Daily Horoscope 21th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Aug 21, 2026 - 09:14
Daily Horoscope 21th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ ତେଣୁ ସତର୍କ ରୁହନ୍ତୁ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଦୂର ଭ୍ରମଣ କରିବାର ସୁଯୋଗ ରହିଛି।
ଦ୍ୱିଜା-ପିଲାମାନେ ପାଠ ପଢାରେ ମଗ୍ନ ରହିବେ। ସରକାରୀ ସାହାଯ୍ୟ ପ୍ରାପ୍ତି ହେବ। ଜୋର୍ କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ।    
କୃତିକା- ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି। ମହିଳାମାନେ ବିଦେଶ ଯାତ୍ରା କରି ପାରିବେ। ସତର୍କ ହୋଇ ଟଙ୍କା ଖର୍ଚ୍ଚ ନକରିଲେ ଅସୁବିଧାରେ ପଡିପାରନ୍ତି। ସିନେମା ତାରକାମାନେ ଭଲ ନାମ କମାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – କୈାଣସି ଅସାହ୍ୟ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ

ବୃଷ- 
କୃତିକା- କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ। ନୂଆ କାର୍ଯ୍ୟ ପାଇଁ ପ୍ଲାଲିଙ୍ଗ କରି ପାରନ୍ତି, ଯାହା ଆପଣଙ୍କୁ ସଫଳତା ଆଣିଦେବ।        
ରୋହିଣୀ- ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ। ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ। ଲୋକମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ।    
ମୃଗଶିରା- ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ। ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ। ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ। ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଭଲ ସମୟ ଆସିପାରେ।    
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ

ମିଥୁନ-
ମୃଗଶିରା- ବ୍ୟବସାୟରେ ଲାଭବାନ୍ ହେବେ। ପାରିବାରିକ ସମସ୍ୟାରେ ଜଡିତ ରହିବେ। ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। 
ଆଦ୍ରା- ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ। ଆଧ୍ୟାତ୍ମିକ ମାମଲାରେ ବ୍ୟସ୍ତ ରହିବେ। କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରି ସନ୍ତୋଷ ଲାଭ କରିବେ। 
ପୁନର୍ବସୁ- ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ସାହାଯ୍ୟ କରିବେ। ଋଣଗ୍ରସ୍ତ ହୋଇ ନୂତନ ଗୃହ ନିର୍ମାଣ କରି ପାରନ୍ତି। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କର୍କଟ-
ପୁନର୍ବସୁ- ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି। ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇ ପାରେ। ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ। ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ ।
ପୁଷ୍ୟା- ଛାତ୍ରଛାତ୍ରୀମାନେ ପଢାରେ ଭଲ ସଫଳତା ଆଣିବେ। ଋଣ କିମ୍ବା ଉଧାର ନେବା ଠାରୁ ଦୂରେଇ ରହିବା ଉଚିତ୍। ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ। କର୍ମ କ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ। 
ଅଶ୍ଳେଷା- ଉପରିସ୍ଥ କର୍ମଚାରୀମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ। କୋର୍ଟ କଚେରୀ ମାମଲାଠୁ ଦୂରରେ ରୁହନ୍ତୁ। ଅର୍ଥ, ସମ୍ମାନର ଅଭାବ ରହିବ ନାହିଁ। ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- କିଛି ମିଠା ଖାଇ ଘରୁ ବାହାରନ୍ତୁ

ସିଂହ-
ମଘା- ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ। ପାରିବାରିକ କ୍ଷେତ୍ରରେ ମିଶ୍ରିତ ଫଳ ଅନୁଭବ କରିବେ। କର୍ମ କ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବେ।
ପୂ,ଫାଲଗୁନି- ରାଜନୈତିକ କ୍ଷେତ୍ରରେ ଶତୃ ବୃଦ୍ଧି ପାଇବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍ ଠିକ୍ ହୋଇଯିବ।
ଉ,ଫାଲଗୁନି-ନୂତନ ଗୃହାରମ୍ଭ କରିପାରନ୍ତି। ଆୟ ଧିରେ ଧିରେ ବୃଦ୍ଧି ହେବ। ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ଘରର ବଡ ଲୋକମାନଙ୍କ ଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ।

