Daily Horoscope 5th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Oct 05, 2026 - 08:09
Daily Horoscope 5th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ-ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ବଢିବ । ଅର୍ଥନୈତିକ କାରବାର ଦିଗରେ ସଫଳ ଲାଭ କରିବେ । ପ୍ରେମିକ ପ୍ରେମିକା ମାନଙ୍କ ପାଇଁ ଭଲ ସମୟ ଚାଲିଛି । 
ଦ୍ୱିଜା-    ଆପଣ ଯେତେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବିଭିନ୍ନ ସମସ୍ୟା ନେଇ ମନରେ ସବୁବେଳେ ଟେନ୍‌ସନ ଲାଗି ରହିବ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
କୃତିକା- ସଙ୍ଗୀତଜ୍ଞମାନେ ଭଲ ପ୍ରଦର୍ଶନ କରିବେ । ଶତ୍ରୁଙ୍କୁ ପରାସ୍ତ କରିବା ଲାଗି ଚେଷ୍ଟା କରିବେ । ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ଆଶଙ୍କା ଦେଖାଦେବ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- କୈାଣସି ଛୋଟା ଲୋକଙ୍କୁ କିଛି ସାହାର୍ଯ୍ୟ କରନ୍ତୁ    

ବୃଷ
କୃତିକା  - ପାରିବାରିକ ଜୀବନ ଦୁଃଖ-ସୁଖ ଲାଗି ରହିବ ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ଚାକିରିରେ ସ୍ଥାନନାଶ ଯୋଗ ରହଛି ।  ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।
ରୋହିଣୀ – ଚାକିରି କ୍ଷେତ୍ରରେ ନିଜର ତୀକ୍ଷ୍ମ ବୁଦ୍ଧିମତାର ପରିଚୟ ଦେବେ । ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ କ୍ଷ ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ମୃଗଶିରା – ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ କ୍ଷ ମହିଳା ମାନେ କଠିନ ପରିଶ୍ରମ କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ମୃଗଶିରା-ଆର୍ଥିକ ସମସ୍ୟାରେ ସଫଳତା ମିଳିବ କିନ୍ତୁ ସନ୍ତୁଷ୍ଟ ହେବେ ନାହିଁ । କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟ ବିଫଳ ହେବ । ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବେ ।
ଆଦ୍ରା- କାର୍ଯ୍ୟରେ ସ୍ଥିରତା ଯୋଗେ ମିତ୍ର ଭାଇ ବନ୍ଧୁମାନେ ସହଯୋଗ କରିବେ । ଭାଗୀଦାରୀରେ ହୋଇଥିବା କ୍ଷତିରୁ ବଞ୍ଚଯିବେ । ରାଜନୀତି ଓ କ୍ରୀଡା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ ।
ପୁନର୍ବସୁ- କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଟେନ୍‌ସନ ବୃଦ୍ଧି ପାଇପାରେ । ଯାନ ଚଳାଇବା ବେଳେ ଫୋନର ବ୍ୟବହାର କରନ୍ତୁ ନାହିଁ । ରାସ୍ତାରେ କୌଣସି ସାହାର୍ଯ୍ୟ କାରୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ
ପୁନର୍ବସୁ -  ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ  ଦିଅନ୍ତୁ ।  ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ । ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ । ସଭାସମିତିରେ ସମ୍ମାନ ପ୍ରାପ୍ତି ଘଟିବ
ପୁଷ୍ୟା –  ସବୁକାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ କରିବେ । ଚାକିରି ସମ୍ବନ୍ଧୀୟ ଭଲ ଖବର ମିଳିପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ । ମାଲିମକଦ୍ଦମାରେ ପଡି ଖର୍ଚ୍ଚାନ୍ତ ହୋଇପାରନ୍ତି ।
ଅଶ୍ଳେଷା -  ସପରିବାର ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରି ପାରନ୍ତି । କୋର୍ଟ କଚେରୀରେ ଶୁଭ ଫଳ ମିଳିବ । ବ୍ୟବସାୟରେ ଦ୍ୱିଗୁଣ ଲାଭ ପାଇବେ । କ୍ୟାରିୟରେ ନୂଆ କିର୍ତୀ ମାନ ସ୍ଥାପନ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ-
ମଘା- ନୂତନ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଅଧିକ ଉନ୍ନତି କରିବେ । କର୍ମଜୀବି ମାନେ ସମସ୍ତ କର୍ମରେ ଅତ୍ୟଧିକ ସଫଳତା ପାଇବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ ।  
ପୂ,ଫାଲଗୁନି- ମାନସିକ ସ୍ଥିତି ବିଶେଷ ଭଲ ରହିବନାହିଁ । ପରିବହନ, ଆଲୋଚନା କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାର ପ୍ରଯତ୍ନ କଲେ ଉପକୃତ ହେବେ ।
ଉ,ଫାଲଗୁନି- ନୂତନ  ଜମିବାଡି ଓ ଯାନବାହନ କିଣିବାର ସୁଯୋଗ ପାଇପାରନ୍ତି । କୋର୍ଟ କଚେରୀରେ ଅଧିକ ଖର୍ଚ୍ଚାନ୍ତ ହେବେ । ନିଜ ପାଇଁ ସମୟ ମିଳିପାରିବ ନାହିଁ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ଘରର ବଡ ଲୋକ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ

