Daily Horoscope 21th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Oct 21, 2026 - 09:17
Daily Horoscope 21th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ
ଅଶ୍ୱନୀ – କାର୍ଯ୍ୟକ୍ଷେତ୍ରରେ କୁଶଳତାପୂର୍ବକ ନିଜର ଅଭିଳାଷ ପୂରଣ କରିବେ । ବ୍ୟବସାୟରେ ପ୍ରଭାବ ବିସ୍ତାର କରିବେ । ଧର୍ମ ମନୋଭାବ ଦ୍ୱାରା ପରିଜନମାନଙ୍କଠାରେ ପ୍ରିୟଭାଜନ ହେବେ ।
ଦ୍ୱିଜା – ଲେଖାପଢାରେ ଧନ ଅର୍ଜନ କରିବେ । ନିଜର ଭଲ ବ୍ୟବହାର ଦେଖାଇ ସମସ୍ତଙ୍କ ମନ ଜିତିବେ। ପାରିବାରିକ କ୍ଷେତ୍ରରେ ଆଶା ଆଶ୍ୱାସନା ପାଇ କଳ୍ପନାର ମଧୁର ସାଗରରେ ପହଁରି ପାରନ୍ତି । 
କୃତିକା – ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ପରିବହନ ଓ ଶିଳ୍ପରେ ମାନ୍ଦା ହେବାର ଦେଖାଦେଇ ପାରେ । ପୂର୍ବରୁ କରିଥିବା କର୍ମ ପାଇଁ ଦଣ୍ଡ ପାଇପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ 

ବୃଷ-
କୃତିକା- ପାରିବାରିକ  କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ । ନୂତନ କର୍ମ ନିଯୁକ୍ତି ପାଇବାର ରାସ୍ତା ପରିଷ୍କାର ହୋଇଯିବ । ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ ।
ରୋହିଣୀ- ରାଜନୀତି କ୍ଷେତ୍ରରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ବାଧା ଉପୁଜିବ ନାହିଁ । 
ମୃଗଶିରା- ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ । ଯାନବାହାନର ନବୀକରଣ ପାଇଁ ଚିନ୍ତା କରି ପାରନ୍ତି । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର- ମାଛକୁ ମଇଦା ଖାଇବାକୁ ଦିଅନ୍ତୁ

ମିଥୁନ

ମୃଗଶିରା - ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି । ପରିବାରରେ ମତାନ୍ତର ସୃଷ୍ଟି ହୋଇପାରେ । ବ୍ୟବସାୟରେ କ୍ରମଶଃ ଲାଭ ପାଇବେ। ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହୋଇପାରନ୍ତି । 
ଆଦ୍ରା – ଶିକ୍ଷା ଦୃଷ୍ଟିରୁ ପିଲା ମାନଙ୍କୁ ବହୁତ ଭଲ ଫଳ ମିଳିବ। ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସା ଲାଭ କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି ।
ପୁନର୍ବସୁ -  ଭଲ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍ ନୁହେଁ । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରାରେ କମିଯିବ । କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ 

କର୍କଟ-

ପୁନର୍ବସୁ- ସ୍ୱାସ୍ଥ୍ୟ ଭଲରହିବା  ସହ ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ । କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ପୁଷ୍ୟା- ରାଜନେତା ମାନେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଲେ ସମ୍ମାନୀତ ହେବେ । ବିଦ୍ୟରେ ଯଥେଷ୍ଟ ଉନ୍ନତ ଫଳ ପ୍ରାପ୍ତି ହେବ । ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କହୁଥିବା ଶୁଣିବାକୁ ପାଇବେ।
ଅଶ୍ଲେଷା- ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । କ୍ରୋଧକୁ ଦମନ କରି ହସ ଖୁସିର ବାତାବରଣ ସୃଷ୍ଟି କରନ୍ତୁ ।  ଅର୍ଥସଙ୍କଟ ଲାଗି ରହିବାରୁ ସାମାନ୍ୟ ବିଚଳିତ ଅନୁଭବ କରିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କ ସହସ୍ର ନାମ ପାଠ କରନ୍ତୁ

