Daily Horoscope 28th Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ପ୍ରେମିକକୁ ବିବାହ ପାଇଁ ପ୍ରସ୍ତାବ ଦେଇ ପାରନ୍ତି । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଚେଷ୍ଟା କରିବେ । କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ।
ଦ୍ୱିଜା- ପୁରୁଣା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବ । ଚଳଚିତ୍ର, ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅଧିକ ଲାଭବାନ୍ ହେବେ।
କୃତିକା- ମାଲିମକନ୍ଦମାରେ ଚିନ୍ତାଗ୍ରସ୍ତ ରହିବେ । ମହିଳାମାନେ ନକରାତ୍ମକ ଚିନ୍ତାଧାରା ମନକୁ ସୃଷ୍ଟି ହେବ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ପେଡା ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ
ବୃଷ-
କୃତିକା- ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ବ୍ୟବସାୟରେ ସମସ୍ୟା ସତ୍ତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ଭାଇ-ଭଉଣୀଙ୍କ ଭିତରେ ସଂପର୍କ ଭଲ ରହିବ ।
ରୋହିଣୀ- ରାଜନୀତିରେ ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ । ସଭା ସମିତି ପ୍ରଭୃତିରୁ ଆଶ୍ୱସ୍ଥି ଲାଭ କରିବେ । ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଭଲ ସମୟ ଆସିପାରେ।
ମୃଗଶିରା- ଶିକ୍ଷାର୍ଥିମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡୀଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ସ୍ୱାସ୍ଥ୍ୟ କ୍ଷେତ୍ରରେ ହାଡ ଜନିତ ସମସ୍ୟା ଦେଖାଦେଇପାରେ। କର୍ମ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ । ଜୀବନ ସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବେ
ଆଦ୍ରା- ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ସାମ୍ବାଦିକମାନେ ଶୁଭ ସଂବାଦ ପାଇ ଉତ୍ସାହିତ ହେବେ । ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚକରି ଦୁଃଖିତ ରହିବେ । ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେବ।
ପୁନର୍ବସୁ- ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ । ପୈାତିକ ସମ୍ପତ୍ତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭବାନ୍ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଗୋଟାମୁଗ କୈାଣସି ଗ୍ରହବିପ୍ରଙ୍କୁ ଦାନ କରନ୍ତୁ
କର୍କଟ-
ପୁନର୍ବସୁ- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରୀରିକ ପିଡା ଅପେକ୍ଷା କୃତ କମ ରହିବ । ନିକଟ ସମ୍ପର୍କୀୟଙ୍କ ଠାରୁ ସାହାଯ୍ୟ ପାଇ ଖୁସି ହେବେ
ପୁଷ୍ୟା- ଗୋଡରେ କିଛି ସମସ୍ୟା ଦେଖାଦେବ । ବନ୍ଧୁ ମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖାଦେଇ ପାରେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି ।
ଅଶ୍ଲେଷା- ବିଦ୍ୟାର୍ଥୀମାନଙ୍କୁ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି । ବିବାହିତ ସମ୍ବନ୍ଧୀୟ କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ । ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ମଘା- ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ଯେକୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର୍ଯ୍ୟ କରିପାରିବେ । ବ୍ୟବସାୟ ପଥ ସୁଗମ ହେବ, ଆୟ ଅବ୍ୟହତ ହେବ । ଚାକିରି କ୍ଷେତ୍ରରେ ବୃଦ୍ଧି ବିଦ୍ୟାର ଉତମ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ।
ପୂ,ଫାଲଗୁନି- ପରିବାର ସଦସ୍ୟଙ୍କ ସହିତ ଏକ ତୀର୍ଥ ସ୍ଥାନକୁ ବୁଲିବା ପାଇଁ ଯିବେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ। ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ଚାକିରିରେ ଅପଦସ୍ତ ହୋଇପାରନ୍ତି।
ଉ,ଫାଲଗୁନି- ପରହାତରେ ଥିବା ଧନ ସହଜରେ ପ୍ରାପ୍ତ ହେବ । ମହିଳାମାନଙ୍କୁ କୈାଣସି ବ୍ୟକ୍ତିଙ୍କ ସହୟତା ମିଳିବ । ନୂତନ ଯାନ ବାହନ କ୍ରୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ବିଷ୍ଣୁଙ୍କର ପୂଜା କରନ୍ତୁ
କନ୍ୟା-
ଉ,ଫାଲଗୁନି- ବେପାର ବୃତ୍ତିରେ ସଫଳତା ହାସଲ କରିବେ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ । ରାଜନୀତିରେ କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି
ହସ୍ତା- କ୍ଷମତାଶାଳୀ ହେବାର ସୁଯୋଗ ଆସିବ । ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ଅପ୍ରତ୍ୟାଶିତ ସମ୍ପତି ମିଳିବାର ସୂଚନା ଅଛି । ପାରିବାରିକ ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ।
ଚିତ୍ରା- କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରନ୍ତି । ଗୃହିଣୀମାନେ ଗୃହ ଉପକରଣ ସଂଗ୍ରହ କରି ପାରନ୍ତି । ସଭା ସମିତି ପ୍ରଭୁତିରୁ ଆଶ୍ଵସ୍ଥି ଲାଭ କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା-
ଚିତ୍ରା- ଶାରୀରିକ କ୍ଲାନ୍ତି ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କତା ହୋଇ ଚଳିବା ଉଚିତ୍ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ।
ସ୍ୱାତୀ- ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ପରିବାରରେ ନୂତନ ସଦର୍ଶଙ୍କର ଆଗମନ ହୋଇପାରେ।
ବିଶାଖା- ଶତୃକୁ ଶରଣାଗତ କରାଇପାରନ୍ତି । ମହିଳାମାନେ ଉଦାର ସ୍ୱଭାବ ରହିବେ । ଉତ୍ତରାଧିକାରୀ ସୂତ୍ରରେ କୈାଣସି ସମ୍ପତିର ମାଲିକାନା ପାଇପାରନ୍ତି । ଖେଳ କୁଦରେ ଖୁସି ରହିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- କୈାଣସି ଅସାହାୟ ବା ଗରିବ ସ୍ତ୍ରୀ ଲୋକଙ୍କୁ ସାହାଯ୍ୟ କରନ୍ତୁ
ବିଛା-
ବିଶାଖା- ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚ ପଦବୀ ପାଇବାରେ ସଫଳ ହେବେ।
ଅନୁରାଧା- ପୁରାତନ ରୋଗରୁ ଉପସମ ପାଇବେ । ବ୍ୟବସାୟରେ ପରିଶ୍ରମରୁ ସୁଫଳ ନପାଇ ପାରନ୍ତି । ପଢାରେ ଅଧିକ ସମୟ ବିତାଇବେ । ଜୀବନରେ ଉନ୍ନତି ସୂଚିତ ହେବ
ଜ୍ୟେଷ୍ଠା- ରାଜନୀତି କ୍ଷେତ୍ରରେ କୈାଶଳପୂର୍ଣ୍ଣ କାର୍ଯ୍ୟ କରିବେ । ନିଜର ଧନ ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ । ନୂଆ ଗୃହ ନିର୍ମାଣ କରିବାର ସୁଯୋଗ ଆସିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଦୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ମୂଳା-ସୁସ୍ଥ ମାନସିକତା ରକ୍ଷା କରିବେ । ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ଲାଭ କରିପାରନ୍ତି । ଚିନ୍ତା ମୁକ୍ତ ରହିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ
ପୂ,ଷାଢା- କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ। ସଘର୍ଷ କରି ବିଜୟ ଲାଭ ପାଇବେ।
ଉ,ଷାଢା- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ ହରିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ । ବ୍ୟବସାୟରେ ଆଶାତୀତ ଲାଭକରି ଖୁସି ହେବେ । ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର,ସମ୍ମାନ ଓ ପ୍ରଶଂସା ପାଇବେ ।
ଶ୍ରବଣା- ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।
ଧନିଷ୍ଠା- ସାମାଜିକ ସ୍ତରରେ ସମ୍ବର୍ଦ୍ଧିତ ହୋଇପାରନ୍ତି । ପ୍ରଶାସନ, ଆଇନ, କଳା, ସାହିତ୍ୟରେ ଉନ୍ନତି କରିବେ । ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳୀଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ-
ଧନିଷ୍ଠା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ପଦକ୍ଷପ ନେବେ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ ।
ଶତଭିଷା- କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ପରିବାରରେ କିପରି ତିକ୍ତତା ନ ଆସେ ସେଥି ଉପରେ ନଜର ରଖିବା ଆବଶ୍ୟକ । ସାମାଜିକ ସହଯୋଗ ଲାଭ କରିବେ । ପିଲାମାନେ ଅସୁସ୍ଥତା ବଶତଃ କର୍ତ୍ତବ୍ୟରେ ତ୍ରୁଟି କରିପାରନ୍ତି।
ପୂ,ଭାଦ୍ରପଦ-ନିଜ ପାଇଁ କିଛି ବାସୋପଯୋଗୀ ଭୂମି ବା ଘର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ମହିଳାମାନଙ୍କର ପାରିବାରିକ ଜୀବନ ଆନନ୍ଦରେ କଟିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ସାମାଜିକ କାର୍ଯ୍ୟରେ ରତ ହେଲେ ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାର୍ଶୀବାଦ ପ୍ରାପ୍ତ ହେବ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ଯିବେ ।
ଉ,ଭାଦ୍ରପଦ- ଅଫିସ୍ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ଭାଷଣ ବାଜିରେ କ୍ରୋଧକୁ ଆୟତ୍ତ କରିବା ଉଚିତ୍ । ଛାତ୍ରଛାତ୍ରୀ ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ।
ରେବତୀ- ପୈତୃକ ସମ୍ପତ୍ତି ପାଇଁ ଲାଗିରହିଥିବା ସମସ୍ୟାରୁ ମୁକ୍ତ ହେବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ । ସାମ୍ବାଦିକମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।