କନ୍ୟା
ଉ , ଫାଲଗୁନୀ – ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ ।
ହସ୍ତା – କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରେଇବା ଭଲ କ୍ଷ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନୀତ କରିବେ । ପଢାପଢିରେ ସମ୍ପୂର୍ଣ୍ଣ ଅବହେଳା ଘଟିବ ଓ ପଛେଇଯିବ ।
ଚିତ୍ରା – ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ । ମହିଳା ମାନେ ପୂଜାପାଠରେ ମନ ଲଗାଇବେ। ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ଜମି ଦଲାଲ୍‌ଙ୍କୁ ଯଥେଷ୍ଟ ଲାଭ ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସକାଳୁ  କୁକୁର, କାଉକୁ ଖାଇବାକୁ ଦିଅନ୍ତୁ    

ତୁଳା-
ଚିତ୍ରା- କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରିୟଭାଜନ ହେବେ । ଦାମ୍ପତ୍ୟ ସୁଖରେ ସନ୍ତୋଷ ରହିବେ ।
ସ୍ୱାତୀ- ସାମାଜିକ ପରିସର ବୃଦ୍ଧି ପାଇବ । ସଙ୍ଗିତ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ । ଜୀବନ ସାଥୀଙ୍କ  ସହିତ ପୂର୍ବ କଥାକୁ ନେଇ ମନୋମାଳିନ୍ୟ ହେବେ ।
ବିଶାଖା- ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଧର୍ମ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ କମଳାଙ୍କର  ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ 

ବିଛା
ବିଶାଖା – ସାହସର ସହିତ କାମ କରନ୍ତୁ ସଫଳତା ପାଇବେ । ଶାରିରୀକ ଦୁର୍ବଳତା ଦେଖାଦେବ । ମିତ୍ର ବନ୍ଧୁ ମାନଙ୍କ ପରିସର ବୃଦ୍ଧି ପାଇବ ।
ଅନୁରାଧା – ବନ୍ଧୁ ମାନଙ୍କ ସହିତ ପୂର୍ବ ମାମଲା ସମାଧାନ କରିବେ । ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ ।
ଜ୍ୟେଷ୍ଠା  –  ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ । ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ମୂଳା- ସୁନ୍ଦର କଳ୍ପନାରେ ବିଭୋର ହେବେ । ଅନ୍ୟ ମାନଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିପାରନ୍ତି ।
ପୂ,ଷାଢା-ଅନ୍ୟମନସ୍କ ରହି ବିଭିନ୍ନ ସମସ୍ୟାକୁ ଡାକି ଆଣି ପାରନ୍ତି । କୌଣସି ହୃଦୟବାନ୍ ବ୍ୟକ୍ତିଙ୍କ ସହାୟତାରରୁ କାର୍ଯ୍ୟ ସିଦ୍ଧି ହେତୁ ମନ ପ୍ରଫୁଲ୍ଲିତ ରହିବ । କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।
ଉ,ଷାଢା- ବନ୍ଧୁଙ୍କ ଦ୍ୱାରା ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ସମ୍ପତି ଓ ଯାନବାହାନ କ୍ରୟବିକ୍ରୟ କରିପାରନ୍ତି । ସଞ୍ଚୟ କମ୍ ଓ ଖର୍ଚ୍ଚ ଅଧିକ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର
ଉ , ଷାଢା -  ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ପ୍ରେମ ସଂପର୍କ ମଜବୁତ୍ ରହିବ । 
ଶ୍ରବଣା – ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ ।ଚାକିରି କ୍ଷେତ୍ରରେ ଆପଣଙ୍କ ଭଲ କାମ ଦେଖି ସହକର୍ମୀ ମାନେ ଇର୍ଷାପରାୟଣ ହେବେ । ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
ଧନିଷ୍ଠା – ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଅଭିଳାଷା ପୂରଣ ହେବ । ଜମିଜମା କିଣିବାର ସୁଯୋଗ ରହିଛି । ନିଜ ଜିନିଷ କେଉଁଠି ରଖି ପାସୋରି ଯିବେ । ମହିଳା ମାନେ ଧର୍ମପରାୟଣ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଧନିଷ୍ଠା- କର୍ମ ଜୀବି ମାନଙ୍କ ପାଇଁ କର୍ମ କ୍ଷେତ୍ରରେ ଉଚ୍ଚ ପଦବୀ ଓ ପ୍ରମୋଶନ ମିଳିପାରେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ବନ୍ଧୁ ଓ ପରିବାର ସହ ଭ୍ରମଣ ପାଇଁ ଯାଇପାରନ୍ତି ।
ଶତଭିଷା- ରାଜନେତାଙ୍କ ଲାଗି ଭଲ ଦିନଟିଏ । ଅଫିସ କାମ ସଂପୂଣ୍ଣ କରିବା ପାଇଁ ବ୍ୟସ୍ତ ରହିବେ । ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ । ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ ।
ପୂ,ଭାଦ୍ରପଦ- କରିବାକୁ ପିଲା ମାନଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଦୂରଯାତ୍ରା ପଡ଼ିପାରେ । ବନ୍ଧୁମାନଙ୍କ ନିକଟରୁ ଶୁଣାକଥାକୁ ବିଶ୍ୱାସକରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ
ପୂ , ଭାଦ୍ରପଦ - କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଖୁବ୍ ଭଲ ରହିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି 
ଉ , ଭଦ୍ରପଦ - ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ । ପରିବାରର ସମପର୍କୀୟଙ୍କ କୈାଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ ।
ରେବତୀ – ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।