।
ବିଶାଖା- କୈାଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ବିରୋଧୀ ମାନେ ସତ ଚେଷ୍ଟା କରିଲେ ମଧ୍ୟ କୈାଣସି କ୍ଷତି କରିପାରିବେ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ବାଣିଜ୍ୟ, ବ୍ୟବସାୟ କାରବାରରେ ଉନ୍ନତି କରିବେ। ରୋଗର ଦାଉ, ଋଣବୋଝ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ।
ଅନୁରାଧା- ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି କାମ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିପାରନ୍ତି । ପ୍ରଶଂସା ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି।
ଜ୍ୟେଷ୍ଠା- ଯାହା ଆଶା କରୁଛନ୍ତି ତାହା ପାଇବେ। ସଭାସମିତି, ବନ୍ଧୁ ସମ୍ପର୍କ ଦିଗରୁ ଆଜି ଅନୁକୂଳ ଫଳ ପାଇବେ। ମାଲି ମକଦ୍ଦମା, ଆଲୋଚନା, ଗବେଷଣା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ଧନୁ-
ମୂଳା- କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସଫଳତା ଅର୍ଜନ କରିବେ । ଶାରୀରିକ ଅସୁସ୍ଥତା ଦେଖାଦେବ କିନ୍ତୁ ସତର୍କ ରହିଲେ ସ୍ୱାସ୍ଥ୍ୟ ଜନିତ ଅବସ୍ଥା ନିୟାନ୍ତ୍ରଣାଧିନ ରହିବ । ନୂତନ ଆୟପନ୍ଥା ପାଇଁ ଚିନ୍ତିତ ରହିବେ ।
ପୂ,ଷାଢା- ବିଦ୍ୟାର୍ଥୀ ମାନେ ପଢାପଢିରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଭଲ ଫଳ ମିଳିବ ନାହିଁ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ ।
ଉ,ଷାଢା- ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସମ୍ପତିକୁ ସାମାନ୍ୟ ଝଗଡା ଲାଗିପାରେ । ଉପଯୁକ୍ତ ଯୋନଜା ଦ୍ୱାରା କ୍ୟାରିୟରରେ ପରିବର୍ତନ ଭବିଷ୍ୟତ ଲାଗି ଲାଭଦାୟକ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ମକର-
ଉ,ଷାଢା- ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ଦୃଢ଼ ମନୋବଳ ସମସ୍ୟା ସମାଧାନରେ ସହାୟକ ହେବ।
ଶ୍ରବଣା- ସୁମଧୁର କଥା ସମସ୍ୟାର ସମାଧାନ, ଅର୍ଥଲାଭ, ସମ୍ମାନ, କାର୍ୟ୍ୟସିଦ୍ଧି କରାଇବ। ଠିକ୍ ବିଚାର ବିନା ସରଳ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।
ଧନିଷ୍ଠା- ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ବନ୍ଧୁଙ୍କ ପରାମର୍ଶରେ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା- ସାମାନ୍ୟ ଶାରୀରିକ ସମସ୍ୟା ଦେଖାଦେବା ସହିତ ଦୁର୍ବଳତା ଅନୁଭବ କରିବେ । ଦାମ୍ପତ୍ୟ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ସାହିତ୍ୟ, ଲେଖାପଢ଼ା, କ୍ରୀଡ଼ା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ।
ଶତଭିଷା- ଦୀର୍ଘଦିନରୁ ଲାଗିରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ବିବାଦୀୟ ଘଟଣା, ଜମିଜମା କଳହ ତଥା ମାଲିମକଦ୍ଦମା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ପୂ,ଭାଦ୍ରପଦ- ଭୂ- ସମ୍ପତିରେ ଅଧିକ ପଇସା ନିବେଶ କରନ୍ତୁ । ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ଶତୃମାନେ ମଥାନତ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଭୁଲ୍ ବୁଝାମଣା କାରଣରୁ ଦାମ୍ପତ୍ୟରେ ତିକ୍ତତା ଦେଖାଦେବ। ନିର୍ଦ୍ଦିଷ୍ଟ ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡ଼ିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଉ,ଭାଦ୍ରପଦ- ବନ୍ଧୁଙ୍କ ଆଦରସୁହାଗ, ମନକୁ ପ୍ରଫୁଲ୍ଲିତ କରି ରଖିବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆର୍ଥିକ ସମସ୍ୟା, ମାମଲା, ଜମିଜମା, ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଅସ୍ଥିର ରହିବ।
ରେବତୀ- କେତେକ କ୍ଷେତ୍ରରେ ମତାନ୍ତରର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପଶୁ,ପକ୍ଷୀ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।