Daily Horoscope 27th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ- ଅଶ୍ୱନୀ- ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ ।
ବ୍ୟବସାୟ ସହିତ ଜଡିତ ଲୋକମାନେ ଲାଭରେ ରହିବେ ।
ରୋଜଗାରକ୍ଷମ ବ୍ୟକ୍ତିଙ୍କ ପାଇଁ ନୂତନ ଆୟର ଉତ୍ସ ସୃଷ୍ଟି ହେବ ।
ଦ୍ୱିଜା- ରାଜନୀତିରେ ଆପଣଙ୍କୁ ଏକ ନୂତନ ଦଳ ସହିତ କାମ କରିବାକୁ ପଡିପାରେ ।
ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି ।
ଦୀର୍ଘ ଦିନ ଧରି ଅଫିସ ରେ ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିପାରିବେ ।
କୃତିକା- ଆନିଷ୍ଠାନିକ କାମରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି ।
ଯାତ୍ରା ସମୟରେ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ ।
ରାଜନୀତି, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ Advertisment ବୃଷ- କୃତିକା- କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ।
ପିଲାମାନଙ୍କ କାର୍ଯ୍ୟକଳାପ ପାଇଁ ଅସନ୍ତୋଷ ସୃଷ୍ଟି କରିବ।
ଆପଣ ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହେବ।
ରୋହିଣୀ- ନୂତନ ବ୍ୟବସାୟ ଆରମ୍ଭ କରିି ମାତ୍ର ମୂଳଧନ ବିନିଯୋଗରେ ସାମାନ୍ୟ ଲାଭ ଦେଖାଦେବ ।
ରାଜନୀତି କ୍ଷେତ୍ରରେ ସମସ୍ୟା ସୁଧାର ନେବି ।
ଅନ୍ୟ ମନସ୍କ ହେତୁ ପାଠପଢାରେ ମନ ଲାଗିବ ନାହିଁ ।
ମୃଗଶିରା- ଶତୃକୁ ଶରଣାଗତ କରାଇପାରନ୍ତି ।
ମହିଳାମାନେ ଉଦାର ସ୍ୱଭାବ ରହିବେ ।
ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ ।
ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ ମିଥୁନ- ମୃଗଶିରା- ଦାମ୍ପତ୍ୟ ଜୀବନରେ ବିବାଦ ସୃଷ୍ଟି ହୋଇପାରେ ।
ବ୍ୟବସାୟରେ ଲାଭ ପାଇବେ ।
ଆର୍ଥିକ ସମସ୍ୟାକୁ ଏଡାଇବା ପାଇଁ ଖର୍ଚ୍ଚ କମ୍ କରନ୍ତୁ ।
ପରିବାର ସଦସ୍ୟଙ୍କ କାର୍ଯ୍ୟ କଳାପକୁ ନେଇ କ୍ରୋଧିତ ହୋଇପାରନ୍ତି ।
ଆଦ୍ରା- ଉଚ୍ଚସମ୍ମାନ ସହ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ ।
ଈର୍ଷା ପରାୟଣ ବ୍ୟକ୍ତିମାନେ ଦୂରେଇଯିବେ ।
ହସଖୁସୀରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ।
ପୁନର୍ବସୁ- ପ୍ରେମ ସମ୍ପର୍କ ଦୃଷ୍ଟି କୋଣରୁ ସମୟ ଅନୁକୂଳ ରହିବ ।
ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ ।
ଜମି ସମ୍ବନ୍ଧୀୟ ବିବାଦକୁ କୋର୍ଟ କୁ ନେବା ପରିବର୍ତେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ Advertisment କର୍କଟ- ପୁନର୍ବସୁ- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ।
ଦାମ୍ପତ୍ୟ ଜୀବନରେ କିଛିଟା ବ୍ୟତିକ୍ରମ ଦେଖା ଦେଇପାରେ ।
ପୁଷ୍ୟା- ବାଣିଜ୍ୟ କାରବାରରେ ଉତ୍ସାହ ଉଦ୍ଦିପନା ଯୁକ୍ତ ହେବ ।
ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ ।
ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭ ପାଇବେ ।
ଅଶ୍ଲେଷା- ଶିକ୍ଷା କ୍ଷେତ୍ରରେ ପରିଣାମ ଅନୁକୂଳ ହେବା ଫଳରେ ବିଦ୍ୟାରେ ଉନ୍ନତି କରିବେ ।
ପରହାତରେ ଥିବା ଧନ ସହଜରେ ପ୍ରାପ୍ତ ହେବ ।
ମହିଳା ମାନଙ୍କୁ କୈାଣସି ବ୍ୟକ୍ତିଙ୍କ ସହାୟତା ମିଳିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ ସିଂହ- ମଘା- ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁ ମିତ୍ରଙ୍କ ଦ୍ୱାରା ଲାଭବାନ ହେବେ ।
କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇ ଉତମ ରୋଜଗାର କରିପାରିବେ ।
ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ ।
ପୂ,ଫାଲଗୁନି- ଅର୍ଥନୈତିକ ପ୍ରଗତି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧିରେ ସହାୟକ ହେବ ।
ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ।
ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ ।
ଉ,ଫାଲଗୁନି- ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ ।
ପ୍ରେମୀଯୁଗଳ ମାନେ ନିଜ ମନର କଥା ଖୋଲା ହୃଦୟରେ କଥା ହୋଇପାରିବେ ।
ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟିତ ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ କନ୍ୟା- ଉ,ଫଳଗୁନି- ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟ ଉତ୍ସାହପୂର୍ଣ୍ଣ ହେବ ।
କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ ।
କାର୍ୟ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବ ।
ହସ୍ତା- ଛାତ୍ରଛାତ୍ରି ମାନେ ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ ।
ମହିଳା ମାନେ ମାନସିକ ଶାନ୍ତି ପାଇବେ ।
ସାଧାରଣ ଘଟଣାକୁ ନେଇ ବନ୍ଧୁଙ୍କ ସହ ମନମାଳିନ୍ୟ ଯୋଗୁ ମନ ଉଦାସ ରହିବ ।
ଚିତ୍ରା- ଶିକ୍ଷାକ୍ଷେତ୍ରରେ ଆଶାଜନକ ଭାବେ ଫଳ ପାଇବେ ।
ଜେଲରୁ ଜାମିନ୍ ମିଳିପାରେ ।
ଆଶାଜନକ ଦିଗରୁ ଅର୍ଥାଗମରେ ସୁବିଧା ଘଟିପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ ତୁଳା- ଚିତ୍ରା- ବ୍ୟବସାୟ କ୍ଷେତ୍ରରେ ପୁରୁଣା ପ୍ରାପ୍ୟ କିଛି ଆଦାୟ ହୋଇ ନାନା ପ୍ରକାର ସୁବିଧା ସୁଯୋଗ ମିଳିବ ।
ଆୟର ନୂତନ ଉତ୍ସ ସୃଷ୍ଟି ହୋଇପାରେ ।
କର୍ମ କ୍ଷେତ୍ରରେ ଆପଣଙ୍କ କାମକୁ ଖରାପ କରିବାର ସମ୍ଭାବନା ଅଛି ।
ସ୍ୱାତୀ- ଅଫିସ୍ କାମରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
ନିଜଦୋଷରୁ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ହୋଇପାରେ।
ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବେ।
ବିଶାଖା- ଅଜଣା ବ୍ୟକ୍ତି ଙ୍କ ଦ୍ୱାରା ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।
ନିଜର କୌଣସି ବ୍ୟକ୍ତିଗତ କାମ ହାସଲ ପାଇଁ ପର ଉପରେ ନିର୍ଭର କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ ବିଛା- ବିଶାଖା- ବାହାରେ ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ ।
ଜୀବନ ସାଥିଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ ।
କର୍ମ କ୍ଷେତ୍ରରେ ପରିଶ୍ରମ ଓ ମେହନତର ପରିମାଣ ମିଳିବ ।
ଅନୁରାଧା- ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ ।
ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶକ୍ରମେ ଆଜିର କାମ ଗୁଡିକୁ ସବୁ ଠିକ୍ଠିକ୍ ହୋଇଯିବ ।
ନୂତନ କାର୍ଯ୍ୟ ଆରମ୍ଭ କରି, ତାହା ଶେଷ କରିବାରେ ସମର୍ଥ ହେବେ ଜ୍ୟେଷ୍ଠା- ଦୁର୍ଘଟଣାର ବିଶେଷ ଭୟ ନାହିଁ, ତଥାପି ସାବଧାନ ରୁହନ୍ତୁ ।
ସରକାରୀ କ୍ଷେତ୍ରରେ ମନୋନୀତ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ ।
ଟଙ୍କା କାରବାରକୁ ନେଇ ଅନେକ ସୁବିଧା ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ ଧନୁ- ମୂଳା- ବାରମ୍ବାର ପରିବାରରେ ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ ।
କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ।
