Daily Horoscope 26th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Aug 26, 2026 - 09:04
Daily Horoscope 26th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ
ଅଶ୍ୱନୀ – ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । ବ୍ୟାବସାୟୀ ମାନଙ୍କର ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ । ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଲାଗି ରହିପାରେ । 
ଦ୍ୱିଜା – ଛାତ୍ରଛାତ୍ରି ମାନଙ୍କର ମାନସିକ ବିକାଶ ଘଟିବ । ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ । ଆର୍ଥିକ ସଂକଟ ରହିଥିଲେ ମଧ୍ୟ ସରକାରୀ ସ୍ତରରୁ ସାହାଯ୍ୟ ନିଶ୍ଚିତ ପାଇବେ । 
କୃତିକା – ଗୃହ ସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ । ସାମାଜିକ ସଂସାର କାମରେ ସହଯୋଗ କରିବେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ବିବାଦଗ୍ରସ୍ତ ହୋଇପାରନ୍ତି ।  
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ 

ବୃଷ-    
କୃତିକା- କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ରହିବ । ଶାରିରୀକ କ୍ଲେଶ ଦୂର  ହୋଇଯିବ । ସବୁଦିଗରୁ ଆପଣଙ୍କର  ସୁନାମ ଓ ଆୟ ବୃଦ୍ଧି ହୋଇପାରେ । ଦୈନଦିନ ଜୀବନଟି ମୋଟାମୋଟି ଭାବେ ବିତାଇବେ ।      
ରୋହିଣୀ- ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଇବେ । ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରଖିପାରିବେ ନାହିଁ । କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ । ଦୀର୍ଘଦିନର ଆଶା ପୂରଣ ହୋଇପାରେ ।
ମୃଗଶିରା- ହଠାତ କୈାଣସି ଖୁସି ଖବର ପାଇବେ । ଅତ୍ୟଧିକ ଭାବ ପ୍ରବଣ ହୋଇ ଅପଦସ୍ତ ହେବେ । ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଅବହେଳା କରିଥିବା କାର‌୍ୟ୍ୟ ପାଇଁ ଅନୁତାପ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ
ମୃଗଶିରା  - ପରିଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାରେ ଉନ୍ନତମାନର ଫଳପାଇବେ । ଆର୍ଥିକ ସି୍ଥତି ସ୍ୱଚ୍ଛଳ ରହିବ । 
ଆଦ୍ରା -  କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ।  ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରବେ । କର୍ମ କ୍ଷେତ୍ରରେ ଦୃଢ ପଦକ୍ଷେପ ନେଇ ପ୍ରତ୍ୟେକ କାମରେ ସଫଳତା ପାଇବେ । 
ପୁନର୍ବସୁ -  ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । ଆୟନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ ।  ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-
ପୁନର୍ବସୁ- ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ । ଯାତ୍ରା ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ଦେଖାଦେଇପାରେ । ହଜମ ଜନୀତ ସମସ୍ୟା ଦେଖା ଦେଇପାରେ । ବ୍ୟୟ ବୃଦ୍ଧି ଦେଖାଦେଲେ ମଧ୍ୟ ଆୟ ବଜାୟ ରହିବ ।
ପୁଷ୍ୟା- ଗୃହିଣୀ ମାନେ କର୍ତବ୍ୟପରାୟଣ ରହିବେ । ପରୋକ୍ଷ ଷଡଯନ୍ତ୍ର ମନରେ ହତାଶ ଭାବ ଦେଖା ଦେଇପାରେ । ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବେ ।
ଅଶ୍ଳେଷା- ଧୈର୍ଯ୍ୟ ଓ ସହନଶୀଳତା ସମ୍ବଳ କରି ଲକ୍ଷ୍ୟ ସାଧନ ଦିଗରେ ଆଗେଇ ଚାଲିବେ । କର୍ମକ୍ଷେତ୍ରରେ ଓ କୃଷି କ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି । ରାଜନୈତିକ ନେତା ମାନେ ଶାନ୍ତିକାମୀ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ

ସିଂହ
ମଘା –  ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ପାରିବାରିକ ସ୍ତରରୁ ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ସୃଷ୍ଟି ଆଶଙ୍କା ରହିଛି । 
ପୂ , ଫାଲଗୁନୀ -  ରାଜନିତି କ୍ଷେତ୍ରରେ କୈାଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ । ନୂଆ ବ୍ୟବସାୟରେ ପୁଞି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ । ଉପରିସ୍ଥ କର୍ମଚାରୀଙ୍କ ସହ ଆଲୋଚନାଦି ମନ୍ଦ ହେବନାହିଁ । 
ଉ ,ଫାଲଗୁନୀ – ଶତୃମାନେ ପୁନରାୟ ପଛରେ ଲାଗି ଯାଇ ପାରନ୍ତି । ମହିଳା ମାନେ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ । ସମ୍ପର୍କୀୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ 

କନ୍ୟା-
ଉ- ଫାଲ୍‌ଗୁନୀ- ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ । ଜୀବନରେ ନୂଆ  ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ ବଳିଷ୍ଠଙ୍କ ସହିତ କଥା ହେବା ବେଳେ ସଂଯମ ରଖନ୍ତୁ । ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ ।
ହସ୍ତା- କାର୍ଯ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ତଲ୍ଲାସ କରି ପାରନ୍ତି । ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜବୁତ ରହିବ ଠିକ ସମୟରେ  କାମ ଆରମ୍ଭ କରନ୍ତୁ ସଫଳତା ପାଇବେ ।  ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ 
ଚିତ୍ରା- ନୂତନ ଯାନବାହନ କ୍ରୟ କରିବାରେ ଆଗ୍ରହି ହେବେ । ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ସରକାରୀ ସଂସ୍ଥା କାମରେ  ସହଯୋଗ କରି ପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ତୁଳା -
ଚିତ୍ରା – କୈାଣସି କାର୍ଯ୍ୟ ହାତକୁ ନେଲେ ଶେଷ କରିବା ପରେ ଆଶ୍ୱସ୍ଥି ହେବେ ।  ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ।  କାମ ହାସଲ ଲକ୍ଷ୍ୟ ନେଇ ଅନ୍ୟମାନଙ୍କୁ ମନେଇ ନେବେ । 
ସ୍ୱାତୀ – ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତନ ହୋଇପାରେ । ରାଜନୈତିକ କ୍ଷେତ୍ରରେ ଶତୃମାନେ ଦୁର୍ବଳ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । 
ବିଶାଖା – ପୈତୃକ ସମ୍ପତିର ସମସ୍ୟା ସମାଧାନ ହେବ । ସାଧାରଣ ଘଟଣାକୁ ନେଇ ବନ୍ଧୁଙ୍କ ସହ ମନମାଳିନ୍ୟ ଯୋଗୁ ମନ ଉଦାସ ରହିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ      

ବିଛା-
ବିଶାଖା- ଅଧିକ ସମୟ ସମାଲୋଚନାରେ କଟିପାରେ, ଜିଦ୍ ଗୁଣ ପାଇଁ ଅଶାନ୍ତି ବଢିପାରେ । ପ୍ରିୟବ୍ୟକ୍ତଙ୍କ ସହିତ ମିଶିବା ପାଇଁ  ଦିନଟି ଭଲ ରହିବ । ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ । କର୍ତୁପକ୍ଷ ଆପଣଙ୍କୁ କୌଣସି ଦାୟିତ୍ୱ ଦେବେ ।
ଅନୁରାଧା- ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ ।  କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ତହିଁରେ ଲାଭ ମିଳିବ । ବୈବାହିକ ଜୀବନରେ ମଧୁରତା ଆସିବ । ସାଂସୃତିକ ପରିବେଶରେ ଯୋଗ ଦାନ ଦେବେ ।
ଜ୍ୟୋଷ୍ଠା- ଯୁକ୍ତିଯୁକ୍ତ କଥା କହି ପରିସି୍ଥତିକୁ ସୁଧାରି ନେବେ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ । ଇର୍ଷାପରାୟଣ,ଖଳବ୍ୟକ୍ତି ମାନେ ଶତୃତା କରିଲେ ମଧ୍ୟ କ୍ଷତି ଘଟାଇ ପାରିବେ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଧନୁ
ମୂଳା – ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ । ଠିକ୍ କଥା କହିଲେ ମଧ୍ୟ ତାହା ବନ୍ଧୁମାନଙ୍କୁ ଖୁସି କରାଇବା ବଦଳରେ ଓଲଟା ପ୍ରତିକ୍ରିୟା ସୃଷ୍ଟି କରିବ।     
ପୂ , ଷାଢା – ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । କୈାଣସି ନୂଆ କାର‌୍ୟ୍ୟ  ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ ।ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ ଜନିତ ମନସ୍ତାପ କରିପାରନ୍ତି।
ଉ , ଷାଢା – ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ  ସ୍ଥାପନ କରିବେ । ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ ।ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ଭୋଗ ଲଗାନ୍ତୁ 