ସିଂହ
ମଘା –ପରିବାରରେ ସୁଖଶାନ୍ତି ଫେରିଆସିବ । ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । 
ପୂ , ଫାଲଗୁନୀ - କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ । ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହୟତା କରିବେ। ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା  ପାଇଁ ସୁଯୋଗ ଆସିପାରେ । 
ଉ ,ଫାଲଗୁନୀ – ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ। ମହିଳା ମାନେ ପାରିବରିକ ସମସ୍ୟା ଭୋଗିବେ ।ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପୂର୍ବ ଜୋରଦାର କରିପାରନ୍ତି । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ କିଛି ଫଳ ଖାଇବାକୁ ଦିଅନ୍ତୁ 

କନ୍ୟା

ଉ,ଫଳଗୁନି- ନ୍ୟାୟମାର୍ଗ ଓ ମିଷ୍ଟ ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଶତୃ ମାନେ ପରାଜିତ ହେବେ । ଘରୋଇ ବ୍ୟବସାୟରେ  ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ପ୍ରେମିକ ପ୍ରେମିକାମାନେ ଗୁପ୍ତ ପ୍ରେମରେ ସଫଳ ହେବେ ।
ହସ୍ତା- ରାଜନେତାମାନେ ନୀରବତା ରକ୍ଷାକରି ପରିସ୍ଥିତି ହାତରେ ନିଜକୁ ସମର୍ପଣ କରିଦେବା ଉତ୍ତମ ହେବ । ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ । ନୂତନ କାର୍ଯ୍ୟ ଆରମ୍ଭ କଲେ କ୍ଷତିରେ ପଡିବେ ।
ଚିତ୍ରା-  ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ । ବନ୍ଧୁମାନଙ୍କ ଅନୁରୋଧକୁ ଉପେକ୍ଷା ନ କରି ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 

ତୁଳା -
ଚିତ୍ରା – ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ। ଦୁର୍ଘଟଣା ଗସ୍ତ ହୋଇପାରନ୍ତି । କାମରେ ଭଲ  ପ୍ରଦର୍ଶନ ପାଇଁ କିଛି ନୂଆ କରିବେ ।
ସ୍ୱାତୀ – ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ନୂତନ ଯୋନଜାକୁ କର‌୍ୟ୍ୟକରୀ କରନ୍ତୁ ନାହିଁ । ଶିକ୍ଷାର୍ଥୀମାନେ କିଛି ପରିମାଣରେ ଶୁଭଫଳ ପାଇବେ। ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । 
ବିଶାଖା – ଚୋରି ହେବା ସମ୍ଭାବନା ରହିଛି । ମହିଳା ମାନେ ପୂରାତନ ରୋଗର ପିଡା ଅନୁଭବ କରିବେ । ଜମି କିଣିବା ବେଳେ ଗୁରୁଜନଙ୍କ ପରାମର୍ଶ ଭଲ ରହିବ। ମଧୁର ବ୍ୟବହାର ପାଇଁ ଅନ୍ୟ ମାନଙ୍କୁ ଆକର୍ଷଣ କରି ପାରିବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-

ବିଶାଖା- ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହିବ ନାହିଁ । ଆକସ୍ମିକ ଭାବେ ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ । ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛିମାତ୍ରାରେ ସାହାଯ୍ୟ କରିପାରେ।    
ଅନୁରାଧା- ରାଜନୀତିରେ ସ୍ୱାର୍ଥରକ୍ଷା ପାଇଁ କଠିନ ପରିଶ୍ରମ କରି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାକୁ ପଡିବ । ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସମର୍ଥ ହେବେ। ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ।

ଜ୍ୟେଷ୍ଠା- ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି ମାନସିକ ଆଘାତ ପାଇପାରନ୍ତି । ସମସ୍ୟାର ସରଳ ସମାଧାନ ସାଙ୍ଗକୁ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ । ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ। 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ 

