Daily Horoscope 22 Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିପାରେ । କର୍ମ କ୍ଷେତ୍ର ଉତ୍ସାହଜନକ ରହିବ । ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବହୁତ ଲାଭ ଦାୟକ ରହିବ ।
ଦ୍ୱିଜା- କାରବାରରେ ଆପଣଙ୍କୁ ପ୍ରଚୁର ଲାଭ ହେବ । ପଢାପଢିରେ ଓ ପରୀକ୍ଷାରେ ସଫଳ ମିଳିବ । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଅଜଣା ଶତୃ ଆପଣଙ୍କର କ୍ଷତି କରିପାରନ୍ତି ।
କୃତିକା- ଶିକ୍ଷାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶାଗତ ହୋଇପାରନ୍ତି । କୋର୍ଟ ମାମଲାରେ ଫସି ଅଯଥା ଖର୍ଚ୍ଚ କରିବେ । ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ
ବୃଷ-
କୃତିକା- କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ସାମାଜିକ କ୍ଷେତ୍ରରେ ମାନ୍ୟତା ଅର୍ଜ୍ଜନ କରିବେ । ସାମ୍ବାଦିକମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ରୋହିଣୀ- ଦୂରେଇ ଯାଇଥିବା ବନ୍ଧୁ ପୁଣି ନିକଟବର୍ତ୍ତୀ ହେବେ । ଧର୍ମ କାର୍ଯ୍ୟ ପ୍ରତି ମନବଳାଇବେ । ବିଦ୍ୟାର୍ଥୀଙ୍କୁ ପଢାପଢିରେ ଓ ପରୀକ୍ଷାରେ ସମଫଳ ମିଳିବ ।
ମୃଗଶିରା- ପ୍ରେମିକା, ପ୍ରେମିକମାନଙ୍କ ସମ୍ପର୍କରେ ପରିବର୍ତ୍ତନ ହୋଇପାରେ । ଅନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ପ୍ରିୟତମାଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ । କର୍ମ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦିତ ହେବେ । ନୂତନ କାର୍ଯ୍ୟକୁ ନେଇ ସେଥିରେ କୃତକାର୍ଯ୍ୟ ହେବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
ଆଦ୍ରା- ବ୍ୟବସାୟରେ ଆଶାନୁରୂପକ ଫଳ ପାଇବେ । ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇ ଚିନ୍ତାଗ୍ରସ୍ତ ରହିବେ । ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।
ପୁନର୍ବସୁ- ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ମାଲିମକଦ୍ଦମା କ୍ଷେତ୍ରରେ ଭଲ ଫଳ ପାଇବେ । ମହିଳାମାନେ ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦତ୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ଛୋଟ ଛୋଟ ସମସ୍ୟାକୁ ଅଣ ଦେଖା ନକରିଲେ ଭଲ ହେବ ।
ପୁଷ୍ୟା- ବିଦ୍ୟାର୍ଥୀମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ। ରାଜନୀତିରେ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ହୋଇପାରନ୍ତି।
ଅଶ୍ଲେଷା- ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ଅଲଗା ଅଲଗା ମାଧ୍ୟମରେ ଧନ ଉପାର୍ଜନ କରିବାରେ ସକ୍ଷମ ହେବେ । କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ସିଂହ-
ମଘା- ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ । ବିବାହ ଆଶାୟୀ ଯୁବକ ଯୁବତୀମାନଙ୍କ ପାଇଁ ସ୍ତିରିକୃତ ହୋଇପାରେ । ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବ ।
ପୂ,ଫାଲଗୁନି- କମ୍ ପରିଶ୍ରମ କରି ନିଜର ଉଦ୍ଦେ ଶ୍ୟ ହାସଲ କରିନେବେ । ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ । ଶିକ୍ଷାକ୍ଷେତ୍ରରେ ଉଚ୍ଚକାଂକ୍ଷା ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ
ଉ,ଫାଲଗୁନି- ଜମିବାଡି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । ମହିଳାମାନେ କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣୀ ଦାୟିତ୍ୱ ନେଇ ପାରନ୍ତି । ଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମନ୍ଦିରରେ କଳା ସୋରିଷ ମଞ୍ଜି ଦାନ କରନ୍ତୁ
କନ୍ୟା-
ଉ,ଫଳଗୁନି- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଭାଗିଦାରି ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ବୃଦ୍ଧି ପାଇବ ।
ହସ୍ତା- ରାଜନୀତି କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ । ଗୃହ ନିର୍ମାଣ କରିବାରେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପାଇବେ ।
ଚିତ୍ରା- ମାଲିମକଦ୍ଦମା, ପ୍ରତିଯୋଗିତରେ ସଫଳ ହେବେ । ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ଦାନ ଧର୍ମରେ ଦୀକ୍ଷିତ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବା ସହ ପୂର୍ବ ଶତୃ ମାନେ ପଛ ଘୁଞ୍ଚା ଦେବେ । ଶରୀର ସୁସ୍ଥ ରହିବା ସହ ଯାତ୍ରାରେ ବିଶେଷ ଲାଭବାନ୍ ହେବେ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ ।