କନ୍ୟା-
ଉ- ଫାଲ୍‌ଗୁନୀ- ଦେହପିଡାକୁ ଉପେକ୍ଷା ନ କରି କର୍ମରେ ଲାଗି ରହିବେ। ଅର୍ଥ ଆୟକରିବା ସହିତ ମାନସମ୍ମାନ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଘଟଣା ଗୁଡିକ ଅସ୍ୱାଭାବିକ ଭାବେ ଚିନ୍ତା କରିବେ। ଅପୂରଣୀୟ ଅଭିଳାଶ ନେଇ ଦୁଃଖ ଅନୁଭବ କରିବେ।
ହସ୍ତା- କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଭାବୁଥିବା କଥାକୁ ବନ୍ଧୁଙ୍କ ଆଗରେ କହି ପାରିବେ ନାହିଁ। 
ଚିତ୍ରା- ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ମହିଳାମାନେ ଅନ୍ୟକୁ ସାହାଯ୍ୟ କରିବେ। ନିଜ ପରିସରରେ ଜଣେ ବନ୍ଧୁଙ୍କ ସାହାଯ୍ୟ ପ୍ରତିଶୃତି ଦେବେ। ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସର୍ବ କାର୍ଯ୍ୟରେ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ତୁଳା-
ଚିତ୍ରା- ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ। ନୂତନ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ସେଥିରେ ସଫଳତା ପାଇବେ। ନିଜର କର୍ମ ଦ୍ୱାରା ସମାଜରେ ମାନ ସମ୍ମାନ ମଧ୍ୟ ଅର୍ଜିତ କରିପାରିବେ।
ସ୍ୱାତୀ-ଅଫିସ୍‌ରେ ପଦୋନ୍ନତିର ସୁଯୋଗ ପାଇବେ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ। କୌଣସି ଜରୁରୀ କାମରେ ବାହାରକୁ ଯାତ୍ରା କରିପାରନ୍ତି।
ବିଶାଖା- ସମାଜ ସେବା କରିବାରେ ମନୋଭାବ ପୋଷଣ କରିବେ। ଗୃହ ନିର୍ମାଣ ବା ଯାନବାହନ, ଭୂମି କ୍ରୟ କରି ପାରନ୍ତି। ମହିଳାମାନେ ସୁସ୍ୱାଦ ଭୋଜନ କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ବିଛା-
ବିଶାଖା- ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଅଧିକ ଭାଗ୍ୟଶାଳୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। କର୍ମ କ୍ଷେତ୍ରରେ ଅନ୍ୟମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ।
ଅନୁରାଧା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ। ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ। ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି।
ଜ୍ୟୋଷ୍ଠା- ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି। କ୍ରୀଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ। ନିଜର ଚତୁରତା ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ। 
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୂର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଧନୁ-
ମୂଳା- ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ। ବ୍ୟବସାୟରେ ଭାଗୀଦାରମାନଙ୍କ ସହିତ ଜରୁରୀ ଆଲୋଚନା କରିବେ। ସମ୍ପର୍କୀୟଙ୍କ ସହାୟତାରେ ଆପଣଙ୍କ କାର୍ଯ୍ୟ ପୂରା ହେବ।
ପୂ,ଷାଢା- ରାଜନୈତିକ କ୍ଷେତ୍ରରେ ଶତୃ ଓ ବିରୋଧିମାନେ ଅପଦସ୍ଥ ହେବେ। ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଶାରୀରିକ ପରିଶ୍ରମଜନିତ ପୀଡ଼ା ଅନୁଭବ କରିବେ।
ଉ,ଷାଢା- ସମ୍ପତିକୁ ନେଇ ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ନୂତନ ଯାନବାହନ କ୍ରୟ କରିବାର ସୁଯୋଗ ପାଇବେ। ମହିଳାମାନେ ଖୁସିରେ ସମୟ ଅତିବାହିତ କରିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ଉ, ଷାଢା- ପତିପତ୍ନୀଙ୍କ ମଧ୍ୟରେ ଭଲ ସପଂର୍କ ସୃଷ୍ଟି ହେବ। ଆୟବ୍ୟୟ ସମାନ ପରିମାଣରେ ରହିବ। ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ। 
ଶ୍ରବଣା- ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ। ଚାକିରି ବୃତ୍ତିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ। ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ। କୈାଣସି କାର୍ୟ୍ୟତ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ। ସମ୍ପତ୍ତି ବୃଦ୍ଧି ହୋଇପାରେ। 
ଧନିଷ୍ଠା- ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବେ। କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ। ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କିଛି ନୂଆ ଯୋଜନା କରିବେ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
ଧନିଷ୍ଠା- ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଅପୂରଣୀୟ କାମନାକୁ କର୍ମକ୍ଷମ କରାଇବାରେ ସହାୟ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ। ମାନସିକ ପ୍ରଫୁଲ୍ଲତା ଓ ବିଳାସବ୍ୟସନରେ ଜୀବନ ନିର୍ବାହ କରିବେ।
ଶତଭିଷା- ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। କିଛି ସାହାଯ୍ୟ ମାଧ୍ୟମରେ ଅନ୍ୟମାନଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବେ।
ପୂ,ଭାଦ୍ରପଦ- ନିଜ କ୍ୟାରିୟରରେ ଟିକେ ସତର୍କ ରହିବାକୁ ପଡ଼ିବ। ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଜମଜିମା, ମାଲିମକଦ୍ଦମା, ଯୋଗାଯୋଗ, ସାମ୍ବାଦିକତାରେ ପ୍ରତିଷ୍ଠା ଅର୍ଜନ କରିବେ। 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
ପୂ, ଭାଦ୍ରପଦ- ପ୍ରେମୀ ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ। ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି। ଅଧିକାଂଶ ସମୟ ମନ ଭାରାକ୍ରାନ୍ତ ରହିବା କାରଣରୁ ଯାହା ନ କହିବା କଥା ତାହା କହି ସମସ୍ୟାକୁ ଡାକି ଆଣିବେ। 
ଉ, ଭାଦ୍ରପଦ- ବ୍ୟବସାୟରେ ଭାଗ୍ୟର ସହଯୋଗ  ପାଇବେ। ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ରାଜନୀତିରେ ଦୁଃସାହାସିକ ପଦକ୍ଷପ ନେବେ। ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ରହିବ।
ରେବତୀ- ମହିଳାମାନେ ଅଧିକ ସମୟ ପିଲାଙ୍କ ସହିତ ବିତାଇବେ। ଅନ୍ୟର ଭଲ କରିବାକୁ ଯାଇ ଅପମାନିତ ହେବେ।  ଅନ୍ୟମାନଙ୍କର କଥା ଓ କାର୍ଯ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ। 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।