Daring Flood Rescue: ବନ୍ୟାଞ୍ଚଳରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର, ବୋଟରେ ଅଣାଗଲା ୭ କିଲୋମିଟର

Aug 18, 2026 - 14:53
Daring Flood Rescue: ବନ୍ୟାଞ୍ଚଳରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର, ବୋଟରେ ଅଣାଗଲା ୭ କିଲୋମିଟର

ବନ୍ୟାରେ ଉବୁଟୁବୁ ଯାଜପୁର ଜିଲ୍ଲାର ବରୀ ଅଞ୍ଚଳ। ୮ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ। ଯାତାୟତ ଠପ ହୋଇଥିବା ବେଳେ ବୋଟରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇଛି। ବରୀ ବ୍ଲକ ସାହସପୁର ପଞ୍ଚାୟତରେ ମହିଳାଙ୍କୁ ୭ କିଲୋମିଟରେ ବୋଟରେ ଅଣାଯାଇଛି। ସ୍ପେଶାଲ ରିଲିଫ ଓଡି଼ଶା ଟିମ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଛି। 

ବଢ଼ି ଚାଲିଛି ବୈତରଣୀର ଜଳସ୍ତର। ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ସେପଟେ ବ୍ରାହ୍ମଣୀ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ଫଳରେ ଛାଡ଼ି ଯାଉନି ବନ୍ୟା କି କମୁନି ଦୁର୍ଦ୍ଦଶା। ଗୋଟେ ପଟେ କାଣୀ ନଦୀରେ ଘାଇ ସୃଷ୍ଟି ହୋଇ ପାଣି ଚାଲିଥିବା ବେଳେ ବରୀ ବ୍ଲକର ବାଙ୍କ ସାହି ଚନ୍ଦନପୁର ଆରୁଆଳରେ ପୂର୍ବ ବନ୍ୟାର ଘାଇରେ ପାଣି ଚାଲୁଛି।

ସେପଟେ ବିଂଝାରପୁରରେ ଶାଖା ନଦୀ ନୂଆ ମାହାରା ନଦୀ ର ଘାଇରେ ବି ପାଣି ଚାଲୁଛି। ଫଳରେ ଏବେ ବି ୩ଟି ବ୍ଲକରେ ପାୟ ୧୫ଟି ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବନ୍ୟା ସ୍ଥିତିରୁ ବିପନ୍ନଙ୍କ ସମସ୍ୟାରେ ସୁଧାର ଆସୁନି ।

ବନ୍ୟାଞ୍ଚଳରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର
ବରୀ ବ୍ଲକ ସାହାସପୁର ପଞ୍ଚାୟତରେ ମହିଳା ଉଦ୍ଧାର
ଗର୍ଭବତୀ ମହିଳାଙ୍କୁ ବୋଟରେ ୭କିମି ଅଣାଗଲା
ବନ୍ୟାରେ ଉବୁଟୁବୁ ଯାଜପୁର ଜିଲ୍ଲାର ବରୀ ଅଞ୍ଚଳ
୮ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ଲୋକେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।