ସ୍ୱାତୀ- ପୁରାତନ ରୋଗରୁ ଉପସମ ପାଇବେ । କର୍ମ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ । ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ ।
ବିଶାଖା- ବିଦ୍ୟାର୍ଥୀ ମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ମାଲିମକଦ୍ଦମା ଜୟଯୁକ୍ତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ସୁସ୍ୱାଦ ଖାଦ୍ୟ ଭୋଜନ କରିବେ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ଜୀବନସାଥୀଙ୍କୁ ସୁନ୍ଦର ଉପହାର ଦେବେ।
ଅନୁରାଧା- ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ଖାଦ୍ୟଶସ୍ୟର ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି । ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ।
ଜ୍ୟେଷ୍ଠା- ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଗଢ଼ିବା ଲାଗି ଅନୁଭବୀଙ୍କ ପରାମର୍ଶ ମିଳିବ । ମାଲିମକଦ୍ଦମା, କ୍ରୟବାଣିଜ୍ୟ ସ୍ଥିତି ଅନୁକୂଳ ହୋଇପାରେ। ଆଗାମୀ ସମୟର ଅନାଗତ ସମସ୍ୟା ବିଷୟ ଚିନ୍ତାକରି ମନରେ ସରସତା ଆଗଭଳି ରହିବ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ମୂଳା- ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ବହୁତ ଦିନର ବାକିପଡିଥିବା ଅର୍ଥ ପାଇବା ସହ ଆୟର ମାର୍ଗ ପ୍ରଶସ୍ତ ହେବ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ହୋଇପାରେ ।
ପୂ,ଷାଢା- ସାହିତ୍ୟ, ସଙ୍ଗୀତ ଓ ସୃଜନାଶୀଳତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ । ସନ୍ତାନମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ ଉ,ଷାଢା- କଳା, ସାହିତ୍ୟ , ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । କୈାଣସି ମୂଲ୍ୟବାନ୍ ଉପହାର ପ୍ରାପ୍ତି ହେବେ । ମହିଳାମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ
ମକର-
ଉ,ଷାଢା- ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ପ୍ରେମରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ପୂର୍ବ ଅପେକ୍ଷା ଆୟ ବୃଦ୍ଧି ହେବ।
ଶ୍ରବଣା- ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ । ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ବେପାରରେ ଅଚାନକ ଫାଇଦା ପାଇବେ ।
ଧନିଷ୍ଠା- ବାହନ କିଣିବା ଲାଗି ମନ ବଳିବ । ପ୍ରତିଯୋଗିତାରେ ଖୁବ୍ ଭଲ କରିବେ । ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ରହିବ । ମହିଳାମାନେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ
କୁମ୍ଭ-
ଧନିଷ୍ଠା- ଶାରୀରିକ ସୁସ୍ଥତା ଫେରି ଆସିବା ସହ ବନ୍ଧୁ ପରିଜନଙ୍କ ସ୍ନେହ,ଶ୍ରଦ୍ଧା ପାଇବେ । ବଡ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ । ଆଜି କିଛି ଭଲ ଖବର ମିଳିବ ଯାହାକୁ ନେଇ ପୁରା ଦିନ ମନ ପ୍ରସନ୍ନ ରହିବ ।
ଶତଭିଷା- କର୍ମ କ୍ଷେତ୍ରରେ ଜଣେ ବନ୍ଧୁଙ୍କ କାମରେ ସନ୍ତୁଷ୍ଟ ହୋଇପାରନ୍ତି । ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ।
ପୂ,ଭାଦ୍ରପଦ- ଭୂ- ସମ୍ପତିରେ ଅଧିକ ପଇସା ନିବେଶ କରନ୍ତୁ । ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ଶତୃମାନେ ମଥାନତ କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପରିବାର ସଦସ୍ୟଙ୍କ ସବୁ ଦାୟିତ୍ୱକୁ ପୂରଣ କରିବେ । ଜୀବନ ସାଥୀଙ୍କ ସହିତ ନୂଆ ଜାଗାକୁ ବୁଲିଯିବା ପାଇଁ ଯୋଜନା କରିବେ । ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ରହିବ ।
ଉ,ଭାଦ୍ରପଦ- ଲୋକଙ୍କ ସହିତ ଗପି ଆପଣଙ୍କର ବହୁମୂଲ୍ୟ ସମୟ ଆଜି ବର୍ବାଦ କରନ୍ତୁ ନାହିଁ। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । କାର୍ଯ୍ୟାଳୟରେ ଉତ୍ତମ କାର୍ଯ୍ୟ କରିବା ପାଇଁ ଉପହାର ମିଳି ପାରେ।
ରେବତୀ- ପରିବହନରେ କିଛି ସମସ୍ୟା ଦେଖାଦେବ କିନ୍ତୁ ସେଥିରୁ ସହଜରେ ମୁକୁଳି ଯିବେ । ନୂତନ ଗୃହ ଓ ଜମି କ୍ରୟ କରିବେ । ମହିଳାମାନେ ସ୍ୱାସ୍ଥ୍ୟ ଚିନ୍ତା କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।