Daily Horoscope 9th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Aug 09, 2026 - 08:12
Daily Horoscope 9th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । କର୍ମକ୍ଷେତ୍ରରେ ଉପର କର୍ମକର୍ତ୍ତାମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିପାରନ୍ତି।
ଦ୍ୱିଜା- ସଭାସମିତିର ଆଲୋଚନା ମଧ୍ୟରେ କୌଣସି ହସ୍ତକ୍ଷେପକୁ କେନ୍ଦ୍ରକରି ସାମାନ୍ୟ ସମସ୍ୟା ଲାଗିପାରେ। ଛାତ୍ରଛାତ୍ରୀ ମାନେ ଗୁରୁଜନ ମାନଙ୍କ ପରାମର୍ଶ ଗ୍ରହଣ କରନ୍ତୁ । 
କୃତିକା- ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ୱାକ୍ଷରିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର -  ମିଠା, କିମ୍ବା ମିଠା ଦହି ଖାଇ ଘରୁ ବାହରନ୍ତୁ 

ବୃଷ-
କୃତିକା- ସାଂସାରିକ କ୍ଷେତ୍ରରେ ଭୁଲ ବୁଝାବଣା ଦେଖାଦେବ ଏବଂ ସନ୍ତାନଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବେ । ଆଶା କରୁଥିବା କାମରେ ଟିକେ ଡେରିରେ ସଫଳତା ପାଇବେ ।ନିଷ୍ପତି ମୂଳକ କାର୍ଯ୍ୟରେ ଆଗପଛ ହୋଇ ପାରନ୍ତି ।    
ରୋହିଣୀ- ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ବିଦ୍ୟାର୍ଥୀମାନେ ଏକାଗ୍ରତା ରକ୍ଷା କରିବେ । ରାଜନୀତିରେ ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ ।
ମୃଗଶିରା- ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ ମଧ୍ୟମ ଧରଣର ଫଳ ପାଇବେ । ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରି ପାରନ୍ତି । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ ।

ମିଥୁନ-
ମୃଗଶିରା- କର୍ମକ୍ଷେତ୍ରରେ ସହକର୍ମୀ ଚଞ୍ଚକତା ପ୍ରଦର୍ଶନ କରିପାରନ୍ତି । ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେବା ଆଶଙ୍କା ରହିଛି । ବନ୍ଧୁ୍‌ମାନଙ୍କ ସହିତ ସିନେମା ଦେଖି ଯାଇପାରନ୍ତି।
ଆଦ୍ରା- ରାଜନୀତିରେ ବ୍ୟସ୍ତତା ମଧ୍ୟରେ ସମୟ କାଟିବାକୁ ବାଧ୍ୟ ହେବେ। ପିଲାମାନଙ୍କ ପଢ଼ା ସମସ୍ୟା ଦୂରେଇ ଯିବ । ନୂଆ ଯୋଜନା ଉପରେ ଗୁରୁତ୍ୱ ଦେଇ କୃତକାର୍ଯ୍ୟ ହେବେ।
ପୁନର୍ବସୁ- ଯାନବାହନରେ ସତର୍କ ରହନ୍ତ, ଅନ୍ୟଥା ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ।  ମହିଳା ମାନେ ଘର କାମରେ ଅଧିକ ବ୍ୟସ୍ତ ରହି ପାରନ୍ତି ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ-
ପୁନର୍ବସୁ- ସ୍ୱାସ୍ଥ୍ୟ ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ । ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ହେବ । ନୂତନ କର୍ମ କ୍ଷେତ୍ରରେ ନିଯୁକ୍ତି ପାଇବେ ।
ପୁଷ୍ୟା- ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢ କରିବେ । ଟଙ୍କା ପଇସା, ନେବା ଆଣିବା କ୍ଷେତ୍ରରେ ସତର୍କ ନ ରହିଲେ ଅନୁତାପ କରିବାକୁ ପଡିପାରେ ।
ଅଶ୍ଲେଷା- ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ମାଲିମକଦ୍ଦମାରେ ସଫଳତା ମିଳିବ ।    
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨    
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ମଘା- କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଓ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିବେ। ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତ ବିବ୍ରତ ମନ କଥା ମନଭିତରେ ରଖି ପାରିବାରିକ ସମସ୍ୟାର ସରଳ ସମାଧାନ କରିପାରନ୍ତି
ପୂ,ଫାଲଗୁନି- କର୍ମକ୍ଷେତ୍ରରେ ସହକର୍ମୀଙ୍କ ମାଧ୍ୟମରେ ଶୁଭ ଖବର ପାଇ ଖୁସି ହୋଇଯିବେ। ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ।  ବ୍ୟବସାୟ ଓ ପରିବହନରେ ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ ।
ଉ,ଫାଲଗୁନି- ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି । ମନ ଭଲ ନ ଥିବାରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଚଉଳା ମୂଳେ ଜଳ ଅର୍ପଣ କରନ୍ତୁ 

କନ୍ୟା-
ଉ,ଫଳଗୁନି- କର୍ମ କ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି । ପରିବାରରେ ମତାନ୍ତର ସୃଷ୍ଟି ହୋଇପାରେ । ବ୍ୟବସାୟରେ କ୍ରମଶଃ ଲାଭ ପାଇବେ।
ହସ୍ତା- ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବେ । ଚାକିରିରେ କିଛି ପରିବର୍ତନ ଆସିପାରେ । ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣରୂପେ ସହଯୋଗ ପାଇବେ ।
ଚିତ୍ରା- ସମ୍ପତି ବଢାଇବାର ଯୋଜନା ସଫଳ ହେବ । ରାଜନିତିରେ ସହଯୋଗ ମିଳିବ । ପାଠ ପଢାରେ ପରିଶ୍ରମ କରିବାକୁ ପଡିବ । କାହା ପ୍ରତି ଆପଣଙ୍କ ମନ୍ତବ୍ୟ ପ୍ରକାଶ କରନ୍ତୁ ନାହିଁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର -  ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ 