ଧନୁ

ମୂଳା – ଦାମ୍ପତ୍ୟ କଳହର ଅବସାନ ଘଟିବ । ଅନେକ ଦିନରୁ ବାକି ରହିଥିବା କାମକୁ ଆଜି ସଂପୂର୍ଣ୍ଣ କରିବେ। ଆର୍ଥିକ  କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି । ଅଚାନକ କୈାଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ । 
ପୂ , ଷାଢା – ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଛାତ୍ରଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । ଚାକିରି  କ୍ଷେତ୍ରରେ ମନ ଅସ୍ଥିରତା ରହିବ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ । ବଡ କଂପାନିରେ ଚାକିରି ପାଇଁ ସୁଯୋଗ ଆସିପାରେ । 
ଉ , ଷାଢା – ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ମହିଳା ମାନେ କୌଣସି  ଧର୍ମାନୁଷ୍ଠାନରେ କିଛି ଅଗ୍ରଣୀ ଦାୟିତ୍ୱ ନେଇପାରନ୍ତି । ଅନ୍ୟମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ଲଡୁ ଧର୍ମସ୍ଥାନରେ ଭୋଗ ଲଗାନ୍ତୁ

ମକର-
ଉ,ଷାଢା- ପରିବାର ଲୋକ ଆପଣଙ୍କ ସକରାତ୍ମକ ଭାବନାଠୁ ପ୍ରଭାବିତ ହେବେ ଓ ପ୍ରଶଂସା କରିବେ । ଆପଣ ଆପଣଙ୍କ ପ୍ରେମୀଙ୍କୁ ଦେଇଥିବା କୌଣସି ବଚନ ରଖିପାରିବେନି, ଯେଉଁଥିପାଇଁ ସେ ନାରାଜ ହୋଇ ପାରନ୍ତି ।     
ଶ୍ରବଣା- ବ୍ୟବସାୟରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକି ଟଙ୍କା ମିଳିଯିବ । ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ ।

ରାଜନୀତି କ୍ଷେତ୍ରରେ ହଠାତ୍ କାହାର ଡାକରା ପାଇ ଦୂର ଯାତ୍ରା କରିବାକୁ ବାଧ୍ୟ ହେବେ । 
ଧନିଷ୍ଠା- ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ । ସାମାନ୍ୟ ଚେଷ୍ଟା ଦ୍ୱାରା ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର- ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ 

କୁମ୍ଭ
ଧନିଷ୍ଠା – ବନ୍ଧୁ ମାନଙ୍କ ସହିତ ହସଖୁସିରେ ସମୟ କଟାଇବେ । ସ୍ୱାସ୍ଥ୍ୟ  କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି 
ଶତଭିଷା – କର୍ମ କ୍ଷେତ୍ରରେ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଁଟିବେ । ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ । 
ପୂ , ଭାଦ୍ରପଦ  – ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ ନଚେତ୍ ହଇରାଣ ହୋଇପାରନ୍ତି । ଜମିଜମା କ୍ରୟ କରିବା ପାଇଁ  ଯୋଜନା କରିପାରନ୍ତି ।  ମହିଳାମାନଙ୍କର ଗୁରୁଜନମାନଙ୍କ ସହିତ ମତାନ୍ତର ଘଟିପାରେ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ମୀନ-
ପୂ,ଭାଦ୍ରପଦ- ଆପଣଙ୍କୁ ସେମିତି ବନ୍ଧୁ ମାନଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଋଣ ନିଅନ୍ତି କିନ୍ତୁ ଫେରାନ୍ତି ନାହିଁ । ନିଜର ପିଲାଙ୍କ ପାଇଁ କିଛି ବିଶେଷ ଯୋଜନା କରନ୍ତୁ । ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର ।  
ଉ,ଭାଦ୍ରପଦ- ଉଧାର ଦେଇଥିବା ଟଙ୍କା ମିଳିବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡ଼ିବ। 
ରେବତୀ- ଆପଣ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବେ,  ଜୀବନରେ କିଛି କୌତୁହଳଜନକ କରିବାକୁ ଚେଷ୍ଟା କରିବେ। ଜୀବନରେ ସମ୍ବନ୍ଧ ଏବଂ ସମ୍ପର୍କୀୟଙ୍କ ମୂଲ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ । ମାଲିମୋକଦ୍ଦମାରେ ନିଜ ପକ୍ଷ ସବଳ ହେବ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କଦଳୀ ଗଛ ମୂଳେ ଜଳ ଢାଳନ୍ତୁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।