ପୂ,ଷାଢା- ଅଫିସରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।
ବନ୍ଧୁଙ୍କ ମାଧ୍ୟମରେ ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ ।
ଉ,ଷାଢା- ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପ୍ରର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ମାନସିକ ଶାନ୍ତି ମିଳିବ ।
ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।
ଘରୁ କୌଣସି ଭୁଲ୍ ଖବର ଶୁଣି ବିବ୍ରତ ହୋଇପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଲଗାନ୍ତୁ ମକର- ଉ,ଷାଢା- ପାରିବାରିକ ଜୀବନରେ ଆବଶ୍ୟକ ସ୍ଥଳେ ଛଳନାର ଆଶ୍ରୟ ନେଇ ,ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ ।
ଅନ୍ୟମାନେ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି କିନ୍ତୁ ଠିକ୍ ସିଦ୍ଧାନ୍ତ ଯୋଗୁ କାର୍ଯ୍ୟ ଉତମ ହେବ ।
ଶ୍ରବଣା- ଚାକିରି କ୍ଷେତ୍ରରେ ଭଲ କାମ କରି ପ୍ରଶଂସାର ପାତ୍ର ହେବେ ।
ରାଜନୀତି କ୍ଷେତ୍ରରେ ପ୍ରଚୁର ଖଟଣି ଖଟି ଖଟି ନିଜର ଭାବ ମୂର୍ତିକୁ ବଜାୟ ରଖିବେ ।
ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ସହ ମନ ଖୁସି ରହିବ ।
ଧନିଷ୍ଠା- ଶତୃ ମାନଙ୍କ ଚକ୍ରାନ୍ତ ଓ କାର୍ଯ୍ୟ କଳାପ ଆପଣଙ୍କୁ ଦୁଃଖି କରିପାରେ ।
ବାଦବିବାଦ ସୃଷ୍ଟି ହୋଇ ପରେ ସମାଧାନ ହୋଇଯିବ ।
ମହିଳା ମାନଙ୍କୁ ନୂଆ ଚାକିରିର ସୁଯୋଗ ମିଳିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ କୁମ୍ଭ- ଧନିଷ୍ଠା- ଖୋଜୁଥିବା ଜିନିଷର ସନ୍ଧାନ ମିଳିବ ।
ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ।
ପ୍ରତ୍ୟେକ କ୍ଷେତ୍ରରେ ନିରବତାକୁ ପ୍ରାଧାନ୍ୟ ଦେବେ ।
ସ୍ୱାସ୍ଥ୍ୟ ଜନିତ ସମସ୍ୟା କମି କମି ଆସିବ ।
ଶତଭିଷା- ସାମାଜିକ ସ୍ତରରେ ଜନହିତକର କାର୍ଯ୍ୟରେ ନିଜକୁ ଲିପ୍ତ ରଖିବେ ।
ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ରହିଛି ।
ଆନୁଷ୍ଠାନିକ କାମରେ କେତେକ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି ।
ପୂ,ଭାଦ୍ରପଦ- ସ୍ୱାର୍ଥ ହାନି ଆଶଙ୍କାରେ ଆତ୍ମୀୟ ସ୍ୱଜନ ଦୂରେଇ ଯାଇପାରନ୍ତି ।
ଯାହା ଆଶା କରୁଥିଲେ ତାହା ଆଜି ବିଳମ୍ବରେ ପାଇବେ ।
ଅନ୍ୟର ଅସୁବିଧା ଦୂର ପାଇଁ ନିଜକୁ କଷ୍ଟ ସ୍ୱୀକାର କରିବାକୁ ପଡିପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ ମୀନ - ପୂ,ଭାଦ୍ରପଦ- ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ।
ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ବନ୍ଧୁ ମିତ୍ରଙ୍କ ସହ ହସ ଖୁସିର ବାତାବରଣ ସୃଷ୍ଟି ହେବ ।
ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବା ପାଇଁ ମନ ଲଗାଇ କାର୍ଯ୍ୟ କରିବେ ।
ଉ,ଭାଦ୍ରପଦ- ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବା ଦ୍ୱାରା ବହୁତ ଲାଭ ମିଳିବ ଓ ଧନ ପ୍ରାପ୍ତି ହେବ ।
ଚାକିରି କ୍ଷେତ୍ରରେ ସୁନାମ ବୃଦ୍ଧି ଘଟିବ ।
ରାଜନୈତିକ କ୍ଷେତ୍ରରେ ବାଦବିବାଦ ଠାରୁ ଦୂରେଇ ରହିବେ ।
ରେବତୀ- କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସହିତ ମତାନ୍ତର ଫଳରେ ସେମାନେ ଆପଣଙ୍କୁ ବିରୁଦ୍ଧାଚରଣ କରିବେ ।
ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢିପାରିବେ ।
ମହିଳା ମାନଙ୍କର କାହା ସହିତ ତାଳମେଳ ରହିବ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।