ମକର
ଉ, ଷାଢା- ଚାକିରୀ ପାଇଁ ନୂଆ ଖବର ଆସିପାରେ । ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ । ପ୍ରେମ ଜୀବନ ମଧୁରମୟ ରହିବ କୈଣସି କାମରେ ଆଶା ଠାରୁ ଅଧିକ ଲାଭ ପାଇବେ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢିବ ।
ଶ୍ରବଣା- ସମାସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ । ବନ୍ଧୁ କଲ୍ୟାଣ ସିଦ୍ଧି ହେବ । ବ୍ୟପାର ବୃର୍ତିରେ ପ୍ରଗତି  ହେବ ଶୃଖଂଳିତ ଭାବରେ କର୍ମ କରି ସଫଳତା ପାଇବେ ।  ସୁନ୍ଦର କଳ୍ପନାରେ ବିଭୋର ରହିବେ ।
ଧନିଷ୍ଠା- କର୍ତୁପକ୍ଷ ଆପଣଙ୍କୁ  କୈାଣସି ବଡ ଦାୟିତ୍ୱ ଦେବେ ମହିଳାଙ୍କ ଭାଗ୍ୟ ଉଜ୍ଜଳ ହେବ । ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ପୂର୍ବ  ବ୍ୟବସାୟ ଚୁକ୍ତି ଆପଣଙ୍କୁ ଅଚାନକ ଲାଭ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ
ଧନିଷ୍ଠା – ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ । ଜୀବନ ସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତା କରିବେ । ଯାହା ଚିନ୍ତା କରୁଥିବେ ତାହାର ଓଲଟା କାମ ମନକୁ ଭାରାକ୍ରାନ୍ତ କରିପାରେ।
ଶତଭିଷା –  ଶ୍ରମିକ ଓ କର୍ମଚାରୀମାନଙ୍କୁ ସଠିକ୍ ପରାମର୍ଶ ଦେଇ ଧନମାନ ଦିଗରୁ ସୁରକ୍ଷିତ ରହିବେ । ଛାତ୍ରଛାତ୍ରୀ ମାନେ ବିଦେଶଯାତ୍ରା କରି ପାରିବେ । ମନ ମୋହିଲା ଭଳି କଥା ଓ ସୁନ୍ଦର ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ।
ପୂ , ଭାଦ୍ରପଦ  – ମାଲିମକଦ୍ଦମାରେ ସଫଳତା ପ୍ରାପ୍ତି ହେବ । ମହିଳା ମାନେ ପିଲାଙ୍କ ଶିକ୍ଷାକୁ ନେଇ ଚିନ୍ତିତ ରହିବେ । ଆପଣଙ୍କର କର୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ  । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ
ପୂ, ଭାଦ୍ରପଦ- ନିସ୍ପଳତା ଓ ନିରାଶ ଭାବ ଦେଖାଦେବ । ବ୍ୟବସାୟରେ ସୈଜନ୍ୟ ହାନି ଘଟିବ । ଯେଉଁ କାର‌୍ୟ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଉ, ଭାଦ୍ରପଦ- ଯାନବାହାନ, ଲାଭ ସାଙ୍ଗକୁ ମନୋରଞନ ଓ ମାଙ୍ଗଳିକ କାମରୁ ଖୁସିରହିବେ । ଅନ୍ୟର ସାହାର‌୍ୟ୍ୟ, ସମର୍ଥନ ଲକ୍ଷହାସଲରେ ସହାୟକ ହୋଇପାରିବ । ଧର୍ମ ଓ ସାଂସୃତିକ କାର‌୍ୟ୍ୟରେ ଅଗ୍ରଣି ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ ।
ରେବତୀ- ସମ୍ପର୍କୀୟ ଜଣେ ବନ୍ଧୁଙ୍କ ପ୍ରତିଶୃତି ଯାହାକି ଆପଣଙ୍କ କାମରେ ଆସିବ ଉପରିସ୍ଥ ଅଫିସର ମାନଙ୍କର ଚାପ ବୃଦ୍ଧି ପାଇବ । କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।