ତୁଳା-
ଚିତ୍ରା- ସହକର୍ମୀଙ୍କ ସହାୟତାରୁ ସରକାରୀ କ୍ଷେତ୍ରରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ବନ୍ଧୁଙ୍କଠାରୁ ହଠାତ୍ କୈଣସି  ଖବର ପାଇ ଖୁସି ହେବେ। ଅଫିସ କାମରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। 
ସ୍ୱାତୀ- ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସଭାସମିତି ଓ ସାହିତ୍ୟ, ସାମ୍ବାଦିକତାରୁ ପ୍ରଶଂସିତ ହେବେ। ଅନ୍ୟମାନଙ୍କର ଭଲ କରିବାକୁ ଯାଇ ଅପଦସ୍ଥ ହେବେ।
ବିଶାଖା- ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହେବ । ନିଜର  ମନ ମୁତାବକ ଜମିକିଣି ସେଥିରେ ଗୃହ ନିର୍ମାଣ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ବିଛା-
ବିଶାଖା- ସାଂସାରିକ କ୍ଷେତ୍ରରେ ସୁଖ ସମୃ‌ଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଁଟିବେ ।
ଅନୁରାଧା- ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ । ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହୟତା କରିବେ ।
ଜ୍ୟେଷ୍ଠା- ଜାଗା, ଜମି ଆଦି କ୍ରୟ କରିବେ । କ୍ରୀଡା ପ୍ରତି ଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବିଦ୍ୟାର୍ଥୀ ମାନେ ଜୋରଦାର ଉଦ୍ୟମ କରି ସଫଳତା ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଧନୁ-
ମୂଳା- ମନର କଥା ବନ୍ଧୁଙ୍କ ଆଗରେ ପ୍ରକାଶ କରନ୍ତୁ । ଯୁବକ, ଯୁବତୀ ମାନଙ୍କ ପାଇଁ ବିବାହର ସୁଯୋଗ ଆସିବ । କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ । 
ପୂ,ଷାଢା- କଳା, ସାହିତ୍ୟ,ସାମ୍ବାଦିକତା ଆଇନ କ୍ଷେତ୍ରରୁ ସୁଫଳ ପାଇବେ। କୌଣସି ବ୍ୟକ୍ତି ନିକଟରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ପାଇବେ । ରାଜନୀତିରେ ଆଗଧାଡିର ନେତା ହେବେ ।
ଉ,ଷାଢା- ଗବେଷଣା, ଅନୁସନ୍ଧାନ, ନିର୍ମାଣ କାମରୁ ସୁଫଳ ମିଳିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ବିରୋଧୀଙ୍କ ମୁକାବଲା କରିବା ପାଇଁ ଚେଷ୍ଟା କରିବେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ମକର-
ଉ,ଷାଢା-ନବବିବାହିତା ଦମ୍ପତି ମାନଙ୍କ ଜୀବନ ସୁଖପ୍ରଦ ରହିବ ।  ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ । ଲୋକଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ । ଭ୍ରମଣ ଉପରେ ଆଧାରିତ କାର୍ଯ୍ୟରେ ଲାଭ ହେବ ।
ଶ୍ରବଣା- କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ । ମାନସିକ ସ୍ତରରେ ଉନ୍ନତି ଆସିବ । କାର୍ଯ୍ୟରେ ସିଦ୍ଧିଲାଭ ସହ ସମ୍ନାନ ପାଇବେ । ପିଲାଙ୍କ ଉନ୍ନତ କାର୍ଯ୍ୟ କଳାପ ପାଇଁ ଗୌରବାନ୍ୱିତ ହୋଇପାରନ୍ତି ।
ଧନିଷ୍ଠା- ଆପଣଙ୍କ ସକରାତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । କୋର୍ଟ ମାମଲାରେ ବିଜୟ ଲାଭ କରିବେ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କ ମାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

କୁମ୍ଭ-
ଧନିଷ୍ଠା- ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ ।  ଘରେ କୈାଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ ।
ଶତଭିଷା- ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନ୍ସନ ଲାଗିରହିବ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ।
ପୂ,ଭାଦ୍ରପଦ- କଳା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ । ପିଲାମାନଙ୍କ ଗୌରବ ସାମୟିକ ସାନ୍ତ୍ୱନାର କାରଣ ହେବ। କୌଣସି ଆନୁଷ୍ଠାନିକ କାମ କିମ୍ବା ଶୁଭକାର୍ଯ୍ୟରେ ଯୋଗ ଦେଇପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ-
ପୂ,ଭାଦ୍ରପଦ- ଭାତୃ ସଂପର୍କରେ ଉନ୍ନତି ଘଟିବ । ବ୍ୟବସାୟୀ ମାନେ ସାମାନ୍ୟ କ୍ଷତି ସହିବେ । ଆର୍ଥିକ  କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି । ଅଚାନକ କୈାଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ।
ଉ,ଭାଦ୍ରପଦ- ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ମୁତାବକ କମ୍ ଫଳ ପାଇବେ । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି ।
ରେବତୀ- ରାଜନୀତିରେ ଆଗ୍ରହ ବଢିପାରେ । ଛାତ୍ରଛାତ୍ରି ମାନେ ପଢାରେ ସହଯୋଗ ପାଇବେ । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।